ଯୁଦ୍ଧ ଭୂମିରେ ଶେଷ ନିଶ୍ୱାସ ବେଳେ ଶ୍ରୀ ରାମଚନ୍ଦ୍ରଙ୍କୁ ପାଖକୁ ଡାକିଥିଲେ ରାବଣ, କହିଥିଲେ…

ଭୁବନେଶ୍ୱର : ଘରେ ଘରେ ‘ରାମାୟଣ’ର କାହାଣୀକୁ ସମସ୍ତେ ଜାଣିଛନ୍ତି । ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମରୁ ଆରମ୍ଭ କରି ତାଙ୍କ ଜୟ ଯାତ୍ରାର କାହାଣୀ ସମସ୍ତଙ୍କୁ ଉଣା ଅଧିକେ ଜଣା । କିନ୍ତୁ ପୁରାଣରେ କିଛି ଏମିତି କଥା ଅଛି ଯାହାକୁ ଏଯାଏଁ ଲୋକେ ଜାଣିନାହାନ୍ତି । ଆପଣମାନେ ଜାଣନ୍ତି କି ରାବଣ ରାମଙ୍କୁ ତା ଜୀବନର ଶେଷ ସମୟରେ କହିଯାଇଥିବା କିଛି କଥା, ଯାହା ଶୁଣିଲେ ଆପଣମାନେ ମଧ୍ୟ ସେ କାହାଣୀକୁ ଆଉ ଥରେ ମନେପକାଇବାକୁ ଚେଷ୍ଟା କରିବେ । କୁହାଯାଏ ରାବଣ ଖୁବ୍ ଅହଙ୍କାରୀ ଥିଲେ ଆଉ ମଣିଷର ଅହଙ୍କାର ସେତେବେଳେ ଭାଙ୍ଗେ ଯେତେବେଳେ ସେ ବିଫଳତାକୁ ସାମ୍ନା କରେ । ଆଉ ଖୋଜିବୁଲେ ତା ବିଫଳତାର କାରଣକୁ । ଏମିତି କିଛି ରାଜର୍ଷୀ ରାବଣ ସହ ମଧ୍ୟ ହୋଇଥିଲା ଯାହାର ପରିପ୍ରକାଶ ସେ ରାମଙ୍କ ଆଗରେ କରିଥିଲା, ତା ବି ମୃତ୍ୟୁ ଶଯ୍ୟା ନିକଟରରେ ।

“ରାବଣ” ଯୁଦ୍ଧ ଭୂମିରେ ନିଜର “ଶେଷ ନିଶ୍ୱାସ” ନେବା ବେଳେ. ଶ୍ରୀ ରାମଚନ୍ଦ୍ରଙ୍କୁ ପାଖକୁ ଡାକିଲେ କହିଲେ..

‘ ହେ ରାମ’: ‘ମୁଁ’ ତୁମର ପ୍ରତ୍ୟେକ କଥାରେ ତୁମ ଠାରୁ ‘ଶ୍ରେଷ୍ଠ’  । “ଜାତି”ରେ ମୁଁ “ବ୍ରାହ୍ମଣ”, ଯାହା ତୁମ ଜାତି ଠାରୁ “ଶ୍ରେଷ୍ଠ”।

“ବୟସ “ରେ ବି ମୁଁ ତୁମଠାରୁ ଢେର “ବଡ”। ମୋ “କୁଟୁମ୍ବ” ତୁମର କୁଟୁମ୍ବ ଠାରୁ ବହୁତ “ବଡ଼” ।

ମୋର “ସମ୍ପତ୍ତି” ତୁମ ସମ୍ପତ୍ତି ଠାରୁ କେତେ ଯେ “ଅଧିକ” ତାର କଳନା ନାହିଁ।

ତୁମର “ରାଜପ୍ରସାଦ” ସୁନା ରେ ତିଆରି ହୋଇଥିବ । କିନ୍ତୁ,ମୋର ଲଙ୍କା “ସ୍ୱର୍ଣ୍ଣ ନଗରୀ”ରେ ବିଭୂଷିତ।

ରାବଣ କହିଥିଲା, ସେ “ବଳ ଓ ପରାକ୍ରମ” ରେ ରାମଙ୍କ ଠାରୁ “ଶ୍ରେଷ୍ଠ” ଥିଲା

“ଜ୍ଞାନ ଏବଂ ତପସ୍ୟା” ରେ ମୁଁ ତୁମ ଠାରୁ “ଶ୍ରେଷ୍ଠ”  । କିନ୍ତୁ, ହେ.. ଶ୍ରୀରାମ , ମୁଁ ତୁମ ଠାରୁ ଏତେ “ଶ୍ରେଷ୍ଠ” ହେଲେ ବି , “ଯୁଦ୍ଧ”ରେ ତୁମଠାରୁ ମୁଁ “ପରାସ୍ତ”ହୋଇଗଲି। ଏହାର କାରଣ କଣ ଜାଣିଛ ବୋଲି ସେ ପଚାରିଥିଲେ ।

ତେବେ ରାବଣ ସେଦିନ ରାମଙ୍କୁ ଯେଉଁ ସତ କଥା କହିଥିଲେ ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ଆମ ସମାଜରେ ଦେଖିବାକୁ ମିଳୁଛି । ରାବଣ କହିଥିଲେ, ମୁଁ ଏଇଥି ପାଇଁ ତୁମଠାରୁ ପରାସ୍ତ ହୋଇଥିଲି କାହିଁକିନା ତୁମ ଭାଇ ତୁମ ସାଙ୍ଗରେ ଅଛନ୍ତି ଆଉ ମୋ ଭାଇ ମୋ ସାଙ୍ଗରେ ନୁହେଁ ବରଂ ମୋ ବିରୋଧରେ ଅଛି । ସେଦିନ ବିଭୀଷଣ ରାବଣକୁ ଛାଡ଼ି ରାମଙ୍କ ପାଖକୁ ଆସିଥିଲେ ଏବଂ ଲକ୍ଷ୍ମଣ ପ୍ରଥମରୁ ହିଁ ବନବାସରେ ରାମଙ୍କ ସହ ରହିଥିଲେ । ଯୁଦ୍ଧକ୍ଷେତ୍ରରେ ମଧ୍ୟ ରାମକୁ ପ୍ରତି ପାଦରେ ସହଯୋଗ କରିଥିଲେ । ରାବଣ ପାଖରେ ଏତେ ଶ୍ରେଷ୍ଠତା ଥାଇ, ବିନା ଭାଇର ସାହାଯ୍ୟରେ ଯଦି ରାବଣ ଭଳି ଯୋଦ୍ଧା ହାରି ଯାଇଥିଲା ତେବେ ଅହଂକାର ଓ ଗର୍ବ ଯେତେ ଥିଲେ ବି ପରିବାର କିମ୍ୱା ଭାଇ ନଥିଲେ ଯୁଦ୍ଧ ଜିଣିବା ସହଜ ନୁହେଁ ବୋଲି ଶିଖାଇ ଥିଲା ରାବଣ । 

ରାମଙ୍କ ପାଖରେ ଥିଲା ଆତ୍ମୀୟଙ୍କ ଆଶୀର୍ବାଦ ଆଉ ଭାତୃ ପ୍ରେମ । ଯାହା ବଳରେ ରାବଣକୁ ପରାସ୍ତ ହେବାକୁ ହିଁ ପଡ଼ିଥିଲା । ଏହାକୁ ବହୁ ଲୋକ ପରିବାରର ସମର୍ଥନ କିମ୍ବା ଆଶୀର୍ବାଦ ମଧ୍ୟ କହିଥାନ୍ତି ଯେଉଁଥି ପାଇଁ ରାମଙ୍କର ବିଜୟ ହୋଇପାରିଲା ।

Leave a Reply