ହ୍ବାଟସଆପରେ ନୂଆ ଫିଚର୍: ମଜାଦାର ହେବ ଚାଟିଂ  

ନୂଆଦିଲ୍ଲୀ: ହ୍ବାଟସଆପ ବ୍ୟବହାରକରୀଙ୍କ ପାଇଁ ଖୁସି ଖବର । କାରଣ ଏବେ ହ୍ବାଟସଆପ୍ ନିଜ ୟୁଜରମାନଙ୍କ ପାଇଁ ଏକ ନୁଆ ଫିଚର୍ ଆଣିଛି ।  ହ୍ବାଟସଆପ୍ ୟୁଜରଙ୍କୁ ଅନେକ ସମୟରେ ବିଭିନ୍ନ ପ୍ରକାର ଫିଚର୍ ଭେଟି ଦେଇଥାଏ । ୟୁଜର୍ସ ମଧ୍ୟ ଫିଚରର ଭରପୁର ସୁବିଧା ଉଠାଇଥାନ୍ତି । ଏବେ ହ୍ବାଟସଆପ ଆଣିଥିବା ଏକ ନୂଆ ଫିଚରର ନାଁ ହେଉଛି କ୍ରିଏଟ ଗ୍ରୁପ୍ ସଟକଟ ।

କ’ଣ ରହିଛି ନୂଆ ଫିଚର୍ ଜାଣନ୍ତୁ…

ଏହାଦ୍ବାରା ଯେ, କୌଣସି ୟୁଜର ଏହି ସଟକଟ ଜରିଆରେ ଗ୍ରୁପ୍ ତିଆରି କରିପାରିବେ । ଏହି ସଟକଟ ଆପଣଙ୍କୁ କଣ୍ଟାକ୍ଟ ଇନେଫା ସେକ୍ସନରେ ମିଳିବ । ଏହି ସଟକଟରେ ଟାପ୍ କଲେ ହ୍ପାଟସଆପ୍ ଅଟୋମେଟିକ୍ ଗ୍ରୁପ୍ ତିଆରି କରିଦେବ । ଏହି ଗ୍ରୁପ୍ ତୁରନ୍ତ କ୍ରିଏଟ ହେବନାହିଁ କାରଣ ଏଥିରେ ଆପଣ ଅନ୍ୟ ସଦସ୍ୟଙ୍କୁ ବି ଆାଡ୍ କରିବାକୁ ପଡ଼ିବ । ଏହି ସଟକଟ ସେତେବେଳ ଆପଣଙ୍କୁ ଦେଖାଯିବ ଯେତେବେଳେ ଆପଣଙ୍କୁ ଉକ୍ତ କଣ୍ଟାକ୍ଟ ଲିଷ୍ଟର କିଛି କମନ୍ ଗ୍ରୁପ୍ ଥିବ ।