କାଶୀ ବିଶ୍ୱନାଥ ମନ୍ଦିର- ଜ୍ଞାନଭାପି ମସ୍‌ଜିଦ ବିବାଦ: କୋର୍ଟଙ୍କ ରାୟଙ୍କୁ ଚ୍ୟାଲେଞ୍ଜ କରିବ ସୁନ୍ନି ସେଣ୍ଟ୍ରାଲ ଓ୍ୱାକଫ୍

ବାରାଣସୀ: କାଶୀ ବିଶ୍ୱନାଥ ମନ୍ଦିର ଏବଂ ଜ୍ଞାନବ୍ୟାପୀ ମସଜିଦ୍ ମାମଲାରେ ଏବେ ଆକ୍ଷେପ ପ୍ରତିଆକ୍ଷେପ ଆରମ୍ଭ ହୋଇଯାଇଛି । ସୁନ୍ନି ସେଣ୍ଟ୍ରାଲ ଓ୍ୱାକଫ୍  ବୋର୍ଡ ଓକିଲ କହିଛନ୍ତି ଯେ, ସେ କୋର୍ଟଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହଁନ୍ତି ଏବଂ ସେ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ । ଅପରପକ୍ଷରେ ଏଆଇଏମ୍ଆଇଏମ୍ ଚିଫ୍ ଆସଦୁଦ୍ଦିନ ଓବେସୀ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି  । ତେବେ ଆସିବା ଜାଣନ୍ତୁ କାଶୀ ବିଶ୍ୱନାଥ ଏବଂ ଜ୍ଞାନବ୍ୟାପୀ ମସଜିଦ୍ ମଧ୍ୟରେ କ’ଣ ବିବାଦ ରହିଛି । ଏବଂ ଏଏସ୍ଆଇ ଏ ମାମଲାରେ କ’ଣ ଦାୟିତ୍ୱ ମିଳିଛି ।

ବାରାଣାସୀ କାଶୀ ବିଶ୍ୱନାଥ ମନ୍ଦିର ଏବଂ ସେହି ଅଞ୍ଚଳରେ ସ୍ଥିତ ଜ୍ଞାନବ୍ୟାପୀ ମସଜିଦ୍ ମାମଲାରେ କୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯେଉଁଥିରେ ଜ୍ଞାନବ୍ୟାପୀ ପରିସରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ କରିବା ନେଇ ଆର୍କଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ୍ (ଏଏସ୍ଆଇ)କୁ ଦିଆଯାଇଛି । ଏବଂ ରିପୋର୍ଟ ମଧ୍ୟ କୋର୍ଟରେ ଉପସ୍ଥାପନ କରିବାକୁ କୁହାଯାଇଛି । ଏହା ଦ୍ୱାରା ବହୁତ ଶୀଘ୍ର ସ୍ପଷ୍ଟ ହୋଇଯିବ ଯେ, ଜ୍ଞାନବ୍ୟାପୀ ମସଜିଦ୍ ତଳେ ଏବଂ ଆଖପାଖର ପୂରା ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ଅନୁଯାୟୀ ରହିଛି କି? ସେଠାରେ କାଶୀ ବିଶ୍ୱନାଥ ମନ୍ଦିର ସହ ଜଡ଼ିତ କୌଣସି ଅବଶେଷ ରହିଛି କି?

ତେବେ କୋର୍ଟ ପକ୍ଷରୁ ପ୍ରକାଶ ରାୟ ମନ୍ଦିର ପକ୍ଷଙ୍କ ଆଶା ବଢ଼ାଇଛି । କାହିଁକି ନା ମନ୍ଦିର ପକ୍ଷଙ୍କ ତରଫରୁ ଦାବି କରାଯାଇଛି ଯେ, ଜ୍ଞାନବ୍ୟାପୀ ମନ୍ଦିର ପରିସର ଏବଂ ଏହାର ତଳେ ମନ୍ଦିର ଅବଶେଷ ରହିଛି । ବାରାଣାସୀ ସିଭିଲ୍ ଜଜ୍ ସିନିୟର ଡିଭିଜନ୍ ଫାଷ୍ଟ ଟ୍ରାକ୍ କୋର୍ଟଙ୍କ ପକ୍ଷରୁ ରାୟ ଦିଆଯିବା ପରେ ଆଗାମୀ ଶୁଣାଣି ମେ’ ୩୧ ତାରିଖ ପାଇଁ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ କୋର୍ଟ କାଶୀ ବିଶ୍ୱନାଥ ପକ୍ଷର ଲୋକଙ୍କ ସପକ୍ଷରେ ରାୟ ଦେଇଛନ୍ତି ।

Leave a Reply