ଅମାବାସ୍ୟା ରାତି ସହ ଗଧିଆଙ୍କ କଣ ରହିଛି ଲିଙ୍କ୍‌ ?

ମଥୁରା: ଉତ୍ତର ପ୍ରଦେଶର ବହରାଇଚରେ ଗଧିଆଙ୍କ ଉତ୍ପାତ ଜାରି ରହିଛି  । ଶନିବାର ରାତିରେ ପୁଣି ଦୁଇ ଜଣଙ୍କୁ ଆକ୍ରମଣ କରି ଆହତ କରିଛି ଗଧିଆ  । ଆଜି ସେପ୍ଟେମ୍ବର ୨ରେ ସୋମବତୀ ଅମାବାସ୍ୟା  । ଏଭଳି କ୍ଷେତ୍ରରେ ପୁଣିଥରେ ରକ୍ତମୁଖା ହେବେ ଗଧିଆ ଗ୍ୟାଙ୍ଗ  । ସେମାନଙ୍କୁ ଧରିବା ପାଇଁ ବନବିଭାଗ ଜୋରଦାର ପ୍ରୟାସ ଜାରି ରଖିଛି  । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ଟି ଗଧିଆ ଧରା ପଡିଥିବାବେଳେ ଏବେ ବି ବିପଦ ଟଳି ନାହିଁ  । ବହରାଇଚର ୩୫ଟି ଗାଁର ଗ୍ରାମବାସୀ ଅମାବାସ୍ୟା ରାତିରେ ବଡ ଆକ୍ରମଣର ଆଶଙ୍କା କରିଛନ୍ତି  ।

ଅମାବାସ୍ୟା ରାତିରେ କାହିଁକି ଆକ୍ରମଣାତ୍ମକ ହୋଇପଡନ୍ତି ଗଧିଆ ଏନେଇ ମା ବଗଳାମୁଖୀ ପୀଠ ମହନ୍ତ ତ୍ରିଶୂଳ ବାବାଙ୍କ କହିବାନୁସାରେ ଅମାବାସ୍ୟାରେ ସୂର୍ଯ୍ୟଙ୍କ ପ୍ରକୋପ ରହିଥାଏ । ଏଥି୍ଯୋଗୁଁ ଅସୁର ଶକ୍ତି ସହ ହିଂସ୍ର ଜୀବଜନ୍ତୁ ଉଗ୍ର ହୋଇ ଉଠନ୍ତି  । ଏହି କାରଣରୁ ଅମାବାସ୍ୟାରେ ଗଧିଆ ହିଂସ୍ର ହୋଇ ଉଠନ୍ତି  । ଗ୍ରାମାଞ୍ଚଳ ଆଖପାଖରେ ଗଧିଆ ରହୁଥିବାରୁ ଶିକାର ପାଇଁ ସେମାନେ ଗାଁ ମୁଖା ହୁଅନ୍ତି  । ଯେତେବେଳେ ଗୋଟିଏ ଗଧିଆ ଶିକାର କରିନିଏ ରକ୍ତ ବାସ୍ନାରେ ଆକର୍ଷିତ ହୋଇ ଅନ୍ୟାନ୍ୟ ଗଧିଆ ଗାଁ ଭିତରକୁ ଚାଲି ଆସନ୍ତି  ।

ସେପଟେ ବନ ବିଭାଗ ବିଶେଷଜ୍ଞ କହିଛନ୍ତି ଗୋଟିଏ ଗଧିଆ ପାଇଁ ଏଭଳି ପରିସ୍ଥିତି ଉପୁଜିଛି  । ଗଧିଆ ଥରେ ଶିକାର କଲେ ଦୁଇରୁ ତିନି ଦିନ ତା ପେଟ ଭରି ରହିଥାଏ  । ଏହାପରେ ସେ ଶିକାରରେ ବାହାରିଥାଏ  । ଗଧିଆର ଶୁଙ୍ଘିବା ଶକ୍ତି ଓ ଦୌଡିବା କ୍ଷମତା ଅଧିକ ରହିଥାଏ  । ୨ କିଲୋମିଟର ପର୍ଯ୍ୟନ୍ତ ସେ ଶୁଙ୍ଘିବା ସହ ଘଣ୍ଟାପ୍ରତି ୬୦ କିମି ବେଗରେ ଦୌଡିପାରେ  । ସେହିପରି ଅମାବାସ୍ୟା ଦିନ ମଣିଷ ତ କିଛି ଦେଖିପାରେ ନାହିଁ କିନ୍ତୁ ଗଧିଆଙ୍କ ପାଖରେ ଅନନ୍ୟ ଦୃଷ୍ଟିଶକ୍ତି ରହିଥାଏ  । ପୂର୍ଣ୍ଣିମା ରାତିରେ ଯେତେବେଳେ ଗଧିଆ ଜୋରରେ ବୋବାଇଥାଏ ଏହାର ଅର୍ଥ ହେଉଛି ଯେ ଆଜି ଶିକାର କରିବା ପାଇଁ ଉଚିତ ସମୟ ନୁହେଁ  । ଅନ୍ୟପଟେ ଅମାବାସ୍ୟା ରାତିରେ ଅନ୍ଧକାର କାରଣରୁ ପରିସ୍ଥିତି ଅନୁକୂଳ ରହିଥାଏ  ।