ଜାଣନ୍ତୁ କ’ଣ ରହୁଛି ହ୍ବାଟସଆପରେ ନୂଆ ଫିଚର

1 min read

ନୂଆଦିଲ୍ଲୀ:  ହ୍ବାଟସଆପ ୟୁଜରଙ୍କ ପାଇଁ ଖୁସି ଖବର । ଏବେ ଖୁବ୍ ଶୀଘ୍ର  ହ୍ବାଟସଆପରେ ଉପଲବ୍ଧ ହେବ ନୂଆ ଫିଚର । ୟୁଜର ମାନଙ୍କୁ ମିଳିବ ମିଡ୍ କଲ ଆଲର୍ଟ । ବିଶେଷ କରି ବିଜନେସ ୟୁଜରଙ୍କ ପାଇଁ ଏହି ଫିଚର ବେଶ୍ ପ୍ରୟୋଜନୀୟ ହେବ । IOSରେ ଉପଲବ୍ଧ କରାଯିବ ଏହି ନୂଆ ଫିଚର । ପରେ ବାକି ୟୁଜରଙ୍କ ପାଇଁ ମଧ୍ୟ ଏହା ଉପଲବ୍ଧ ହେବ ଏହି ସୁବିଧା ।

ହ୍ବାଟସଆପ ଏବେ ଏକ ନୂଆ ଫିଚର ଉପରେ କାମ କରୁଛି । ଯାହା ୟୁଜରଙ୍କର ମିସ୍ଡ କଲ୍ ବିଷୟରେ ଆଲର୍ଟ କରେଇବାର କାମ କରିବ । ଯଦି ଏହା ଠିକ୍ ରୂପରେ ୟୁଜରଙ୍କର ସହାୟକ ହୋଇ ପାରିଲା, ତେବେ ଏହା ସବୁ ହ୍ବାଟସଆପ ବ୍ୟବହାରକାରୀଙ୍କ ପାଇଁ ଏକ ସୁବିଧାଜନକ ଫିଚର ଭାବେ କାମ କରିବ ।

ଆପଣମାନଙ୍କୁ ଜଣାଇ ଦିଆଯାଉଛି କି, ମିସ୍ଡ କଲ୍ ଆଲଟର୍ ଫିଚର କେବଳ ସେତେବେଳେ କାମ କରିବ, ଯେତେବେଳ ୟୁଜର ମୋବାଇଲରେ ଡୁନଟ୍ ଡିଷ୍ଟରବ୍ ଫିଚରକୁ ଆକ୍ଟିଭେଟ୍ କରିଥିବ । ହ୍ବାଟସଆପର ଏହି ନୂଆ ଫିଚରକୁ ଓ୍ବାବେଟାଇନଫୋରେ ଆରମ୍ଭ କରାଯାଇଛି । ଯେଉଁଠି ହ୍ବାଟସଆପ୍ ତରଫରୁ ଏହାକୁ ରୋଲଆଉଟ୍ କରାଯାଉଛି । ଯଦ୍ବାରା ୟୁଜର ଜାଣିପାରିବେ କିଏ ତାଙ୍କୁ ମିସ୍ଡ କଲ୍ କରିଛି ।

ଓ୍ବାବେଟାଇନଫୋ ରିପୋର୍ଟ ଅନୁସାରେ, ଯେତେବେଳେ ଆପଣ ହ୍ବାଟସଆପ୍ କଲ୍ ରିସିଭ୍ କରୁଛନ୍ତି ଏବଂ ଆପଣଙ୍କ ନୋଟିଫିକେଶନ୍ ମୋଡ୍ ବନ୍ଦ ରଖିଛନ୍ତି, ସେତେବେଳେ ଆପଣଙ୍କୁ ଏକ ନୂଆ ଲେବଲ ଆଲର୍ଟ ମେସେଜ ମିଳିବ ଯାହା କଲ୍ ହିଷ୍ଟିର ଡାହାଣ ପାଶ୍ବରେ ଦେଖିବାକୁ ମିଳିବ । ଏ ସମସ୍ତ ଜିନିଷ ଆପଣଙ୍କ ଲୋକାଲ ଡାଟା ବେସରେ ଷ୍ଟୋର ହୋଇକି ରହିବ ।