ଭାରତରେ କେତେ ପ୍ରତିଶତ ଲୋକ ଶିକ୍ଷା ବ୍ୟବସ୍ଥା ଉପରେ ଭରସା କରୁଛନ୍ତି, ସାମ୍ନାକୁ ଆସିଲା ରିପୋର୍ଟ କାର୍ଡ
1 min read![](https://nandighoshatv.com/wp-content/uploads/2025/02/Education-1024x576.jpg)
ନୂଆଦିଲ୍ଲୀ: ଭାରତରେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପରିବର୍ତ୍ତନ ହେଉଥିବା ବେଳେ ଏହି କ୍ଷେତ୍ର ପ୍ରତି ଲୋକଙ୍କର ଭରସା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଦେଶର ଏଜୁକେସନ ସିଷ୍ଟମକୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଶିକ୍ଷା ଓ ସୋସିଆଲ-ଇକୋନୋମିକ ମୋବିଲିଟି ମାମଲାରେ ଭାରତ ସାରା ବିଶ୍ବରେ ସବୁଠାରୁ ଆଶାବାଦୀ ଦେଶ ମଧ୍ୟରେ ସ୍ଥାନିତ ହୋଇଛି । ୭୦ ପ୍ରତିଶତ ଲୋକ ଭାରତର ଏଜୁକେସନ ସିଷ୍ଟମ ଓ ସୋସିଆଲ-ଇକୋନୋମିକ ମୋବିଲିଟି ଉପରେ ଭରସା କରିଛନ୍ତି । ଅନ୍ୟପକ୍ଷରେ ବିଶ୍ବସ୍ତରରେ କେବଳ ୩୦ ପ୍ରତିଶତ ଲୋକ ନିଜ ଦେଶର ଏଜୁକେସନ ପ୍ରଣାଳୀକୁ ନେଇ ଆଶାବାଦୀ ଥିବା ଜଣାପଡ଼ିଛି ।
ଏଜୁକେସନାଲ ଟେଷ୍ଟିଂ ସର୍ଭିସ (ETS) ହ୍ୟୁମ୍ୟାନ ପ୍ରୋଗ୍ରେସ ରିପୋର୍ଟରେ କୁହାଯାଇଛି ଯେ, ଭାରତ ନିଜର ଏଜୁକେସନନାଲ ସିଷ୍ଟମକୁ ନେଇ ବହୁତ ଆଶାବାଦୀ ରହିଛି । ଅନ୍ୟପକ୍ଷରେ ଦୁନିଆର ଅନ୍ୟ ଦେଶର ଲୋକମାନେ ନିଜ ଦେଶର ଶିକ୍ଷା ପ୍ରଣାଳୀକୁ ନେଇ ନିରାଶ ହୋଇଛନ୍ତି । ଏହି ରିପୋର୍ଟ ୧୮ଟି ଦେଶର ୧ ଲକ୍ଷ ୮୦ ହଜାର ଲୋକଙ୍କ ଉପରେ ଷ୍ଟଡିକୁ ନେଇ ଆଧାରିତ ଅଟେ । ୭୦ ପ୍ରତିଶତ ଭାରତୀୟ ନିଜ ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ସକାରାତ୍ମକ ଦୃଷ୍ଟିକୋଣ ଆପଣାଇଥିବା ରିପୋର୍ଟରେ କୁହାଯାଇଛି । ଭାରତର ୭୬ ପ୍ରତିଶତ ଲୋକ ନିଜ ଦେଶର ବର୍ତ୍ତମାନର ଶିକ୍ଷା ପ୍ରଣାଳୀରେ ୨୦୩୫ ପର୍ଯ୍ୟନ୍ତ ଆହୁରି ସୁଧାର ନେଇ ଭରସା କରିଛନ୍ତି । ଅନ୍ୟପକ୍ଷରେ ବିଶ୍ବସ୍ତରରେ ଏହି ହାର ୬୪ ପ୍ରତିଶତ ରହିଛି । ଏହି ରିପୋଟର୍ରେ ଭାରତର ଏଜୁକେସନ ସିଷ୍ଟମରେ ବର୍ତ୍ତମାନର ଚ୍ୟାଲେଞ୍ଜଗୁଡ଼ିକ ଉପରେ ଫୋକସ କରାଯାଇଛି । ଭାରତୀୟଙ୍କ ମଧ୍ୟରେ ଶିକ୍ଷା ପାଇବା ଓ ଶିକ୍ଷକଙ୍କ ଅଭାବ ମୁଖ୍ୟ ଚ୍ୟାଲେଞ୍ଜ ବୋଲି ରିପୋର୍ଟରେ କୁହାଯାଇଛି । ଷ୍ଟଡିରେ ସାମିଲ ହୋଇଥିବା ଅନେକ ଲୋକ ଭାରତର ଶିକ୍ଷା ବ୍ୟବସ୍ଥାରେ ରହିଥିବା ଚ୍ୟାଲେଞ୍ଜକୁ ମଧ୍ୟ ସ୍ବୀକାର କରିଛନ୍ତି । କ୍ବାଲିଟି ଶିକ୍ଷା ପାଇବା ଏବେ ବି ମୁସ୍କିଲ ବୋଲି ୮୪ ପ୍ରତିଶତ ଲୋକ ସ୍ବୀକାର କରିଛନ୍ତି । ୭୪ ପ୍ରତିଶତ ଲୋକ ଶିକ୍ଷକଙ୍କ ଅଭାବ ଆଡ଼କୁ ଇସାରା କରିଛନ୍ତି ।