ବିଜେପି ବିଧାୟକଙ୍କୁ ପାଛୋଟି ନେଇ କ’ଣ ବାର୍ତ୍ତା ଦେଲେ ନବୀନ ?

What Message Give CM Naveen Patnaik By Welcoming BJP MLAs To Naveen Niwas

ଭୁବନେଶ୍ୱର: ଗଣତନ୍ତ୍ର ଅଛି, ମାନେ ବିରୋଧ ଅଛି । ବିରୋଧ ଯଦି ଅଛି, ତେବେ ବିରୋଧୀ ରହିବେ । ବିରୋଧର ସ୍ୱରକୁ ସ୍ୱାଗତ କରିବା ଅସଲ ଗଣତନ୍ତ୍ର । ଯାହା ଆଜି ଓଡ଼ିଶାରେ ଦେଖିବାକୁ ମିଳିଛି । ଚାଷୀଙ୍କୁ ନେଇ ଚାଲିଥିବା ରାଜନୀତି କାରଣରୁ ପାଖାପାଖି ୬ ଦିନ ହେବ ବନ୍ଦ ରହିଛି ଓଡ଼ିଶା ବିଧାନସଭା । ଧାନକୁ ନେଇ ଧରାପରା ଭିତରେ ବଳି ପଡ଼ିଛି ଗୃହ କାର୍ଯ୍ୟ । ନିଜକୁ ଚାଷୀଙ୍କ ଦରଦି ଦେଖାଇବାକୁ ଯାଇ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରଠାରୁ ରାଜନୀତି ଜୋର ଧରିଛି । ସେହି ରାଜନୀତି କ୍ରମରେ ଗୁରୁବାର ଦିନ ବିଜେପି ବିଧାୟକ ବିଧାନସଭା ଚଳାଇବା ଦାବିରେ ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ । କିନ୍ତୁ ଲକ୍ଷ୍ୟ ଥିଲା ରାଜନୀତି । ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବା ବିଜେପି ନେତା ହଠାତ୍ ଧାରଣାରେ ବସିଗଲେ ।

What Message Give CM Naveen Patnaik By Welcoming BJP MLAs To Naveen Niwas

କିନ୍ତୁ ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କଲେ ତାହା ଆଗାମୀ ଦିନ ପାଇଁ ଉଦାହରଣ ହୋଇ ରହିବ । ବାହାରେ ବିରୋଧୀ ବସିଥିବା ବେଳେ ସେ ଚାହିଁଥିଲେ ଘର ଭିତରେ ରହି ପାରିଥାନ୍ତେ । କିନ୍ତୁ ମୁଖ୍ୟମନ୍ତ୍ରୀ ସେମିତି କରିନଥିଲେ । ସମୟ ଥିଲା ଦିନ ସାଢେ ଗୋଟାଏ । ବିଜେପି ନେତାଙ୍କ ଧାରଣା ଆରମ୍ଭ ହୋଇସାରିଥାଏ । ବିଜେଡି ନେତା ଧାରଣାରୁ ଉଠି ନବୀନ ନିବାସ ଭିତରକୁ ଯିବାକୁ ଅନୁରୋଧ କରୁଥାନ୍ତି । କିନ୍ତୁ ବିଜେପି ନେତା ନଛୋଡ଼ବନ୍ଦା । ଏମିତିରେ କିନ୍ତୁ ବିରୋଧୀଙ୍କ ଜିଦ୍ ଦେଖି ବିଚଳିତ ହୋଇପଡ଼ି ନଥିଲେ ନବୀନ । ବରଂ ବିରୋଧୀଙ୍କୁ ସମ୍ମାନ ଦେଇ ମୁଖ୍ୟମନ୍ତ୍ରୀ ଖୋଦ୍ ଖରାରେ ଚାଲି ଚାଲି ନବୀନ ନିବାସ ବାହାରକୁ ଆସିଥିଲେ । ବିରୋଧୀ ବିଜେପି ବିଧାୟକଙ୍କୁ ସସମ୍ମାନେ ନବୀନ ନିବାସକୁ ଡାକି ନେଇଥିଲେ ।

What Message Give CM Naveen Patnaik By Welcoming BJP MLAs To Naveen Niwas

ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ବିରୋଧୀଙ୍କ ରାଜନୀତିକ ରଣନୀତିକୁ ବିଫଳ କରି ଦେଇଥିଲା । ଅନ୍ୟ ଉପାୟ ନପାଇ ବିରୋଧୀ ନବୀନ ନିବାସ ଭିତରକୁ ଯିବାକୁ ବାଧ୍ୟ ହୋଇଥିଲେ ।

What Message Give CM Naveen Patnaik By Welcoming BJP MLAs To Naveen Niwas

ଓଡ଼ିଶା ରାଜନୀତିକ ଇତିହାସରେ ହୁଏତ ପ୍ରଥମଥର ପାଇଁ ଏମିତି ଘଟିଛି । ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ବାହାରକୁ ଆସି ବିରୋଧୀଙ୍କୁ ଘର ଭିତରକୁ ଡାକି ନେଇଛନ୍ତି । ଏମିତି କରି ମୁଖ୍ୟମନ୍ତ୍ରୀ ଗୋଟିଏ ସନ୍ଦେଶ ଦେଇଛନ୍ତି ତାହା ହେଉଛି ରାଜନୀତିରେ ବିରୋଧ ରହିବ କିନ୍ତୁ ଏହା ସହ ବିରୋଧୀଙ୍କୁ ସମ୍ମାନ ଦେବା ମଧ୍ୟ ଜରୁରୀ ।

Leave a Reply