spot_img

Latest Posts

ହ୍ୱାଟ୍ସଆପ ଆଣିଲା ନୂଆ ଫିଚର, ଏବେ ପଠାଇପାରିବେ ୬୦ ସେକେଣ୍ଡର ଭିଡ଼ିଓ ମେସେଜ

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ ହ୍ୱାଟସଆପରେ ଚାଟିଂ କରିବାର ଶୈଳୀ ଏବେ ସମ୍ପୂର୍ଣ୍ଣ ବଦଳିଛି । ହ୍ୱାଟସଆପରେ ଏକ ଆଶ୍ଚର୍ଯ୍ୟଜନକ ଫିଚର ଆସିଛି।  ଏଥର ହ୍ବାଟ୍ସଆପରେ ରିଲସ୍ ଭଳି ବନେଇ ପାରିବେ ସଟ୍ ଭିଡିଓ । ଏହି ଫିଚରକୁ ୟୁଜର୍ସମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ ।

କମ୍ପାନୀ ଏହି ଫିଚରକୁ ‘ଭିଡିଓ ମେସେଜ୍’ ନାମରେ ନାମିତ କରିଛି । ଏହି ଫିଚର ପାଖାପାଖି ଅଡିଓ ମେସେଜ୍ ସହିତ ସମାନ, ଯାହା ସାହାଯ୍ୟରେ ଆପଣ ତୁରନ୍ତ ଭିଡିଓ ମାଧ୍ୟମରେ ଉତ୍ତର ଦେଇପାରିବେ। ଏହାଦ୍ୱାରା ଉପଭୋକ୍ତାମାନେ କିଛି ବି ଟେଷ୍ଟ ମେସେଜ୍ ହେଉ କିମ୍ୱା ଅଡିଓ ମେସେଜ ହେଉ ତୁରନ୍ତ ରିପ୍ଲାଏ ପାଇଁ ଭିଡିଓ ମେସେଜ ରେକଡିଂ କରି ପଠାଇପାରିବେ। ତେବେ ଚାଲନ୍ତୁ ଜାଣିବା ଏହି ଫିଚରରେ କଣ ରହିଛି ଖାସ୍…

ହ୍ୱାଟ୍ସଆପର ନୂଆ ଫିଚର ଏକ ରିୟଲ ଟାଇମ୍ ଭିଡିଓ ମେସେଜ୍ ସେବା ପ୍ରଦାନ କରିଛି । ଯାହା ଦ୍ୱାରା ଆପଣ ଏଥିରେ ୬୦ ସେକେଣ୍ଡର ସଟ୍ ଭିଡିଓ ରେକଡିଂ କରି ପଠାଇବେ ପାରିବେ । ସଟ୍ ଭିଡିଓ ମେସେଜ୍ ଫିଚର ସାହାଯ୍ୟରେ ମେସେଜିଂ ଆପ୍ ଉନ୍ନତ ଯୋଗାଯୋଗ ସୁବିଧା ପ୍ରଦାନ କରିବ । କମ୍ପାନୀ ଦାବି କରିଛି ଯେ ଏହି ବାର୍ତ୍ତାଗୁଡ଼ିକ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇଛି। ଏହି ଫିଚରକୁ ରୋଲଆଉଟ୍ କରିଦିଆସାରିଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହା ସମସ୍ତ ଉପଭୋକ୍ତାଙ୍କ ନିକଟରେ ଉପଲବ୍ଧ ହେବ ।

କ୍ଷୁଦ୍ର ଭିଡିଓ ବାର୍ତ୍ତା ପଠାଇବା ପାଇଁ ଆପଣଙ୍କୁ ପ୍ରଥମେ ହ୍ୱାଟସଆପ ଚାଟ କୁ ଓପନ୍ କରିବାକୁ ହେବ । ଏହାପରେ ଟେଷ୍ଟ ବକ୍ସ ପାଖରେ ଭିଡିଓ ରେକର୍ଡର ଆଇକନ ଦେଖିବାକୁ ମିଳିବ । ଏହି ଆଇକନ ଉପରେ କ୍ଲିକ କରିବା ଦ୍ୱାରା ୬୦ ସେକେଣ୍ଡ ପର୍ଯ୍ୟନ୍ତ ଭିଡିଓ ରେକଡିଂ କରିପାରିବେ ।

Latest Posts

Don't Miss