କରୋନା ଭ୍ୟାକ୍ସିନକୁ ନେଇ ଦୁନିଆରେ କ’ଣ ଚାଲିଛି,କେଉଁ ଦେଶ କେତେ ଆଗରେ ?

1 min read

କରୋନା ଭାଇରସ୍ ଦ୍ୱାରା ବିଶ୍ୱର ୨ଶହ ଦେଶ ପ୍ରଭାବିତ ହୋଇଛନ୍ତି । ଜୀବନଯାତ୍ରା ଏକରକମ ଠପ୍ ହୋଇପଡିଛି । ଭାଇରସର ଆତଙ୍କ ଭିତରେ ମାନବ ଜାତି ଖୋଜୁଛି ମୁକ୍ତିର ମାର୍ଗ । ଅପେକ୍ଷା କରୋନା ଭ୍ୟାକ୍ସିନକୁ । କୁହାଯାଉଛି ଯେ, ଦୁନିଆର ବିଭିନ୍ନ ଦେଶରେ ୪୦ରୁ ଅଧିକ ଭ୍ୟାକ୍ସିନ୍ ଉପରେ କାମ ଚାଲିଛି । ଏହା ମଧ୍ୟରୁ ୮ଟି ଫ୍ରଣ୍ଟଲାଇନରେ ଅଛନ୍ତି । ତେବେ ସେହି ଭ୍ୟାକ୍ସିନ ଗୁଡିକ ପରୀକ୍ଷଣରେ କେଉଁ ସ୍ତରରେ ଅଛି ? ଏସବୁ ପ୍ରଶ୍ନ ନିଶ୍ଚିତ ଭାବେ ଆପଣଙ୍କ ମନରେ ଉଠୁଥିବ । ଆସନ୍ତୁ ଜାଣିବା କରୋନା ଭ୍ୟାକ୍ସିନ ପରୀକ୍ଷଣ ଏବେ କେଉଁଠି ପହଂଚିଛି

ଚୀନ୍

china vaccine

ଯେଉଁ ଦେଶ ଦୁନିଆକୁ ଲକଡାଉନ୍ ଭିତରକୁ ଠେଲି ଦେଇଥିଲା ସେଇ ଦେଶ ଅର୍ଥାତ ଚୀନ୍ ମଧ୍ୟ ଭ୍ୟାକ୍ସିନ୍ ରେସରେ ଅଗ୍ରଣୀ ରାଷ୍ଟ୍ରଙ୍କ ମଧ୍ୟରେ ସାମିଲ ଅଛି । ଚୀନରେ ୪ ସମ୍ଭାବିତ କରୋନା ଭାଇରସ ଭ୍ୟାକ୍ସିନ ବିକଶିତ ହେଉଛି । ରଏଟର ମୁତାବକ ଚୀନରେ ଗୋଟିଏ ଭ୍ୟାକ୍ସିନ୍ ମାନବ ପରୀକ୍ଷଣର ଅନ୍ତିମ ପର୍ଯ୍ୟାୟରେ ପହଂଚି ସାରିଛି । ଅନ୍ୟପକ୍ଷରେ ଆଉ ଗୋଟିଏ ଭ୍ୟାକ୍ସିନକୁ ସୀମିତ ଲୋକଙ୍କ ଉପରେ ଟ୍ରାଏଲ କରିବାକୁ ଅନୁମତି ମିଳିଛି ।

ଚୀନର ପ୍ରଥମ ଭ୍ୟାକ୍ସିନ ଫାର୍ମା କଂପାନୀ ସିନୋବେକ ବୟୋଟେକ୍ ତିଆରି କରିଛି । ଉହାନ ଇନଷ୍ଟିଚ୍ୟୁଟ୍ ଓ ସିନାଫାର୍ମ ଭ୍ୟାକ୍ସିନ୍ ବିକାଶର ଦ୍ୱିତୀୟ ପର୍ଯ୍ୟୟରେ ଥିବା ବେଳେ ସିନୋବ୍ୟାକ୍ ଓ ଇନଷ୍ଟ୍ୟୁଟୋ ବୁଟେଣ୍ଟେନ୍ ଭ୍ୟାକ୍ସିନ ବିକାଶର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି ।

ବ୍ରିଟେନରୁ ଆସିପାରେ ଖୁସୀ ଖବର

astrazenca oxford

ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କରୋନା ଭ୍ୟାକ୍ସିନ୍ ସଫଳ ହୋଇଥିବା ଖବର ମିଳୁଛି । ବ୍ରାଜିଲରେ ChAdOx1 nCoV-19 (AZD1222) ର ମାନବ ପରୀକ୍ଷଣ ହୋଇଥିଲା । ପରୀକ୍ଷଣର ଫଳାଫଳ ବେସ ଭଲ ଆସିଛି । ଭ୍ୟାକ୍ସିନ ଭଲ୍ୟୁଣ୍ଟର୍ସଙ୍କ ମଧ୍ୟରେ ଭାଇରସ ବିରୋଧରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥିବା ଜଣା ପଡିଛି । ସେପ୍ଟେମ୍ବର ସୁଧା ଏହି ଭ୍ୟାକ୍ସିନ ବଜାରକୁ ଆସିବ ବୋଲି ଆଶା କରାଯାଉଛି । ଆଷ୍ଟ୍ରାଜେଙ୍କା କମ୍ପାନୀ ଏହି ଭ୍ୟାକ୍ସିନକୁ ତିଆରି କରିବ । ଭାରତର ପୁନା ସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ ଏହି ପରିଯୋଜନାରେ ସାମିଲ ଅଛି । ଆଷ୍ଟ୍ରୋଜେଙ୍କା ପାଇଁ ସିରମ ଭ୍ୟାକ୍ସିନ ଉତ୍ପାଦନ କରିବ । ଏନେଇ ସିରମ ଚୁକ୍ତି ସ୍ୱାକ୍ଷର କରିଛି । ତେଣୁ ଭ୍ୟାକ୍ସିନ୍ ସଫଳ ହେଲେ ଭାରତକୁ ଟିକା ସହଜରେ ମିଳିବ ।

ଭାରତର ପ୍ରଥମ କରୋନା ଭ୍ୟାକ୍ସିନର ଭୁବନେଶ୍ୱର ଲିଙ୍କ୍

covaxin

ଆଇସିଏମଆର ଓ ଭାରତ ବାୟୋଟେକ୍ ମିଳିତ ଭାବେ କୋଭାକ୍ସିନ୍ ନାମକ ଭ୍ୟାକ୍ସିନର ହ୍ୟୁମେନ୍ ଟ୍ରାଏଲ ଆରମ୍ଭ କରିଛନ୍ତି । କଂପାନୀ କୋଭାକ୍ସିନର ହ୍ୟୁମେନ୍ ଟ୍ରାଏଲ ପାଇଁ ୧୪ ସ୍ଥାନ ନିରୂପଣ କରିଛି । ପାଖାପାଖି ୧୫ଶହ ସ୍ୱୟଂସେବକ ଏହି ମାନବ ପରୀକ୍ଷଣରେ ସାମିଲ ହୋଇଛନ୍ତି ।  ଏହି ୧୪ ସ୍ଥାନ ମଧ୍ୟରେ ସାମିଲ ଅଛନ୍ତି ଦିଲ୍ଲୀ,ପାଟନା,ଗୋଆ,ଗୋରଖପୁର,ରୋହତକ,ଚେନ୍ନାଇ,କାନପୁର,ବିଶାଖାପଟ୍ଟନମ ଓ ହାଇଦ୍ରାବାଦ । ପାଟନାରେ ବୁଧବାରଠାରୁ ଟିକାର ମାନବ ପରୀକ୍ଷଣ ଆରମ୍ଭ ହୋଇସାରିଲାଣି । ବୁଧବାର ଦିନ ପାଟନା ଏମସ୍ ରେ ସ୍ୱୟଂସେବକଙ୍କ ଟିକାର ପ୍ରଥମ ଡୋଜ୍ ଦିଆଯାଇଥିଲା । ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ୧୪ ଦିନ ପରେ ଦିଆଯିବ । ଭୁବନେଶ୍ୱରରେ ମଧ୍ୟ କୋଭାକ୍ସିନର ହ୍ୟୁମେନ୍ ଟ୍ରାଏଲ ହେବାକୁ ଯାଉଛି ।

 

Leave a Reply