ନନ୍ଦିଘୋଷ ବ୍ୟୁରୋ : ଆମେରିକାର କେଣ୍ଟୁକିସ୍ଥିତ ଲୁଇଭେଲିରେ କାର୍ଗୋ ପ୍ଲେନ କ୍ରାସ। ୟୁପିଏସ କାର୍ଗୋ ପ୍ଲେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୭ ଜଣ। ଆହତ ହୋଇଛନ୍ତି ୧୧ ଜଣ। ଲୁଇଭେଲି ବିମାନ ବନ୍ଦରରୁ କାର୍ଗୋପ୍ଲେନଟି ଉଡ଼ାଣ ଭରିବା ମାତ୍ରେ ଇଞ୍ଜିନଟି ଜଳିଯାଇ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଯାଇଥିଲା। ୟୁପିଏସ ୱାର୍ଲଡପୋର୍ଟରୁ ହୋନୁଲୁଲୁକୁ ଯିବାକୁ ଥିବା ଏହି ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଉଡ଼ାଣ ଆରମ୍ଭ କରିବା ବେଳେ ପ୍ରଥମେ ଇଞ୍ଜିନରୁ ଧୂଆଁ ବାହାରିଥିଲା। ପରେ ପରେ ଇଞ୍ଜିନଟି ଜଳିଯାଇଥିଲା। ୧୯୯୧ରେ ମାକଡୋନେଲ ଡୋଗଲାସ ଏମଡି-୧୧ ବିମାନ ନିର୍ମିତ ହୋଇଥିଲା। ଏହି ବିମାନବନ୍ଦରରୁ ଦୈନିକ ୩୦୦ ବିମାନ ଉଡାଣ ଭରିଥାନ୍ତି।

