ଅଲିମ୍ପିକ୍ସ ପଦକ ଜିତିଲେ ମିଳେ କେତେ ଟଙ୍କା ? ଜାଣିଲେ ହେବେ ଚକିତ
ନୂଆଦିଲ୍ଲୀ: ପ୍ୟାରିସ ଅଲମ୍ପିକରେ ନଜର ରଖିଛି ସମଗ୍ର ବିଶ୍ବ । ଖେଳ ମହାକୁମ୍ଭରେ ଭାଗ ନେଇଛନ୍ତି ବିଶ୍ବର ବଡ ବଡ ଆଥଲେଟ । ସମସ୍ତ ଖେଳାଳୀଙ୍କ ନଜର ଅଲମ୍ପିକରେ ସ୍ବର୍ଣ୍ଣ ପଦକ ଜିତିବାରେ ରହିଛି । ଭାରତ ବର୍ତ୍ତମାନ ସୁଦ୍ଧା ଅଲମ୍ପିକରେ ତିନୋଟି ମେଡାଲ ଜିତି ସାରିଛି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ଯେ ଅଲମ୍ପିକରେ ପଦକ ଜିତିଲେ କେତେ ଟଙ୍କା ପୁରସ୍କାର ରାଶି ମିଳିଥାଏ ?
ଅଲମ୍ପିକରେ ମେଡାଲ ଜିତିଥିବା ଆଥଲେଟଙ୍କୁ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ କୌଣସି ନଗଦ ରାଶି ଦେଇନତାନ୍ତି । ସେହିପରି ଭାରତୀୟ ଅଲମ୍ପିକ ସଂଘ ବି ନିଜ ଖେଳାଳୀଙ୍କୁ ଅଲମ୍ପିକ ପଦକ ଜିତିଲେ ପୁରସ୍କାରରେ ଅର୍ଥ ପ୍ରଦାନ କରିନଥାଏ ।
ଅଲମ୍ପିକରେ ମେଡାଲ ଜିତିଥିବା ଖେଳାଳୀଙ୍କ ପାଇଁ ଭାରତ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ସ୍ବର୍ଣ୍ଣ ପଦକ ଜିତୁଥିବା ଖେଳାଳୀଙ୍କୁ ସରକାର ୭୫ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ରୌପ୍ୟ ପଦକ ଜିତିଥିବା ଖେଳାଳୀଙ୍କୁ ୫୦ ଲକ୍ଷ ଓ ଦେଶ ପାଇଁ କାଂସ୍ୟ ପଦକ ଜିତିଥିବା ଖେଳାଳୀଙ୍କୁ ୩୦ ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ଏହା ଛଡା ରାଜ୍ୟ ସରକାର ନିଜ ଖେଳାଳୀଙ୍କ ପାଇଁ ଅଲଗା ପୁରସ୍କାର ରାଶି ଘୋଷଣା କରିଥାନ୍ତି ।