ପଞ୍ଚମ ପାଳିର ଶେଷ କ୍ୟାବିନେଟ ବୈଠକରେ କଣ ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

1 min read

ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ସେମାନଙ୍କ ସମର୍ଥନ ପାଇଁ କୃତଜ୍ଞତା । ପ୍ରଥମ ଥର ସରକାର ଗଠନ ବେଳେ ଓଡ଼ିଶା ମହାବାତ୍ୟା ଦ୍ୱାରା ପ୍ରଭାବିତ ଥିଲା । ବିଜୁବାବୁଙ୍କ ଦର୍ଶନ ଦେଇଥିଲା ମାର୍ଗଦର୍ଶନ । ଆମେ ସାଢେ ୪ କୋଟି ଓଡ଼ିଆଙ୍କ ଜୀବନରେ ଆଣିଛୁ ପରିବର୍ତ୍ତନ । ୫ ବର୍ଷର ସଙ୍କଳ୍ପ ନେଇ କରାଗଲା ସମୀକ୍ଷା । ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛନ୍ତି ରାଜ୍ୟ ସରକାର। ଗତ ୫ ବର୍ଷର ଶାସନ 5T ନୀତି ଉପରେ ଆଧାରିତ। ଏହି ସମୟ ଓଡ଼ିଶା ଇତିହାସର ମାଇଲ ଖୁଣ୍ଟ । ସ୍ୱଛ ଶାସନ ଓ ଟେକ୍ନୋଲୋଜି ଆଣିଛି ତୀବ୍ର ପରିବର୍ତ୍ତନ ।  କୋଭିଡକୁ ସଫଳ ଭାବେ ମୁକାବିଲା କରିଛି ରାଜ୍ୟ। ଦେଶକୁ ଅକ୍ସିଜେନ ଯୋଗାଇ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ ହୋଇଛି। ମା’ମାନଙ୍କ ପାଇଁ ମିଶନ ଶକ୍ତି ବିଭାଗ କରାଯାଇଛି। ଗମନାଗମନ କ୍ଷେତ୍ରରେ ଲକ୍ଷ୍ମୀ ଯୋଜନା ହୋଇଛି। ବଲାଙ୍ଗୀରରେ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ବରଗଡ଼ ଜିଲ୍ଲାରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି ସରକାର। ଆଦିବାସୀ ଭାଇ ଭଉଣୀଙ୍କ କଳା, ସଂସ୍କୃତି ଓ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି। ଆଦିବାସୀଙ୍କ ବିକାଶ ପାଇଁ ଗଠନ ହୋଇଛି ଏସଡିସି। ମୁଖ୍ୟମନ୍ତ୍ରୀ ଦେଖିଥିବାର ଓଡ଼ିଆ ଅସ୍ମିତାର ସ୍ବପ୍ନ ସାକାର ହୋଇଛି। ପୁଣି ଥରେ ନିର୍ବାଚନ ସମୟ ଆସିଛି।

ପୁଣି ସରକାର ଗଢ଼ିବା ନେଇ ଓଡ଼ିଶାବାସୀ ଆଶୀର୍ବାଦ ଅଜାଡିଦେବେ ବୋଲି ମୁଖ୍ୟମନ୍ତ୍ରୀ ଅଶା ରଖିଛନ୍ତି। ସମସ୍ତଙ୍କ ସହଯୋଗରେ ଓଡ଼ିଶାରେ ଦେଶରେ ଏକ ନମ୍ବର ରାଜ୍ୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।  ଓଡ଼ିଶା ଏକମାତ୍ର ରାଜ୍ୟ ଯାହା ସମସ୍ତଙ୍କୁ ଦେଉଛି ମାଗଣା ଚିକିତ୍ସା । ଆମ ଯୁବକଙ୍କ ସମୃଦ୍ଧିର ପାସପୋର୍ଟ୍ ହେଉଛି ନବୀନ ମ୍ୟାଜିକ୍ କାର୍ଡ୍ । ବିନା ସୁଧରେ ଏକ ଲକ୍ଷଟଙ୍କାର ଋଣ ଯୋଜନା ’ସ୍ୱୟମ’ ହେଉଛି ଯୁବ ଶସକ୍ତିକରଣର ଉଦାହରଣ । ଓଡ଼ିଶା ଭାରତର କ୍ରୀଡ଼ା ରାଜଧାନୀ । ଆମର ମିଶନ ଶକ୍ତି ସଦସ୍ୟ ଦେଶ ପାଇଁ ଉଦାହରଣ ।