ଯଦି ପ୍ରଥମ ଡୋଜ୍‌ ନେବାପରେ ସଂକ୍ରମଣ ହୁଅନ୍ତି, କେବେ ନେବେ ଦ୍ୱିତୀୟ ଡୋଜ୍‌?

ନୂଆଦିଲ୍ଲୀ:  କରୋନା ଏକ ପ୍ରକାରର ଆତଙ୍କ ସୃଷ୍ଟି କରି ସାରିଥିବା ବେଳେ ସାରା ବିଶ୍ୱର ବିଶେଷଜ୍ଞ ଗୋଟିଏ କଥାରେ ବାରମ୍ବାର ଜୋର ଦେଇ କହୁଛନ୍ତିଯେ, କରୋନାର ଦ୍ୱିତୀୟ ପ୍ରବାହରୁ ବଞ୍ଚିବାର ଏକମାତ୍ର ଉପାୟ ଶୀଘ୍ର ଟୀକାକରଣ । ଗତ ତିନି ସପ୍ତାହ ଧରି ଦେଶରେ କରୋନା ସଂକ୍ରମଣ ତୀବ୍ର ବେଗରେ ବଢିଚାଲିଛି । ଦେଶରେ ଉପଲବ୍ଧ ଦୁଇଟି ଭ୍ୟାକ୍ସିନର ଡୋଜ୍‌ଉପଲବ୍ଧ ଅଛି । କିନ୍ତୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ନେବା ମଧ୍ୟରେ ଏକ ବ୍ୟବଧାନ ରହିଛି । କିନ୍ତୁ ଏଭଳି ସ୍ଥିତିରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଦ୍ୱିତୀୟ ଡୋଜ୍‌ନେବାପରେ ଯଦି କୌଣସି ବ୍ୟକ୍ତି ସଂକ୍ରମିତ ହେଉଛନ୍ତି ତେବେ କେଉଁଭଳି ସମସ୍ୟା ସୃଷ୍ଟି ହୋଇପାରେ?

ଏକ ମଇଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଲଗାଇବା ଆରମ୍ଭ ହୋଇସାରିଛି । ଏବେ ଲୋକଙ୍କ ନିକଟରେ କୋଭାକ୍ସିନ ଏବଂ କୋଭିସିଲ୍ଡର କେବଳ ବିକଳ୍ପ ରହିଛି । କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ମଧ୍ୟରେ ପ୍ରାୟ ୬ରୁ ୮ ସପ୍ତାହର ବ୍ୟବଧାନ ରହିଛି । ତେଣୁ ଦୀର୍ଘ ଦିନ ବ୍ୟବଧାନ ହେତୁ ସଂକ୍ରମଣର ଚିନ୍ତା ବଢି ଯାଇଛି ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଦୁଇରୁ ଚାରି ସପ୍ତାହ ମଧ୍ୟରେ ଯଦି କୌଣସି ବ୍ୟକ୍ତି ସଂକ୍ରମିତ ହେଉଛନ୍ତି ତେବେ ଭ୍ୟାକ୍ସିନ ନ ନେଇ ଅପେକ୍ଷା କରିବା ଉଚିତ୍‌। ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେବାପରେ ଭ୍ୟାକ୍ସିନ ନେବା ଆବଶ୍ୟକ ।

କରୋନାର ସଂକ୍ରମଣ ଯେଉଁଭଳି ବଢିଛି ଭ୍ୟାକ୍ସିନ ନେବା ନିହାତି ଆବଶ୍ୟକୀୟ ହୋଇପଡ଼ିଛି । ଯଦି କୌଣସି ବ୍ୟକ୍ତି କୋଭିଡରେ ସଂକ୍ରମିତ ହୋଇଛନ୍ତି ଏବଂ ଭ୍ୟାକ୍ସିନ ନେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ । କୋଭିଡର ଲକ୍ଷଣ ଯିବାପରେ ଏବଂ ନେଭେଟିଭ୍‌ଆସିବାର ତିନି ମାସ ପରେ ଭ୍ୟାକ୍ସିନ ନେବା ଆବଶ୍ୟକ । କିନ୍ତୁ ବିଶେଷଜ୍ଞ କୁହନ୍ତି ଯଦି ଦୁଇ ଡୋଜ୍‌ପରେ କେହି ସଂକ୍ରମିତ ହେଉଛନ୍ତି ତେବେ ଭ୍ୟାକ୍ସିନ ନେବା ଆବଶ୍ୟକ ନାହିଁ । କିନ୍ତୁ ବାରମ୍ବାର କୁହାଯାଉଛିଯେ ଟିକା ନେବାପରେ ଏହା ପ୍ରଭାବଶାଳୀ ହେବ ଏବଂ କୋଭିଡରୁ ବଞ୍ଚାଇବାକୁ ସକ୍ଷମ ହେବ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟିକା ନେବା ପରେ ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବି ସାମାଜିକ ନିୟମକୁ ଉଲଙ୍ଘନ ନ କରି ନିଜ ସହିତ ଅନ୍ୟ ମାନଙ୍କୁ କିଭଳି ସଂକ୍ରମଣରୁ ରକ୍ଷା କରାଯାଇପାରିବ ସାଥିପ୍ରତି ଧ୍ୟାନ ଦିଅନ୍ତୁ ।

Leave a Reply