କାହିଁକି ଅନଲାଇନ୍ ଟ୍ରାଞ୍ଜାକ୍ସନ କରିବା ଆପଣଙ୍କ ପାଇଁ ଜରୁରୀ, କ’ଣ କରିଲେ କାର୍ଡ ହେବନି ବ୍ଲକ୍ ଜାଣନ୍ତୁ

ଆସନ୍ତା ୧୬ ତାରିଖରେ ଅକାମି ହୋଇଯିବ ଆପଣଙ୍କ କ୍ରେଡିଟ ଓ ଡେବିଟ କାର୍ଡ । ଅନ୍‌ଲାଇନ୍‌ ଟ୍ରାଞ୍ଜେକସନ୍‌ କରୁନଥିଲେ ଏବେ କେବଳ ଟଙ୍କା ଉଠାଣ ଓ ଜମା କରିପାରିବେ । ଏହାପରେ କୈାଣସି ଅନଲାଇନ୍‌ କାରବାର କରିପାରିବେ ନାହିଁ ଗ୍ରାହକ । ରିଜର୍ଭ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆ ଜାରି କରିଛି ଏଭଳି ନିର୍ଦ୍ଦେଶନାମା । ତେଣୁ କାର୍ଡ ବ୍ୟବହାର କରୁଥିଲେ, ଆପଣଙ୍କୁ ଅନ୍‌ଲାଇନ୍‌ କାରବାର କରିବା ଏବେ ବାଧ୍ୟତାମୂଳକ ହୋଇଛି।

ଆପଣଙ୍କ କାର୍ଡ ଡେଡ୍ ହେବାର ସମ୍ଭାବନା କେତେ ?

ଆପଣ ଯଦି ନିଜ ଡେବିଟ୍ କାର୍ଡକୁ କେବଳ ଟଙ୍କା ଉଠାଇବା ପାଇଁ ବ୍ୟବହାର କରୁଛନ୍ତି ଓ କ୍ରେଡିଟ୍ କାର୍ଡକୁ କେବଳ ଅଫଲାଇନରେ ସ୍ୱାପ୍ କରୁଛନ୍ତି ତେବେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । କାରଣ ଗ୍ରାହକଙ୍କୁ ଅନଲାଇନ୍ ଠକେଇରୁ ବଂଚାଇବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ନୂଆ ପଦେକ୍ଷପେ ନେଉଛି ।

ଏହା ଅନ୍ତର୍ଗତରେ  ଯଦି ଆପଣ କେବେ ମଧ୍ୟ କାର୍ଡକୁ ଅନଲାଇନ୍ ଟ୍ରାନ୍‌ଜାକ୍ସନ୍‌ ପାଇଁ ବ୍ୟବହାର କରି ନାହାନ୍ତି ତେବେ ଆପଣଙ୍କ କାର୍ଡ ଡେଡ୍  ହେବ ।  ଯାହାର ଅର୍ଥ ଆପଣ କେବଳ ଟଙ୍କା ଉଠାଇ ପାରିବେ ଓ ଜମା କରି ପାରିବେ । ଏହାସହ ଅଫଲାଇନ୍ ବା ଷ୍ଟୋର କିମ୍ବା ପେଟ୍ରୋଲ ପମ୍ପରେ କାର୍ଡ ସ୍ୱାପ୍ କରି ପାରିବେ  । କିନ୍ତୁ କେବେ ମଧ୍ୟ ସେହି କାର୍ଡରେ ଅନଲାଇନ୍ ସପିଂ କିମ୍ବା ବିଲ୍ ପେମେଣ୍ଟ୍ କରିପାରିବେ ନାହିଁ । ଏବେ ଆପଣ ନିଜକୁ ଦୁଇଟି ପ୍ରଶ୍ନ ପଚାରନ୍ତୁ ।

ଆପଣ କେବେ ଡେବିଟ୍‌ କାର୍ଡରେ ଅନ୍‌ଲାଇନ୍‌ ଟ୍ରାନ୍‌ଜାକ୍ସନ୍‌ କରିଥିଲେ?

ଶେଷଥର ପାଇଁ କେବେ କିଣାକିଣି କରିଥିଲେ କ୍ରେଡିଟ୍‌ କାର୍ଡରେ?

ଯଦି ଏ ଦୁଇଟି ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ନାହିଁ, ତେବେ ଆପଣଙ୍କୁ ମହଙ୍ଗା ହୋଇପାରେ। କାରଣ ଥରେ ବି ଅନ୍‌ଲାଇନ୍‌ରେ କାରବାର ପାଇଁ ନିଜ କାର୍ଡକୁ ବ୍ୟବହାର କରିନଥିଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଆପଣଙ୍କ କାର୍ଡକୁ ଡେଡ୍‌ ଡିକ୍ଳେର କରିବେ। ଏଥିପାଇଁ ଡେଡଲାଇନ୍‌ ହେଲା ମାର୍ଚ୍ଚ ୧୬ ।

ଅନେକ କାର୍ଡରେ କଣ୍ଟାକ୍ଟଲେସ୍‌ ଟ୍ରାଞ୍ଜେକସନ୍‌ ବ୍ୟବସ୍ଥା ଥିବାରୁ ସାଇବର ଲୁଟେରା ଅତି ସହଜରେ ଆପଣଙ୍କ ଆକାଉଣ୍ଟ ଖାଲି କରିପାରନ୍ତି। କେବଳ ଏତିକି ନୁହଁ ଅନେକ ଲୋକେ ଡେବିଟ ଓ କ୍ରେଡିଟ କାର୍ଡର ବ୍ୟବହାର ଜାଣିନଥିବାରୁ ସାଇବର ଠକ ଏହାର ଫାଇଦା ନିଅନ୍ତି। କାର୍ଡ ବ୍ୟବହାରକାରୀଙ୍କ ସାମାନ୍ୟ ଅବହେଳାରୁ ମାତ୍ର କିଛି ସେକେଣ୍ଡରେ ସବୁ ଟଙ୍କା ଚାଲିଯାଏ ସାଇବର ଠକଙ୍କ ପାଖକୁ ।  ଏସବୁ ସମସ୍ୟାକୁ ଏଡାଇବା ପାଇଁ ଆରବିଆଇ ଜାରି କିଛି ଏଭଳି ନିର୍ଦ୍ଦେଶନାମା।..

ଯଦି ଆପଣବି ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ଓ ଅନଲାଇନ ଟ୍ରାନ୍‌ଜାକ୍ସନ୍‌ କରିନାହାନ୍ତି ତେବେ ୧୬ ମାର୍ଚ୍ଚ ପୂର୍ବରୁ କରିଦିଅନ୍ତୁ । ନଚେତ ଆପଣଙ୍କ କାର୍ଡ ଡେଡ୍ ହୋଇଯିବ।

Leave a Reply