ଥରେ ପଢ଼ନ୍ତୁ କଣ ଥିଲା ରତନ ଟାଟାଙ୍କ ଅନ୍ତିମ ପୋଷ୍ଟ

ନନ୍ଦିଘୋଷ ବ୍ୟୁରୋ: ବୁଧବାର ବିଳମ୍ବିତ ରାତିରେ ଭାରତ ହରାଇଛି ଅମୂଲ୍ୟ ରତ୍ନ । ସାରା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରତନ ଟାଟାଙ୍କ ଦେହାନ୍ତ ହୋଇଛି । ୮୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ରତନ ଟାଟାଙ୍କ ପରାଲୋକରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଗମ୍ଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ତେବେ କିଛିଦିନ ହେବ ରତନ ଟାଟାଙ୍କ ଅସୁସ୍ଥତାକୁ ନେଇ ଖବର ପ୍ରସାରଣ ହେଉଥିବାବେଳେ କିଛି ଗୁଜବ ମଧ୍ୟ ସୋସିଆଲ ମିଡିଆରେ ପ୍ରଚାର ହୋଇଥିଲା । ଯାହାକୁ ନେଇ ନିଜେ ରତନ ଟାଟା ସ୍ଫଷ୍ଠୀକରଣ ରଖିଥିଲେ ।

ସୋମବାର ରତନ ଟାଟା ସୋସିଆଲ ମିଡିଆରେ ନିଜର ଅନ୍ତିମ ପୋଷ୍ଟ କରିଥିଲେ । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ବିଭିନ୍ନ ଗୁଜବମାନ ପ୍ରଚାର କରାଯାଉଥିବାବେଳେ ସେ ଲେଖିଥିଲେ କି, ମୋ ସ୍ବାସ୍ଥ୍ୟ ପାଇଁ ଆପଣମାନେ ଚିନ୍ତା କରୁଥିବାରୁ ଧନ୍ୟବାଦ । ମିଛିରେ ମୋ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ବିଭିନ୍ନ ଗୁଜବ ପ୍ରଚାର କରାଯାଉଛି । ଏସବୁ ସମ୍ପର୍କରେ ମୁଁ ଅବଗତ ଅଛି । ମୁଁ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ପ୍ରଚାର କରାଯାଉଥିବା ଗୁଜବ ଗୁଡ଼ିକ ଭିତ୍ତିହୀନ । ମୁଁ ଏବେ ମେଡିକାଲରେ ଚିକିତ୍ସିତ ହେଉଛି । ଏକ ଡାକ୍ତରୀ ଟିମ ମୋର ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରୁଛନ୍ତି । ଏହାସହ ସେ ଅନୁରୋଧ କରିଥିଲେ କି, ମୋ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଦୟାକରି ଏଭଳି ଗୁଜବ ପ୍ରଚାର କରନ୍ତୁ ନାହିଁ । ଉଭୟ ଲୋକ ଏବଂ ଗଣମାଧ୍ୟମକୁ ସେ ଏଭଳି ଅନୁରୋଧ କରିଥିଲେ ।

ନଜର ପକାନ୍ତୁ