ଲକ୍ ଡାଉନ୍ କ’ଣ ଓ ଏହାର ସୁବିଧା ଅସୁବିଧା କ’ଣ ? ଜାଣନ୍ତୁ…

1 min read

କରୋନା ପାଇଁ କେନ୍ଦ୍ରଠୁ ରାଜ୍ୟ ଚାଡ଼ିଆଡ଼େ ଚିନ୍ତା । ଦିନକୁ ଦିନ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଭାରତ ଇତିହାସରେ ଏମିତି ଲକ୍ ଡାଉନ ପରିସ୍ଥିତି ପ୍ରଥମ ଥର ପାଇଁ ଆସିଛି । ଏପରି ପରିସ୍ଥିତିରେ କେଉଁ ସବୁ ଦେକାନ ଖୋଲା ରହିବ ଏବଂ କେଉଁ ଗୁଡ଼ିକ ବନ୍ଦ ରହିବ ସେଗୁଡ଼ିକ ଜାଣିବା ନିହାତି ଆବଶ୍ୟକ । ତେଣୁ ଆପଣଙ୍କ ମନରେ ଥିବା କିଛି ଏମିତି ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଦେଉଛୁ ।

ଲକ୍ ଡାଉନ୍ ଅର୍ଥ କ’ଣ ?

ଲୋକଙ୍କୁ ଲକଡାଉନରେ ଘରେ ରହିବାର ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କୁ କେବଳ ଔଷଧ, ଖାଦ୍ୟ ପଦାର୍ଥ କିମ୍ବା ବ୍ୟାଙ୍କ ଏବଂ ଏଟିଏମରୁ ଟଙ୍କା ଉଠାଇବା ଭଳି ଜରୁରୀ ଜିନିଷ ପାଇଁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି । ବାହାରକୁ ଗଲେ ସଂକ୍ରମଣର ଶୀକାର ହେବା ଭୟ ଥିବାରୁ ଲକ୍ ଡାଉନ ଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

ଲକ୍ ଡାଉନ୍ ରେ କ’ଣ ସବୁ ସୁବିଧା ମିଳିବ?

ପୋଲିସ ଷ୍ଟେସନ, ହସ୍ପିଟାଲ, ଅଗ୍ନିଶମ ବିଭାଗ, ଜେଲ, ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ, ଖାଦ୍ୟ ପଦାର୍ଥ ସୁବଧା ମିଳିବ ।

ବିଦ୍ୟୁତ୍-ଜଳ, ଇଣ୍ଟରନେଟ୍, ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ସୁବିଧା ପାଇପାରିବେ ।

ଡାକଘର, ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ପାଇଁ ଅନୁମତି ଦିଆଯାଇଛି ।

ଲକ୍ ଡାଉନ କାରଣରୁ କେଉଁ ସବୁ ସୁବିଧାରୁ ବଞ୍ଚିତ ହେବୁ ଆମେ ?

ଡ୍ରେସ୍ ଦେକାନ, ବଡ଼ ଷ୍ଟୋର, କାରଖାନା, ଧର୍ମଶାଳା, ଗୋଦାମ, ସାପ୍ତାହିକ ବଜାର ।

ଜନସାଧାରଣ ପରିବହନ ବନ୍ଦ ରିହିବ ଏବଂ ୨୫ ପ୍ରତିଶତ ସରକାରୀ ବସ୍ କିଛି ରାଜ୍ୟରେ ଚଳାଚଳ କରିବ କିନ୍ତୁ ସବୁ ରାଜ୍ୟରେ ନୁହେଁ ।

ସାଧାରଣ ଲୋକମାନେ କ’ଣ ନିଜ ଗାଡ଼ିରେ ବାହରକୁ ଯାଇପାରିବେ ?

ଡାକ୍ତରୀ କିମ୍ବା ଜରୁରୀକାଳୀନ ପରି ଜରୁରୀ କାର୍ଯ୍ୟରେ ଆବଶ୍ୟକତା ଅନୁଯାୟୀ ଆମ୍ବୁଲାନ୍ସ ସେବା ଉପଲବ୍ଧ ହୋଇପାରିବ । କିମ୍ବା ଯଦି ଅନ୍ୟ କୌଣସି ଜରୁରୀକାଳୀନ ପରିସ୍ଥିତି ଥାଏ, ତେବେ ଆପଣଙ୍କର ସୁରକ୍ଷା ବ୍ୟବସ୍ଥା ସହିତ ଜଡିତ ପ୍ରଶାସନିକ ଲୋକଙ୍କଠାରୁ ଆପଣଙ୍କୁ ସାହାଯ୍ୟ ନେବାକୁ ପଡିବ ।

ଆପଣଙ୍କର ବ୍ୟକ୍ତିଗତ ଗାଡିରେ ଯାତ୍ରା କରିବାକୁ ଅନୁମତି ଦିଆଯିବନି ।

ନିତିଦିନିଆ ବ୍ୟବହାର କରାଯାଉଥିବା ଦ୍ରବ୍ୟ ମିଳିବ କି ନାହିଁ  ?

ପନିପରିବା, କ୍ଷୀର, ଔଷଧ, ଆଦି ନିତିଦିନିଆ ଆବଶ୍ୟକ ହେଉଥିବା ଜିନିଷ ଗୁଡ଼ିକ ମିଳିପାରିବ ।

ଏହି ସମୟରେ କଣ ଆପଣମାନେ ପାର୍କରେ ବୁଲିପାରିବେ ?

ଲକ୍ ଡାଉନ୍ ଆପଣଙ୍କ ଜୀବନକୁ ସୁରକ୍ଷିତ ରଖିବାକୁ ହୋଇଛି । ଯଦି ଆପଣ ଘରୁ ବାହାରକୁ ଯିବେ ତେବେ ଅନ୍ୟ ଲୋକଙ୍କ ସମ୍ପର୍କରେ ଆସିବେ ଯାହା ଆପଣଙ୍କ ପାଇଁ ବହୁତ କ୍ଷତିକାରକ ହୋଇଯିବ । ଏହି କାରଣରୁ ଲକଡାଉନ୍ କରାଯଆଉଛି । ଯଦି ଆପଣଙ୍କୁ ତୁରନ୍ତ ଘରୁ ବାହାରକୁ ଯିବାକୁ ପଡେ, ଯେପରିକି ଡାକ୍ତରଖାନା, ବ୍ୟାଙ୍କରେ ଟଙ୍କା ଉଠାଇବା, ଖାଦ୍ୟ ସାମଗ୍ରୀ କିଣିବା ତେବେ ଆପଣ ଯାଇପାରିବେ ।

ବିବାହ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ହୋଇପାରିବ କି ନାହିଁ  ?

ବର୍ତ୍ତମାନ କରୋନା ଭୂତାଣୁକୁ ନେଇ ସାରା ଦେଶ ଚିନ୍ତାରେ । ଏପରି ପରିସ୍ଥିତିରେ କୌଣସି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ । ସଂକ୍ରମଣରୁ ଦୂରେଇ ରହିବାକୁ ହେଲେ ଏହି ଜିନିଷଗୁଡିକ ପ୍ରତି ବିଶେଷ ଧ୍ୟାନରେ ରଖନ୍ତୁ ।

ସରକାରୀ-ବେସରକାରୀ ଅନୁଷ୍ଠାନଗୁଡ଼ିକ ଲକଡାଉନ୍ ରେ ବନ୍ଦ ଅଛି କି?

ଜରୁରୀକାଳୀନ ସେବା ସହିତ ସମ୍ପୃକ୍ତ ବିଭାଗଗୁଡ଼ିକ କେବଳ ଖୋଲା ରହିବ ।

ପେଟ୍ରୋଲ, ଘରୋଇ ଗ୍ୟାସ୍ ଏବଂ ଇଣ୍ଟରନେଟ୍ ଉପଲବ୍ଧ ହେବ କି ?

ପେଟ୍ରୋଲ ଟାଙ୍କି, ଘରୋଇ ଗ୍ୟାସ ଏବଂ ଇଣ୍ଟରନେଟ ସେବା ଏଥିରୁ ବାଦ ପଡ଼ିଛି । ବୁକିଂ କରିବା ମାତ୍ରେ ସାଧାରଣ ଦିନ ପରି ଗ୍ୟାସ ଆପଣଙ୍କ ଘରେ ପହଞ୍ଚିବ, ଇଣ୍ଟରନେଟ୍ ସେବା ଚାଲୁ ରହିବ ।

ଘରୋଇ ଡାକ୍ତରଖାନାରେ ଚିକିତ୍ସା ସେବା ଉପଲବ୍ଧ ହେବ କି ?

ଘରୋଇ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ସେବା ଉପଲବ୍ଧ ହେବ । ଛୋଟ ସମସ୍ୟା ପାଇଁ, ଆପଣ ଆପଣଙ୍କ ପରିବାର ଡାକ୍ତରଙ୍କ ସହ କଥା ହୋଇପାରିବ ।

Leave a Reply