କେଉଁ କାରଣରୁ ତ୍ୱଚା ମଳିନ ଦିଶିଥାଏ ? ଜାଣନ୍ତୁ କେମିତି କରିବେ ଉପଚାର..

ଭୁବନେଶ୍ୱର: ସାଧାରଣତଃ ଖରା ଦିନ ତୁଳନାରେ ଶୀତଦିନେ ତ୍ୱଚା ରୁକ୍ଷ ଓ ରଙ୍ଗ କମ୍‌ ହେବାର ସମସ୍ୟା ଦେଖାଦିଏ । ଏହାସହ କେବେ କେବେ ତ୍ୱଚା ମଳିନ ମଧ୍ୟ ଦେଖାଯାଏ । ଏହା ପଛରେ ଅନେକ କାରଣ ଅଛି । ଶୀତ ଦିନେ ଲୋକମାନେ ଜଳଠାରୁ ନିଜକୁ ଟିକେ ଦୂରେଇ ରଖିଥାନ୍ତି । ବାରମ୍ବାର ପାଣି ସଂସ୍ପର୍ଶରେ ନ ଆସିବା ବା ପ୍ରଚୁର ପରିମାଣର ପାଣି ନ ପିଇବା ତ୍ୱଚା ମଳିନ ଦିଶିବାର କାରଣ ହୋଇଥାଏ । ଖାଲି ସେତିକି ନୁହେଁ, କମ୍ ପାଣି ପିଇବା ହେତୁ ଶୀତ ଦିନେ ଶରୀରରୁ ଝାଳ ମଧ୍ୟ ବାହାରି ନଥାଏ ।

ଶରୀରରୁ ଯେତେ ଝାଳ ବାହାରେ ତ୍ୱଚା ପାଇଁ ସେତେ ଭଲ ହୋଇଥାଏ । ଝାଳ ବାହାରିଲେ ତ୍ୱଚା ଉଜ୍ଜଳ ଦିଶେ,  ଏହା ବ୍ୟତୀତ ଆମେ ଶୀତ ଦିନେ କମ୍ବଳ ଭିତରେ ମୁହଁ ପୂରାଇ ଶୋଇବାର ଏକ ଅଭ୍ୟାସ ଥାଏ । ଆମ ନିଜ ନିଶ୍ୱାସ ନିଜ ଦେହରେ ବାଜିବା ଦ୍ୱାରା ମଧ୍ୟ ତ୍ୱଚା ରୁକ୍ଷ ହୋଇଥାଏ । ତେବେ ତ୍ୱଚାର ଏହି ରୁକ୍ଷପଣକୁ ଆମେ କିପରି ଦୂରେଇ ଦେଇ ପାରିବା ତାହାର ଉପାୟ ଗୁଡ଼ିକ ଜାଣନ୍ତୁ…

Image result for face beauty

୧. ଇଚ୍ଛା ନ ହେଉଥିଲେ ବି ପ୍ରଚୁର ପରିମାଣର ପାଣି ପିଅନ୍ତୁ । ପାଣି ପିଇବାର କୌଣସି ବିକଳ୍ପ ନାହିଁ । ପ୍ରଚୁର ପାଣି ପିଉଥିଳେ ଆପଣଙ୍କ ତ୍ୱଚା କେବେ ବି ରୁକ୍ଷ ଦିଶିବ ନାହିଁ ।

Related image

୨. ଗାଧୋଇବା ପୂର୍ବରୁ ଦେହରେ ଓ ମୁହଁରେ ମହୁ ମାଲିସ୍‌ କରି ଗାଧାନ୍ତୁ । ଏହା ସବୁଠାରୁ ଭଲ ବଡିଲୋସନ ଭଳି କାମ ଦେଇଥାଏ ।  ଗାଧୋଇବା ପୂର୍ବରୁ ମହୁ ମଧ୍ୟ ଲଗାଇ ଗାଧୋଇଲେ ଆପଣଙ୍କୁ ବଡି ଲୋସନର ଆବଶ୍ୟକତା ପଡ଼ିବ ନାହିଁ ।

Related image

୩. ଶୀତ ଦିନେ ପେଟ ଗରମ ହେବାର ବିଶେଷ ସମ୍ଭାବନା ଥିଏ । ତେଣୁ ଆପଣ ନିୟମିତ ପଇଡ଼ ପାଣି ଓ ମିଶିରି ପାଣି ପିଅନ୍ତୁ ।

Related image

୪. ଗାଧୁଆ ପାଣିରେ କିଛି ବୁନ୍ଦା ନଡ଼ିଆ ତେଲ ମିଶାଇ ଗାଧୋଇଲେ ଏହା ମଧ୍ୟ ତ୍ୱଚା ପାଇଁ ଭଲ । ଏପରି କଲେ ଆପଣଙ୍କ ତ୍ୱଚା ମସୃଣ ରହିବ ।

Image result for coconut oil

୫. ରାତିରେ ଶୋଇବା ବେଳେ ନାଭିରେ ନଡ଼ିଆ ତେଲ ଲଗାଇ ଶୁଅନ୍ତୁ, ମୁଖମଣ୍ଡଳ ଉଜ୍ଜଳ ଦିଶିବ ।

Image result for sleeping

Leave a Reply