ବିଧାନସଭାରେ ଏମିତି କ’ଣ ଗୁପ୍ତ କଥା ଚାଲିଛି ଯେ ତାହା ସାଧାରଣ ଲୋକେ ଦେଖିପାରିବେନି: ଅରୁଣ ସାହୁ

ଭୁବନେଶ୍ବର: ଆଜି ବିଧାନସଭା ଅଧିବେଶନରେ ବିରୋଧୀଙ୍କ ତରଫରୁ ହଟ୍ଟେଗାଳ କରାଯାଇଥିଲା । ନାରୀ ନିର୍ଯାତନା, ନାବାଳିକ ଗର୍ଭବତୀ ପ୍ରସଙ୍ଗରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ଘଣ୍ଟ, ସାହାନାଇ, ବଂଶୀ ବଜାଇ ବିରୋଧୀଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ସରକାରଙ୍କ ଏକଛତ୍ରବାଦୀ ନୀତିକୁ ବିରୋଧ କରିଥିଲେ ବିରୋଧୀ । କଂଗ୍ରେସ ବିଧାୟକମାନେ କଳାପୋଷାକ ପିନ୍ଧି ପ୍ରତିବାଦ କରିଥିଲେ । ବିରୋଧୀଙ୍କ ସ୍ବର ଚାପିଦେବା ଲାଗି ଉଦ୍ୟମକୁ ବିରୋଧ କରାଯିବା ସହ ବିଧାନସଭାରେ ସରକାରଙ୍କୁ ଘେରିଥିଲେ ବିରୋଧୀ । ଗୃହରେ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମୋବାଇଲ ବାରଣକୁ ତୀବ୍ର ବିରୋଧ କରାଯାଇଥିଲା । ସରକାର ଏକଛତ୍ରବାଦ ଓ ଅଗଣତାନ୍ତ୍ରିକ ଶାସନ ଚଳାଇଛନ୍ତି ବୋଲି ବିରୋଧୀ କହିଥିଲେ ।
ଆଜି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟେଗାଳ ଦେଖିବାୁ ମିଳିଥିଲା । ଗୃହରେ ବିରୋଧୀଙ୍କ ପକ୍ଷରୁ ହଟ୍ଟେଗାଳ କରାଯିବାରୁ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ବିଜେଡି ସଦସ୍ୟମାେନ ବିଧାନସଭା ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ ରିଥିଲେ । ଲାଇଭ୍ ଭିଜୁଆଲ ନ ଦିଆଯିବା ଅଭିଯୋଗରେର ପ୍ରତିବାଦ କରିଥିଲା ବିଜେଡି । ଗତ କିଛି ଦିନ ହେଲା ବିଧାନସଭାରେ ବିରୋଧୀଙ୍କ ଭିଜୁଆଲ ବାରଣ କରାଯାଉଛି । କିଛି ଦିନ ତଳେ ଗଣମାଧ୍ୟମର ମୋବାଇଲ ବାରଣ କରାଯାଇଥିଲା । କଣ ଏମିତି ଗୁପ୍ତ କାମ ଚାଲିଛି ଯେ ଭିଡିଓ ଦେଖା ଯାଉନି । ଆମ ଅଞ୍ଚଳ ଲୋକ ଜାଣି ପାରୁ ନାହାନ୍ତି ଆମ କାର୍ଯ୍ୟକ୍ରମ । କେବଳ ସରକାରୀ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ଭିଜୁଆଲ ଦେଖାଯାଉଛି । ଏହା ଅଗଣତାନ୍ତ୍ରିକ, ଏକଛତ୍ରବାଦ ବୋଲି କହିଥିଲେ ବିଜେଡି ବିଧାୟକ ଅରୁଣ ସାହୁ ।