ମନକୁ ମନ ୟୁଜରଙ୍କୁ ବ୍ୟାନ୍ କରୁଛି ହ୍ୱାଟ୍ସଆପ, ଜାଣନ୍ତୁ କାହିଁକି ?
1 min read
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ କିମ୍ବା ମେସେଜ୍ ପଢୁଥିବା ବେଳେ ଅନେକ ସମୟରେ ଏହା ଲଗ୍ ଆଉଟ୍ ହୋଇଯାଉଥିବା ନେଇ ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା ଅଭିଯୋଗ କରିଛନ୍ତି । ଏହାଛଡା କିଛି ଉପଭୋକ୍ତା ଆପ ବ୍ୟାନ୍ ହେବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି।
ଏକ୍ସପର୍ଟଙ୍କ କହିବାନୁଯାୟୀ ହୁଏତ ୟୁଜର୍ସ ମାନେ ହ୍ୱାଟ୍ସଆପର କିଛି ନୀତି ଭଙ୍ଗ କରିଛନ୍ତି| ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ସମସ୍ୟା ସମ୍ପର୍କରେ କମ୍ପାନୀକୁ ମେଲ୍ କରିପାରିବେ ।
ଜଣାଶୁଣା ଫୋରମ୍ ୱେବସାଇଟ୍ Redditରେ ଜଣେ ୟୁଜର୍ସ ନିଜର ସମସ୍ୟା ସମ୍ପର୍କରେ ଲେଖିଛନ୍ତି, ତାଙ୍କୁ ହଠାତ୍ ତାଙ୍କ ଆକାଉଣ୍ଟରୁ ବ୍ୟାନ୍ କରାଯାଇଥିଲା। ସେ ଫେସବୁକ୍ ଓଣ୍ଡ ଆପକୁ ଅନେକ ମେଲ୍ କରିଥିଲେ ମଧ୍ୟ କମ୍ପାନୀ ତରଫରୁ କୌଣସି ପ୍ରତିକ୍ରିୟା ମିଳିନଥିଲା| ସେ ଏହା ମଧ୍ୟ କହିଛନ୍ତି ଯେ ହ୍ୱାଟ୍ସଆପ ନୀତି ବିରୋଧରେ କେବେ ବି କିଛି କରିନାହାଁନ୍ତି। ପରେ ସେ କହିଥିଲେ ଯେ ତାଙ୍କର କଣ୍ଟାକ୍ଟରେ ଜଣେ ବ୍ୟକ୍ତି ହ୍ୟାକିଂ କାର୍ଯ୍ୟକଳାପରେ ଜଡିତ ଥିଲେ, ଯେଉଁଥିପାଇଁ ତାଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଥିଲା।
ହ୍ୱାଟ୍ସଆପ୍ ନୀତି ଅନୁଯାୟୀ ସନ୍ଦେହଜନକ କାର୍ଯ୍ୟକଳାପ ଯୋଗୁଁ ଆପଣଙ୍କ ଆକାଉଣ୍ଟକୁ ବ୍ୟାନ୍ କରାଯାଇପାରିବ। ଏହି କାର୍ଯ୍ୟକଳାପରେ ବଲ୍କରେ ମେସେଜ୍ ପଠାଇବା କିମ୍ବା ଅଟୋମେଟେଡ୍ ମେସେଜ୍ ସେଟ୍ କରି ମେସେଜ୍ ପଠାଇଲେ ଆପଣଙ୍କ ଆକାଉଣ୍ଟକୁ ହ୍ୱାଟ୍ସଆପ୍ ବ୍ୟାନ୍ କରିଥାଏ । କାରଣ ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଏକ ଲିମିଟ୍ ସ୍ଥିର କରିଛି।
ତେବେ ହ୍ୱାଟ୍ସଆପ୍ ପକ୍ଷରୁ ୟୁଜର୍ସଙ୍କୁ ନଜଣାଇ ଆକାଉଣ୍ଟ ବନ୍ଦ କରାଯାଇନଥାଏ। ଯଦି ଆପଣଙ୍କ ଆକାଉଣ୍ଟ ଭୁଲବଶତଃ ବନ୍ଦ ହେଇଯାଉଛି ତାହେଲେ ଆପଣ ହ୍ୱାଟ୍ସଆପ୍ ସ୍ପୋର୍ଟକୁ ମେଲ୍ ପଠାଇ ଅସୁବିଧା ସମ୍ପର୍କରେ ଜଣାଇପାରିବେ ।