ଚନ୍ଦ୍ରଯାନ ୨ ଅପେକ୍ଷା ଚନ୍ଦ୍ରଯାନ ୩ ଶକ୍ତିଶାଳୀ, ଅର୍ବିଟର ବଦଳରେ ରହିଛି ପ୍ରପଲସନ ମଡ୍ୟୁଲ

1 min read

ବେଙ୍ଗାଲୁରୁ: ପୂର୍ବାପେକ୍ଷା ଚନ୍ଦ୍ରଯାନ-୩ର ଲେଗ୍‌ ଗୁଡିକ ଅଧିକ ଶକ୍ତିଶାଳୀ । ବିକ୍ରମ ଲ୍ଯାଣ୍ଡରକୁ କରାଯାଇଛି ଅଧିକ ଉନ୍ନତ । ସେକେଣ୍ଡକୁ ୩ ମିଟର ଗତିକୁ ସମ୍ଭାଳିବା କ୍ଷମତା ଲ୍ଯାଣ୍ଡର ଲେଗର ରହିଛି । ଚନ୍ଦ୍ରଯାନ-୨ରେ ସେକଣ୍ଡକୁ ୨ ମିଟର ଗତିକୁ ସମ୍ଭାଳିବା କ୍ଷମତା ଥିଲା । ଚନ୍ଦ୍ରଯାନ-୨ରେ ଥିଲା ୩ଟି କମ୍ପୋନେଣ୍ଟ, ଗୋଟିଏ ଅର୍ବିଟର, ଗୋଟିଏ ଲ୍ଯାଣ୍ଡର ଓ ଗୋଟିଏ ରୋଭର ।

ଚନ୍ଦ୍ରଯାନ-୩ରେ ୨ଟି କମ୍ପୋନେଣ୍ଟ ରହିଛି । ଲ୍ଯାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । ଅର୍ବିଟର ବଦଳରେ ଖଞ୍ଜାଯାଇଛି ପ୍ରପଲସନ ମଡ୍ଯୁଲ । ଚନ୍ଦ୍ରଯାନ-୩ରେ ରହିଛି ଲୁନାର ସିସେମିକ ଆକ୍ଟିଭିଟି । ଏହା ଜରିଆରେ ଚନ୍ଦ୍ରର ପ୍ଲାଜମା ଡେନସିଟି ଆକଳନ ହୋଇପାରିବ । ଲ୍ଯାଣ୍ଡର ବିକ୍ରମରେ ପୂର୍ବଠାରୁ ଅଧିକ ଇନ୍ଧନ ରଖାଯାଇଛି । ଅଧିକ ପ୍ରତିବନ୍ଧକ ଦୂର କରିବା କ୍ଷମତା ଲ୍ଯାଣ୍ଡରର ରହିଛି । ଚନ୍ଦ୍ରପୃଷ୍ଠରୁ ସ୍ଥିତିର ମୁକାବିଲା ଲାଗି ନୂଆ ସେନସର ଲାଗିଛି । ତାହାହେଲା ଲେଜର ଡପଲର ଭେଲୋସିଟି ମିଟର ।

ଲେଜର ଡପଲର ଜରିଆରେ ଶବ୍ଦ ଆହରଣ କରାଯାଇପାରିବ । କୌଣସି ପ୍ରକାର ତ୍ରୁଟି ଦୂର କରିବା ଲାଗି ଉନ୍ନତ ସେନସର ବ୍ଯବସ୍ଥା । ଲ୍ଯାଣ୍ଡିଂ ସମୟରେ ଦୁଇଟି ଇଞ୍ଜିନ ଚାଲିବାର ବ୍ଯବସ୍ଥା ରହିଛି । ଚନ୍ଦ୍ରଯାନ-୩ରେ ସେଣ୍ଟ୍ରାଲ ଇଞ୍ଜିନକୁ ବାହାର କରିଦିଆଯାଇଛି । ଖଞ୍ଜାଯାଇଛି ଅଧିକ ସୋଲାର ପ୍ଯାନେଲ । ସୂର୍ଯ୍ଯ ଦିଗକୁ ନ ମୁହାଁଇଲେ ବି କାର୍ଯ୍ୟକ୍ଷମ ହୋଇପାରିବ ସୋଲାର ପ୍ଯାନେଲ । ଟ୍ରାକିଂ, ଟେଲିମେଟ୍ରି ଓ କମାଣ୍ଡ(TTC) ଆଣ୍ଟେନା ରହିଛି ।