ଭାରତ-ଚୀନ୍ ବିବାଦ: ସେଦିନ କ’ଣ ପାଇଁ  ୮ଶହ ମେଣ୍ଢାଙ୍କ ସହ ଚୀନ୍ ଦୂତାବାସକୁ ଯାଇଥିଲେ ବାଜପେୟୀ ?

1 min read

୧୯୬୨ । ହିନ୍ଦୀ-ଚୀନ୍ ଭାଇ ଭାଇ ନାରା ଦେଇ ବେଜିଂ ପିଠିରେ ଛୁରାମାଡ କରିଥିଲା । ଯୁଦ୍ଧରେ ଭାରତ ହାରିଥିଲା । ଆମେରିକା ଯୁଦ୍ଧରେ ଯୋଗ ଦେବାର ସମ୍ଭାବନା ସୃଷ୍ଟି ହେବାରୁ ଚୀନ ପଛକୁ ଫେରିବାକୁ ବାଧ୍ୟ ହୋଇଥିଲା । କିନ୍ତୁ ଯୁଦ୍ଧ ପରେ ମଧ୍ୟ ଚୀନ୍ ତାର ଚାଲବାଜି ଛାଡିନଥିଲା । ୧୯୬୫ ମସିହାରେ ଚୀନ ଭାରତକୁ ଚିଠି ଲେଖିଥିଲା । ଚିଠିରେ ଡ୍ରାଗନ୍ ଲେଖିଥିଲା ଯେ, ତମ ସୈନିକ ଆମର ୮ଶହ ମେଣ୍ଢା ଚୋରି କରିଛନ୍ତି । ମେଣ୍ଢା ଫେରାଅ,ନହେଲେ ପରିଣାମ ଭଲ ହେବନି । ଚୀନର ଏଭଳି ପତ୍ର ଯବାବରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଯାହା କରିଥିଲେ ତାହା ଚୀନର ମୁଖା ଖୋଲି ଦେଇଥିଲା ।

ଆମର ୮୦୦ ମେଣ୍ଢା ତମେ ଚୋରି କରିଛ

୧୯୬୫ ମସିହାର କଥା । ସେତେବେଳେ ଚୀନ ସିକ୍କିମକୁ ହାତେଇବା ଚକ୍କରରେ ଥାଏ । ଭାରତୀୟ ସୈନିକ ତିବ୍ବତରୁ ଭାରତୀୟ ସୈନିକ ୮ଶହ ମେଣ୍ଢା ଓ ୫୯ ୟାକ୍ ଚୋରିକରିଥିବା ଅଭିଯୋଗ ଆଣିଥିଲା । ଚୀନ ଭାରତକୁ ପତ୍ର ଲେଖି ମେଣ୍ଢା ଫେରାଇବାକୁ କହିଥିଲା । ଆଉ ଧମକ ଦେଇଥିଲା,ମେଣ୍ଢା ନଫେରାଇଲେ ପରିଣାମ ପାଇଁ ପ୍ରସ୍ତୁତ ରୁହ ।

atal bihari bajpayee

ମେଣ୍ଢା ନେଇ ଦୂତାବାସରେ ପହଂଚିଗଲେ ବାଜପେୟୀ

ଚୀନର ଏଭଳି ଅଭିଯୋଗର ଉତ୍ତର ଦେବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଗୋଟିଏ ନୂଆ ଉପାୟ ବାହାର କଲେ । ସେ ଚୀନ ଦୂତାବାସକୁ ୮ଶହ ମେଣ୍ଢା ନେଇ ଯାଇଥିଲେ । ସେଠାରେ ବିକ୍ଷୋଭକାରୀଙ୍କୁ ସମ୍ବୋଧନ କରି କହିଥିଲେ ଚୀନ୍ ଏବେ ମେଣ୍ଢା ଓ ୟାକ ପାଇଁ ବିଶ୍ୱଯୁଦ୍ଧ କରିବାକୁ ଚାହୁଁଛି । ତାଙ୍କ ସାଙ୍ଗରେ ଯାଇଥିବା ମେଣ୍ଢାଙ୍କ ବେକରେ ପ୍ଲାକାର୍ଡ ଝୁଲା ଯାଇଥିଲା । ଯେଉଁଥିରେ ଲେଖାଯାଇଥିଲା ‘ଆମକୁ ଖାଇଯାଅ କିନ୍ତୁ  ଦୁନିଆକୁ ବଂଚାଅ’

ଡ୍ରାଗନ ରାଗରେ ଲାଲ୍ ପଡିଲା

china soldier

ବାଜପେୟୀଙ୍କ ମେଣ୍ଢା ବିକ୍ଷୋଭ ଚୀନକୁ ଚିଡାଇ ଦେଇଥିଲା । କାରଣ ଏହାଦ୍ୱାରା ଦୁନିଆ ଜାଣିଥିଲା ଯେ, ଚୀନ୍ ଝଗଡା କରିବା ପାଇଁ କେଉଁଭଳି ବାହାନା ଖୋଜୁଛି । ଏହାପରେ ବେଜିଂସ୍ଥିତ ଭାରତୀୟ ଦୂତାବାସକୁ ଚୀନ ଚିଠି ଲେଖିଥିଲା । ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ, ବାଜପେୟୀଙ୍କ ବିକ୍ଷୋଭକୁ ସରକାରୀ ସମର୍ଥନ ଥିଲା । ଏହି ଚିଠିରେ ଭାରତୀୟ ସୈନିକ ଚୀନ୍ କ୍ଷେତ୍ରରେ ନିର୍ମାଣ କରୁଥିବା ଅଭିଯୋଗ ମଧ୍ୟ କରାଯାଇଥିଲା ।

ଭାରତ ସରକାର ଦେଲେ ଉତ୍ତର

atal bihari

ଚୀନ୍ ଚିଠିର ଉତ୍ତରରେ ଭାରତ ସରକାର ଲେଖିଥିଲେ ଯେ, ୮ଶହ ମେଣ୍ଢା ଓ ୫୯ ୟାକ୍ ବାବଦରେ ଆମେ ଆଗରୁ ଉତ୍ତର ଦେଇ ସାରିଛୁ । ଆମକୁ ଏସମ୍ବନ୍ଧରେ କିଛି ମଧ୍ୟ ଜଣାନାହିଁ । ଅନ୍ୟପକ୍ଷରେ ବାଜପେୟୀଙ୍କ ବିକ୍ଷୋଭ ବାବଦରେ ଭାରତ ସରକାର କହିଥିଲେ ଯେ, ଏହାର ସରକାରଙ୍କ ସହ କୌଣସି ସମ୍ପର୍କ ନଥିଲା । ଏହା ଚୀନ୍ ସରକାରଙ୍କ ଚରମବାଣୀ ବିରୋଧରେ ଭାରତୀୟ ନାଗରିକଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଥିଲା ।

 

Leave a Reply