ଲକ୍‌ଡାଉନ୍‌ର ରୂପରେଖ କ’ଣ ହେବ? କ’ଣ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର, ପଢ଼ନ୍ତୁ ଏହି ରିପୋର୍ଟରେ…

ଭୁବନେଶ୍ୱର: କରୋନା ମୃତ୍ୟୁ ହାରରେ ଭାରତ ଅନ୍ୟ ଦେଶକୁ ପଛରେ ପକାଇବାରେ ସଫଳ ହୋଇଛି ସତ । ଲକଡାଉନ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟାରେ ରୋକ ଲାଗି ପାରିଛି । ତଥାପି ଭାରତରେ କିଲ୍‌ର କରୋନା ତାର ତାଣ୍ଡବ ଜାରି ରଖିଛି । ଏପରି ସ୍ଥିତିରେ ଲକଡାଉନ ପ୍ରକ୍ରିୟା ଆଗକୁ ଜାରି ରହିବ କି ନାହିଁ କେନ୍ଦ୍ର ନିଷ୍ପତ୍ତି ନେଇପାରିନି ।

କାଲି ଦିନ ୧୦ଟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଚର୍ଚ୍ଚା ହେଉଛି, କି ବିପର୍ଯ୍ୟସ୍ତ ଅର୍ଥନୀତିକୁ ଦେଖି କିଛି କ୍ଷେତ୍ରରେ କୋହଳ କରି ଲକଡାଉନ୍‌ ନିର୍ଦ୍ଦେଶ ଦେଇପାରନ୍ତି ମୋଦି ।

ଲକଡାଉନ କରୋନା ବ୍ୟାପିବାରେ ଲଗାଇଛି ବ୍ରେକ । କିନ୍ତୁ ଏବେ ବି ପୂରା କଣ୍ଟ୍ରୋଲ ହୋଇପାରିନାହିଁ । ଲକଡାଉନ ଲାଗୁ ହୋଇନଥିଲେ ଏପ୍ରିଲ ୧୪ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୮ ଲକ୍ଷରୁ ଅଧିକ ହୋଇଥାନ୍ତା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ସୂଚନା ଦେଇଛି । ପରିସ୍ଥିତି ବିପଜ୍ଜନକ ଥିବାବେଳେ ପୁଣି ଥରେ ଲକଡାଉନ କାର୍ଯ୍ୟକାରୀ କରିବାକୁ ସବୁ ରାଜ୍ୟ ସରକାର ପ୍ରସ୍ତାବ ଦେଇସାରିଛନ୍ତି ।

ଓଡ଼ିଶା ସମେତ ପଞ୍ଜାବ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଲକଡାଉନ ଅବଧି ବଢାଇସାରିଛନ୍ତି । ଅନ୍ୟପଟେ ଦେଶ ଘୋର ଆର୍ଥିକ ବିପତ୍ତି ଦେଇ ଗତିକରୁଥିବାବେଳେ ରୋଜଗାର ଓ ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଲାଣି ।

ଏ ନେଇ କେନ୍ଦ୍ର ସରକାର କ’ଣ ନିଷ୍ପତ୍ତି ନେଉଛି ତାକୁ ଅପେକ୍ଷା କରାଯାଇଥିବାବେଳେ ମୃଙ୍ଗଳବାର ୪ର୍ଥ ଥର ପାଇଁ ଦେଶବାସୀଙ୍କୁ ସମ୍ୱୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୧୦ଟାରେ ମୋଦି ଦେଶକୁ ସମ୍ବୋଧନ କରିବେ ।

ପ୍ରଥମେ ଜନତା କର୍ଫ୍ୟୁ, ତା’ପରେ ଲକଡାଉନ ଘୋଷଣା କରିଥିଲେ ମୋଦି । ତେବେ କାଲି ପୁଣି ଲକଡାଉନ ଅବଧି ବଢ଼ାଇବେ କି ନାହିଁ ତା ଉପରୁ ପର୍ଦ୍ଦ। ଉଠାଇପାରନ୍ତି ପ୍ରଧାନମନ୍ତ୍ରୀ । ଏଥର ଲକଡାଉନର ରୂପରେଖ କଣ ହେବ ସେ ନେଇ ସମ୍ବୋଧନରେ ସୂଚନା ଦେବେ ପ୍ରଧାନମୃନ୍ତ୍ରୀ।

ତେବେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ କରୋନା ସଂକ୍ରମଣ ରୋକିବା ସହ ଆର୍ଥିକ ଅଭିବୃଦ୍ଧି ଉପରେ ଫୋକସ୍‌ ରହିବ ବୋଲି କୁହାଯାଇଛି । ପୂର୍ବାପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ କିଛି ସର୍ତ୍ତ ସହ କିଛି କ୍ଷେତ୍ରରେ କଟକଣା କୋହଳ କରାଯିବା ନେଇ ଆଶା କରାଯାଉଛି ।

Leave a Reply