ଜାଣନ୍ତୁ ତେଜସ୍ର କାରନାମା
1 min readନିକଟରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ସ୍ୱଦେଶୀ ଯୁଦ୍ଧ ବିମାନ ତେଜସ୍ରେ ଅଧ ଘଣ୍ଟା ଉଡ଼ିଛନ୍ତି । ତିନି ବର୍ଷ ପୂର୍ବରୁ ବାୟୁସେନାରେ ସାମିଲ ହୋଇଥିଲା ମଲଟିରୋଲ ଫାଇଟର ଜେଟ୍ ତେଜସ । ଆମେ ଆପଣଙ୍କୁ ଜଣାଇବୁ ଏହା ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ କଥା ।
ତେଜସ୍ କଣ ?
ଆକାଶରୁ ଆକାଶକୁ ଓ ଆକାଶରୁ ଭୂପୃଷ୍ଠକୁ ମିଶାଇଲ୍ କ୍ଷେପଣ କରିପାରେ ତେଜସ୍ । ଏଥିରେ ମିଶାଇଲ ବମ୍ ଓ ରକେଟ୍ ଖଞ୍ଜା ଯାଇପାରିବ । ତେଜସ୍ ୪୨ ପ୍ରତିଶତ କାର୍ବନ ଫାଇବର, ୪୩ ପ୍ରତିଶତ ଆଲୁମିନିୟମ ଏଲୟ ଓ ଟାଇଟାନିୟମରେ ତିଆରି । ଏହା ସିଙ୍ଗଲ ସିଟେଡ୍ ପାଇଲଟ୍ ବିମାନ । ଏଥିସହ ରହିଛି ଟ୍ରେନରଙ୍କ ପାଇଁ ୨ଟି ସିଟ୍ । ଏଯାଏଁ ପ୍ରାୟ ୩୫ଶହରୁ ଅଧିକ ଥର ଉଡ଼ାଣ ଭରିସାରିଲାଣି ତେଜସ୍ । ଏହା ଗୋଟିଏ ଥରରେ ୫୪ ହଜାର ଫୁଟ୍ ଉଚ୍ଚରେ ଉଡିପାରେ । ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୭ହଜାର କୋଟି ।
ଭାରତକୁ ତେଜସ୍ର ଆବଶ୍ୟକତା କଣ ?
ଭାରତୀୟ ବାୟୁସେନାରେ ରହିଛି ୩୫ଟି ସ୍କ୍ବାର୍ଡନ । ଗୋଟିଏ ସ୍କ୍ବାର୍ଡନରେ ରହିଛି ୧୬ରୁ୧୮ଟି ଫାଇଟର । ୩୫ଟି ସ୍କ୍ବାର୍ଡନରୁ ୧୧ଟିରେ ମିଗ୍-୨୧ ଓ ମିଗ୍ -୨୭ ଫାଇଟର୍ ରହିଛି । ଏହି ଦୁଇଟି ଫାଇଟର୍ର ଅବସ୍ଥା ଏତେ ଭଲ ନାହିଁ । ଯେହେତୁ ପଡ଼ୋଶୀ ପାକିସ୍ତାନ ଓ ଚୀନ୍କୁ ନେଇ ସବୁବେଳେ ସୀମାରେ ଉତ୍ତେଜନା ଲାଗିରହୁଛି, ତେଣୁ ବିଶେଷଜ୍ଞଙ୍କ ମତରେ ଭାରତକୁ ଦରକାର ୪୫ଟି ସ୍କ୍ବାର୍ଡନ । କିନ୍ତୁ ତେଜସ୍ ବର୍ତ୍ତମାନ ୩୪ ନମ୍ବର, ଫ୍ରାନ୍ସରୁ ରାଫେଲ୍ ମିଳିଲେ ଏହା ହେବ ୩୫ତମ ସ୍କ୍ବାର୍ଡନ ।
ଜାଣନ୍ତୁ ତେଜସ୍ର ବଳ ?
ତେଜସ୍ର ଘଣ୍ଟାପ୍ରତି ବେଗ ରହିଛି ୨,୨୨୨ କି.ମି । ଏହା ଗୋଟିଏ ଥରରେ ୩ ହଜାର କି.ମି ଦୂର ଉଡ଼ାଣ ଭରିପାରେ । ଗୋଟିଏ ତେଜସ୍ ୪୩ ଫୁଟ୍ ଲମ୍ବା ଓ ୧୫ ଫୁଟ୍ ଉଚ୍ଚ । ସମସ୍ତ ଯୁଦ୍ଧ ସରଞ୍ଜାମ ସହ ଏହାର ଓଜନ ୧୩ ହଜାର ୫୦୦ କିଲୋଗ୍ରାମ୍ । ')}