ଝଗଡ଼ା ପାଇଁ ଚର୍ଚ୍ଚାରେ ଅଛନ୍ତି କୋହଲି-ଗମ୍ଭୀର, ହେଲେ ଦିନେ ନିଜ ପୁରସ୍କାର ବିରାଟଙ୍କୁ ଦେଇ ଦେଇଥିଲେ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଓପନର ବ୍ୟାଟର ଗୌତମ ଗମ୍ଭୀର ଏବଂ ବିରାଟ କୋହିଲଙ୍କ ମଧ୍ୟରେ ଗତକାଲି ହୋଇଥିବା ଝଗଡ଼ା ଚର୍ଚ୍ଚାରେ ରହିଛି । ସୋମବାର ଆଇପିଏଲ୍ ୨୦୨୩ର ଏଲଏସଜି ଏବଂ ଆରସିବି ମଧ୍ୟରେ ମୁକାବିଲା ପରେ ବିରାଟ ଏବଂ ଗମ୍ଭୀରଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ଝଗଡ଼ା ହୋଇଥିଲା । ଉଭୟଙ୍କ ମଧ୍ୟରେ ହୋଇଥିବା ଝଗଡ଼ାକୁ ନେଇ ସାମାଜିକ ଗଣମାଧ୍ୟମରେ ଯୁଦ୍ଧ ଚାଲିଛି । କେହି ବିରାଟଙ୍କୁ ସମର୍ଥନ କରୁଥିବା ବେଳେ ଆଉ କେହି ଗମ୍ଭୀରଙ୍କୁ ସମର୍ଥନ କରି ପୋଷ୍ଟ କରୁଛନ୍ତି । ତେବେ ଗମ୍ଭୀର ଏବଂ ବିରାଟଙ୍କ ମଧ୍ୟରେ ଏହି ବିବାଦ ନୂଆ ନୁହେଁ । ଘରୋଇ ମ୍ୟାଚରେ ଦିଲ୍ଲୀ ପାଇଁ ଖେଳିଥିବା ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଦୀର୍ଘ ସମୟ ହେବ ବିବାଦ ଲାଗି ରହିଛି ।

ଆଇପିଏଲ ୨୦୧୩ରେ ମଧ୍ୟ ଆରସିବିର ଅଧିନାୟକ ବିରାଟ କୋହଲି ଏବଂ କେକେଆର୍ ଅଧିନାୟକ ଗୌତମ ଗମ୍ଭୀର ସାମ୍ନାସାମ୍ନି ହୋଇଥିଲେ । ତେବେ ସବୁଠୁ ବଡ଼ କଥା ହେଉଛି ଉଭୟଙ୍କ ମଧ୍ୟରେ ଏହି ବିବାଦ ପ୍ରଥମରୁ ନଥିଲା । ଯେବେ ୨୦୦୮ ମସିହାରେ ବିରାଟ କୋହଲି ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ତେବେ ଗମ୍ଭୀର ଦଳର ପ୍ରମୁଖ ଖେଳାଳି ଥିଲେ । ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ଗମ୍ଭୀର କୋହଲିଙ୍କୁ ସାନ ଭାଇ ବୋଲି ମାନୁଥିଲେ । କୋହଲି ମଧ୍ୟ ତାଙ୍କୁ ସିନିୟର ଭାବେ ସମ୍ମାନ ଦେଉଥିଲେ । ଏପରି ଏକ ସମୟ ଥିଲା ଯେ ଗୌତମ ଗମ୍ଭୀର ନିଜର ପୁରସ୍କାର ନବଗତ ଖେଳାଳି କୋହିଲଙ୍କୁ ଦେଇ ଦେଇଥିଲେ । ଡିସେମ୍ବର ୨୦୦୯ରେ ଶ୍ରୀଲଙ୍କା ଟିମ୍ ଭାରତ ଗସ୍ତରେ ଥିଲେ । ୨୪ ଡିସେମ୍ବରରେ କୋଲକାତାରେ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ୍ ଖେଳାଯାଇଥିଲା ।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୩୧୬ରନର ଲକ୍ଷ୍ୟ ରଖିଥିଲା । ଭାରତୀୟ ଟିମର ଆରମ୍ଭ ବହୁତ ଖରାପ ଥିଲା । ସଚିନ ଏବଂ ଶେହୱାଗ ଶସ୍ତାରେ ଆଉଟ୍ ହୋଇଯାଇଥିଲେ । ଦଳୀୟ ସ୍କୋର ୨୩ ରନ୍ ଥିବା ବେଳେ ଗମ୍ଭୀର ଏବଂ କୋହଲି ସ୍ଥିତି ସମ୍ଭାଳିଥିଲେ । ଏବଂ ଉଭୟ ମିଶି ତୃତୀୟ ୱିକେଟ୍ ପାଇଁ ୨୨୪ରନର ପାର୍ଟନରସିପ୍ କରିଥିଲେ । ଏହି ମ୍ୟାଚରେ ଗମ୍ଭୀର ଏବଂ କୋହଲି ଉଭୟ ଶତକ ମାରିଥିଲେ । କୋହଲି ୧୦୭ରନ କରି ଆଉଟ୍ ହୋଇଥିଲେ । ସେହିପରି ଗମ୍ଭୀର ୧୫୦ ରନ୍ କରି ଅପରାଜିତ ରହିଥିଲେ ।

ଭାରତ ଏହି ମ୍ୟାଚ୍ ଟିକୁ ଏହି ଦୁଇଜଣଙ୍କ ଶତକୀୟ ଇନିଂସ ବଳରେ ୭ ୱିକେଟରେ ଜିତିନେଇଥିଲା । ମ୍ୟାଚ୍ ଶେଷ ହେବା ପରେ ଗୌତମ ଗମ୍ଭୀରଙ୍କୁ ତାଙ୍କ ଚମତ୍କାର ଇନିଂସ ପାଇଁ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା । କିନ୍ତୁ ସେ ନିଜକୁ ଏହି ଟାଇଟଲ ପାଇଁ ହକଦାର ବୋଲି ମାନିନଥିଲେ ଏବଂ ମ୍ୟାନ ଅଫ ଦ ମ୍ୟାଚର ଏହି ପୁରସ୍କାର ବିରାଟ କୋହଲିଙ୍କୁ ଦେଇଥିଲେ । ଏ ସମ୍ପର୍କରେ ଗମ୍ଭୀର କହିଥିଲେ ଯେ, ମୁଁ ଏପରି କିଛି କରିନାହିଁ ଯାହା ମୋତେ ନ କରିବାର ନଥିଲା ।

ଆପଣ (ବିରାଟ କୋହଲି) ଆଗକୁ ଯାଇ ୧୦୦ ଅନ୍ତର୍ଜାତୀୟ ଶତକ ବନାଇପାରିବେ, ଯାହା ମୋତେ ଭରସା ଅଛି  । ତାଙ୍କ ପାଖରେ ସେହି କ୍ଷମତା ଅଛି । କିନ୍ତୁ ଆପଣଙ୍କୁ ନିଜର ପ୍ରଥମ ଅନ୍ତର୍ଜାତୀୟ ଶତକ ସବୁବେଳ ପାଇଁ ମନେ ରହିବ । ଏଥିପାଇଁ ଏହାକୁ ତାଙ୍କ (ବିରାଟ) ପାଇଁ ଖାସ୍ ବନାଇବା ପାଇଁ ଚାହୁଁଥିଲି ଏବଂ ଏପରି କିଛି ନାହିଁ ଯେ ଯାହା ମୋତେ ବା ଅନ୍ୟ କାହାକୁ ନକରିବାର ଥିଲା । ଆମେ ଆମର ଖେଳ ଅନୁଯାୟୀ ଖେଳିଛୁ । ଏଥିରେ କିଛି ବଡ଼ କଥା ନାହିଁ । ହେଲେ ବିରାଟଙ୍କର ଏହା ପ୍ରଥମ ଦିନିକିଆୟ ଶତକ ଥିଲା । ତେଣୁ ଏହି ପୁରସ୍କାର ତାଙ୍କୁ ସବୁବେଳେ ମନେ ରହିବ ବୋଲି ଗମ୍ଭୀର କହିଥିଲେ ।