ହ୍ୱାଟ୍‌ସଆପ୍‌ର ସିକ୍ରେଟ୍‌ ଟ୍ରିକ୍‌, ଏମିତି ଗ୍ରୁପ୍‌ ଯେଉଁଥିରେ ଆପଣ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖିପାରିବେ…

1 min read

ନୂଆଦିଲ୍ଲୀ: ହ୍ୱାଟ୍‌ସଆପ୍ ବର୍ତ୍ତମାନ ଦୁନିଆର ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ । ଚାଟିଂ ବ୍ୟତୀତ ଉପଭୋକ୍ତାମାନେ ଏଥିରେ ଫଟୋ, ଅଡିଓ-ଭିଡିଓ ଫାଇଲ୍ ସେୟାର କରିଥାନ୍ତି । ଏହାସହ ଭଏସ୍ ଏବଂ ଭିଡିଓ କଲିଂ ପାଇଁ ମଧ୍ୟ ଏହି ଆପ୍‌ ବିଶେଷ ବ୍ୟବହୃତ ହୋଇଥାଏ । ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ମଧ୍ୟ ଏହା ବ୍ୟବହାର କରାଯାଏ । ଯଦି ଫୋନ୍ ଚୋରି ହୋଇଯାଏ ତେବେ ସେଥିରେ ଥିବା ଡକ୍ୟୁମେଣ୍ଟ୍ ତଥା ଫଟୋ-ଭିଡିଓ ସବୁ ହରେଇବାର ସମ୍ଭାବନା ରହିଥାଏ । ତେଣୁ ଆପଣଙ୍କ ପାଇଁ ଏକ ସିକ୍ରେଟ୍‌ ହ୍ୱାଟ୍‌ସଆପ୍‌ ଟ୍ରିକ୍‌ ଆମେ ଆଣିଛୁ । ଯାହା ଦ୍ୱାର ଆପଣଙ୍କ କୌଣସି ଡାଟା ନଷ୍ଟ ହେବ ନାହିଁ କି, ହଜିବ ନାହିଁ । ଆପଣ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗୁଡ଼ିକୁ ଏକ ସିକ୍ରେଟ୍‌ ଗ୍ରୁପ୍‌ କ୍ରିଏଟ କରି ସୁରକ୍ଷିତ ରଖିପାରିବେ |

ହ୍ୱାଟ୍‌ସଆପ୍ ସିକ୍ରେଟ୍‌ ଗ୍ରୁପ୍‌ ମାଧ୍ୟମରେ କିଭଳି ଫଟୋ ଭିଡିଓ ସବୁ ସୁରକ୍ଷିତ ରଖିହେବ ସେନେଇ ଏକ ଟ୍ରିକ୍‌ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ସିକ୍ରେଟ୍‌ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ର ସବୁଠୁ ବଡ଼ ଖାସିୟତ ହେଲା ଯେ, ଏହି ଗ୍ରୁପ୍‌ରେ କେବଳ ଆପଣ ହିଁ ମେମ୍ବର ରହିବେ । ଆପଣଙ୍କ ବ୍ୟତୀତ ଆଉ କେହି ଏହି ଗ୍ରୁପ୍‌ରେ ସେୟାର କରାଯାଇଥିବା ଡାଟା ତଥା ଫଟୋ ଭିଡିଓକୁ ଆକ୍‌ସେସ୍‌ କରିପାରିବେ ନାହିଁ ।

ତେବେ ଏଥିପାଇଁ ସର୍ବପ୍ରଥମେ, ଆପଣଙ୍କୁ ହ୍ୱାଟ୍‌ସଆପ୍ ଖୋଲିବାକୁ ହେବ । ଏହାପରେ ଏହାର ଡାହାଣ ପାଖରେ ଥିବା ତିନୋଟି ବିନ୍ଦୁକୁ ଟ୍ୟାପ୍ କରି ଏକ ନୂଆ ଗ୍ରୁପ୍‌ ଗଠନ କରିବାକୁ ହେବ । ଏହି ଗ୍ରୁପ୍‌ର ନାଁ ଆପଣ କିଛି ବି ରଖିପାରିବେ । ଆମେ ଏହାକୁ ସିକ୍ରେଟ୍ ଗ୍ରୁପ୍ ନାଁ ଦେଇଛୁ । ଏହି ଗ୍ରୁପ୍‌ କ୍ରିଏଟ୍‌ କରି ସାରିବା ପରେ ଆପଣଙ୍କର ହ୍ୱାଟ୍‌ସଆପ୍‌ କଣ୍ଟାକ୍ଟରେ ଥିବା ଜଣେ ମେମ୍ବରଙ୍କୁ ଏଥିରେ ଆଡ୍‌ କରିବେ । ମେମ୍ବର ଯୋଡିହେବା ମାତ୍ରେ ନୂଆ ଗ୍ରୁପ୍‌ ପ୍ରସ୍ତୁତ ହୋଇଯିବ ।

ଏହା ପରେ ଆପଣ ପୁଣି ହ୍ୱାଟସ୍ଆପ୍ ଗ୍ରୁପ୍କୁ ଯାଆନ୍ତୁ । ପରେ ଗ୍ରୁପ୍‌ ଇନ୍‌ଫୋକୁ ଯାଆନ୍ତୁ । ଏଥିପାଇଁ ଆପଣଙ୍କୁ ଗ୍ରୁପ୍‌ର ଉପର ଡାହାଣ ପାର୍ଶ୍ୱରେ ଥିବା ତିନୋଟି ବିନ୍ଦୁ ଉପରେ ଟ୍ୟାପ୍ କରିବାକୁ ପଡିବ । ଗ୍ରୁପ୍‌ ଇନ୍‌ଫୋରେ ପହଞ୍ଚିବା ପରେ ସେଠାରେ ଆପଣ ଗ୍ରୁପ୍‌ ସମ୍ବନ୍ଧୀୟ ତଥ୍ୟ ପାଇବେ । ସେଠାରୁ ଆପଣ ପ୍ରଥମେ ଗ୍ରୁପ୍‌ରେ ଆଡ୍‌ କରିଥିବା ମେମ୍ବରକୁ ରିମୁଭ୍‌ କରିବେ । ଗ୍ରୁପ୍‌ ମେମ୍ବରକୁ ରିମୁଭ୍‌ କରିବା ପରେ ଆପଣ ସେଠାରେ ଏକା ହିଁ ରହିବେ ।

ଏହି ପ୍ରକ୍ରିୟା ଶେଷ କରିବା ପରେ, ଆପଣଙ୍କର ବ୍ୟକ୍ତିଗତ ଏବଂ ସିକ୍ରେଟ୍‌ ହ୍ୱାଟସ୍‌ଆପ୍ ଗ୍ରୁପ୍‌ ପ୍ରସ୍ତୁତ ହୋଇଯିବ । ଆପଣଙ୍କ ବ୍ୟତୀତ ଅନ୍ୟ କେହି ଏଥିରେ ପ୍ରବେଶ କରିପାରିବେ ନାହିଁ । ଏବେ ଆପଣ ଏହି ଗ୍ରୁପ୍‌ରେ ଫଟୋ, ଭିଡିଓ, ଆବଶ୍ୟକ ଲିଙ୍କ୍ ଏବଂ ଡକ୍ୟୁମେଣ୍ଟ୍ ସୁରକ୍ଷିତ ରଖିପାରିବେ ।

Leave a Reply