ଟାଇଗର ହିଲ୍ ବିଜୟ ପରେ ସୈନିକଙ୍କୁ ଭେଟିବା ପାଇଁ କାର୍ଗିଲରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ ପୁରୁଣା ଫଟୋ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଉଭୟଙ୍କ ମଧ୍ୟରେ ତିକ୍ତତା କମିବା ବଦଳରେ ବଢ଼ି ଚାଲିଛି । ୨୦ ଭାରତୀୟ ଯବାନ ସହିଦ ପରେ ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ଲେହ ଲଦାଖରେ ପରିସ୍ଥିତି ସବୁଠାରୁ ଭୟଙ୍କର ରହିଛି । ଭାରତ ଏବଂ ଚୀନ ମଧ୍ୟରେ କେଉଁ ମୁହୂର୍ତ୍ତରେ କଣ ହେବ ତାହା କହିବା ଅସମ୍ଭବ । ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେହ ଯାଇ ସୈନିକମାନଙ୍କୁ ଉତ୍ସାହିତ କରିଛନ୍ତି । ଖାଲି ସେତିକି ନୁହେଁ ଗଲବାନ ଉପତ୍ୟକାରେ ଆହତ ଯବାନମାନଙ୍କୁ ଭେଟି ତାଙ୍କ ସାହସିକତାର ପ୍ରଶଂସା କରିଛନ୍ତି ।

MODI IN TIGER HILL

କହିବାକୁ ଗଲେ ଯେତେବେଳେ ଯୁଦ୍ଧଂ ଦେହି ଡ଼ାକରା ଦିଆଯାଇଛି ସେତେବେଳେ ମୋଦୀ ସାହସ ଦେବା ପାଇଁ ସୀମାରେ ପହଞ୍ଚି ଯାଇଛନ୍ତି । ଯୋଦ୍ଧା ମାନଙ୍କ ମନୋବଳ ବଢ଼ାଇବା ସହ ସାହାସିକତାର ପ୍ରଶଂସା କରିଛନ୍ତି । ୧୯୯୯ର କାର୍ଗିଲ ଯୁଦ୍ଧ ସମୟରେ ମୋଦୀ ଭାରତୀୟ ସୈନିକମାନଙ୍କୁ ଭେଟିବା ପାଇଁ କାର୍ଗିଲ ଯାଇଥିଲେ । ଏହି ସମୟରେ ତାଙ୍କ ସହ ପୂର୍ବତନ ହିମାଚଳ ସିଏମ ଏବଂ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଆଉ ଏବେ ଚାଇନା ଭାରତର ପରିସ୍ଥିତିକୁ ନେଇ ଲଦାଖରେ ପହଞ୍ଚି ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଏ ହେବାରେ ଲାଗିଛି ।

MODI WITH SOLDIERS DURING KARGIL WAR

ସେପଟେ ଯୁଦ୍ଧର ସ୍ମୃତିକୁ ସତେଜ କରି ବ୍ରିଗେଡିୟର୍ ଖୁଶଲ ଠାକୁର କହିଛନ୍ତି ଯେ ଯେତେବେଳେ ୧୯୯୯ ଜୁଲାଇ ୪ରେ ଭରତୀୟ ସେନା ଟାଇଗର ହିଲରେ ନିଜର ବିଜୟ ସାବ୍ୟସ୍ତ କରିଥିଲା  ସେତେବେଳେ ସୈନିକଙ୍କୁ ଭେଟିବା ପାଇଁ ଯାଇଥିଲେ ମୋଦି । ବ୍ରିଗେଡିୟର୍ ଠାକୁର କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସେହି ସମୟରେ ହିମାଚଳ ବିଜେପି ଦାୟିତ୍ୱରେ ଥିଲେ ଏବଂ ସେନାକୁ ଉତ୍ସାହିତ କରିବା ପାଇଁ ୧୯୯୯ ମସିହା ୫ ଏବଂ ୬ ଜୁଲାଇରେ ସୀମାରେ ପହଞ୍ଚିଥିଲେ ।

MODI KARGIL

ତାଙ୍କ ସହ ହିମାଚଳ ପ୍ରଦେଶର ପୂର୍ବତନ ସିଏମ ପ୍ରେମ କୁମାର ଧୁମଲ ଏବଂ ମନ୍ତ୍ରୀ ଗୁଲାବ ସିଂ ଠାକୁର ଯୋଗ ଦେଇଥିଲେ । ୪ ଜୁଲାଇ ୧୯୯୯ ରେ, ୧୮ ଗ୍ରେନେଡିୟର୍ ଟାଇଗର ହିଲକୁ ଶତ୍ରୁଙ୍କ ଠାରୁ ମୁକ୍ତ କରି ସେଠାରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ । ୧୭.୦୦୦ ଫୁଟ ଉଚ୍ଚ ଟାଇଗର ହିଲ ଉପରେ ପାକିସ୍ତାନର ଅଣ୍ଟାକୁ ଭାଙ୍ଗି ତ୍ରିରଙ୍ଗା ବାନ୍ଧି ଥିଲେ ଭାରତୀୟ ବିର ଯୋଦ୍ଧା ।

TIGER HILL KARGIL WAR

ଶତ୍ରୁ ଟାଇଗର ହିଲର ଶୀର୍ଷରେ ଥିଲେ ଏବଂ ସେଠାରୁ ଶତ୍ରୁମାନେ ସିଧାସଳଖ ଶ୍ରୀନଗର, ଦ୍ରାସ, କାର୍ଗିଲ ଏବଂ ଲେହ ମାର୍ଗକୁ ଅବରୋଧ କରିଥିଲେ । ଦେଶର ପ୍ରାୟ ୪୪ ସୈନିକ ଟାଇଗର ହିଲରେ ବିଜୟ ପତାକା ଉତ୍ତୋଳନ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ୧୫ ମେ ରୁ ୨ ଜୁଲାଇ ପର୍ଯ୍ୟନ୍ତ, ୮ ଶିଖ ସୈନିକ ଟାଇଗର ହିଲକୁ କବ୍ଜା କରି ରଖିଥିଲେ । ଏହା ପରେ ଟାଇଗର ହିଲ ଉପରେ ବିଜୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟ ୧୮ ଗ୍ରେନେଡିୟରଙ୍କୁ ଦିଆଯାଇଥିଲା ।

TIGER HILL KARGIL WAR

୧୭ ଗ୍ରେନେଡିୟର୍ ୧୭ ହଜାର ଫିଟ୍ ଉଚ୍ଚ ଟାଇଗର ହିଲ୍ ପାଇଁ ପ୍ରାୟ ୩୬ ଘଣ୍ଟା ଧରି ଯୁଦ୍ଧ କରିଥିଲେ । ଏବଂ ଟାଇଗର ହିଲରେ ତ୍ରିରଙ୍ଗା ଉଡାଇଥିଲେ ।  ଅବସରପ୍ରାପ୍ତ ବ୍ରିଗେଡିୟର୍ ଖୁଶଲ ଠାକୁରଙ୍କ ନେତୃତ୍ୱରେ ୧୮ ଗ୍ରେନେଡିୟର୍ ନେତୃତ୍ୱ ନେଇଥିଲେ । ଟାଇଗର ହିଲକୁ କାବୁ କରିବା ପାଇଁ ହାବିଲଦାର ଯୋଗେନ୍ଦ୍ର ଯାଦବ ଶତ୍ରୁପକ୍ଷର ଅନେକ ଆଉଟପୋଷ୍ଟକୁ ନଷ୍ଟ କରିଦେଇଥିଲେ ଏବଂ ଏହି ବୀରତ୍ୱ ପାଇଁ ହାବିଲଦାର ଯୋଗେନ୍ଦ୍ର ଯାଦବଙ୍କୁ ଦେଶର ସର୍ବୋଚ୍ଚ ଗ୍ୟାଲେଣ୍ଟ୍ରି ପୁରସ୍କାର ପ୍ରଦାନ କରାଯାଇଥିଲା। ସେ କହିଛନ୍ତି କାରଗିଲ ଯୁଦ୍ଧକୁ ଯିତିବା ପାଇଁ ଆମକୁ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିଥିଲା ।

TIGER HILL

Leave a Reply