ଆଣ୍ଟିଜେନ ଟେଷ୍ଟିଂ କ’ଣ ? କେମିତି ୩୦ ମିନିଟରେ ଆସେ ଫଳାଫଳ, ଜାଣନ୍ତୁ…

1 min read
What is Antigen Testing, Know How it Works

ନୂଆଦିଲ୍ଲୀ: କୋଭିଡ ପରୀକ୍ଷଣ ପାଇଁ ଏବେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏବେ କେବଳ ୩୦ ମିନିଟରେ ଯାଞ୍ଚ ସହ ରିପୋର୍ଟ ମଧ୍ୟ ମିଳିପାରିବ । ଆଉ ମଧ୍ୟ ଏହି ଟେଷ୍ଟ ପାଇଁ ଆପଣଙ୍କୁ ଲ୍ୟାବ୍ ଏବଂ ମେସିନର ଆବଶ୍ୟକତା ପଡ଼ିବ ନାହିଁ । ଏମିତି ଏକ ଟେଷ୍ଟ କିଟ୍ ଲଞ୍ଚ କରାଯାଇଛି ଯାହା ତତ୍‌କ୍ଷଣାତ ଯାଞ୍ଚ କରିବାର କ୍ଷମତା ରଖିଛି ।

ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଆଖିରେ ରଖି ଟେଷ୍ଟିଂକୁ ଆହୁରି ବଢ଼ାଇବା ପାଇଁ ICMR ଏକ ଆଣ୍ଟିଜେନ ଟେଷ୍ଟ କିଟ୍ ର ମଞ୍ଜୁରୀ ଦେଇଛି । ଏହି କିଟ୍‌ର ପରୀକ୍ଷଣ ପରେ ଦିଲ୍ଲୀ AIIMS ଏବଂ ICMR ଏହାର ଅନୁସନ୍ଧାନ ପାଇଁ ଅନୁମତି ଦେଇଛନ୍ତି । ଯଦି ଜଣେ ବ୍ୟକ୍ତି କରୋନା ଜୀବାଣୁ ସଂକ୍ରମିତ ହୁଏ, ତେବେ ପୁନର୍ବାର RT-PCR ପରୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଯଦି କୌଣସି ବ୍ୟକ୍ତିର ରିପୋର୍ଟ ନେଗେଟିଭ ମିଳେ, ତେବେ ସେହି ନମୁନା ଲ୍ୟାବରେ RT-PCR ପରୀକ୍ଷା କରିବାକୁ ପଡିବ ।

ରାପିଡ ଆଣ୍ଟିଜେନ ଟେଷ୍ଟିଂ କ’ଣ ?

ଏହି କୌଶଳରେ ବ୍ୟକ୍ତିର ନାକର ଉଭୟ ପାର୍ଶ୍ୱରୁ ତରଳ ପଦାର୍ଥର ନମୁନା ନିଆଯାଏ । ଏହା ପରେ ନିକଟସ୍ଥ ଏକ ମୋବାଇଲ୍ ଭ୍ୟାନ ଭିତରେ ଥିବା ଏକ ଛୋଟ ଲାବୋରେଟୋରୀରେ ଏହାର ପରୀକ୍ଷଣ କରାଯାଏ । ଯଦି ଟେଷ୍ଟିଂ ଷ୍ଟ୍ରିପରେ ଗୋଟିଏ ରେଖା ଆସିଲା ତାହେଲେ ଏହାର ଅର୍ଥ ନେଗେଟିଭ, କିନ୍ତୁ ଏହି ରିପୋର୍ଟକୁ ସଠିକ ବିବେଚନା କରାଯାଇପାରିବ ନାହିଁ ଏବଂ ଏହାକୁ ନିଶ୍ଚିତ କରିବାକୁ RT-PCR ପରୀକ୍ଷଣ କରିବା ଆବଶ୍ୟକ ।

ଯଦି ଟେଷ୍ଟିଂ ଷ୍ଟ୍ରିପ ଦୁଇଟି ଲାଲ୍ ରେଖା ଦେଖାଯାଏ ତେବେ ଏହାର ଅର୍ଥ ହେଉଛି ବ୍ୟକ୍ତି ଜଣଙ୍କ କରୋନା ସଂକ୍ରମିତ, ଯାହାକୁ କରୋନା ପଜିଟିଭ ଭାବରେ ବିବେଚନା କରାଯିବ । କିନ୍ତୁ ଯଦି କୌଣସି ରେଖା ଦେଖାଦେବନାହିଁ ତେବେ ଏହାର ଅର୍ଥ ହେଉଛି ପରୀକ୍ଷା ବିଫଳ । ଏହି କୌଶଳରେ, ପରୀକ୍ଷା ଫଳାଫଳ ୧୫ ରୁ ୩୦ ମିନିଟ୍ ମଧ୍ୟରେ ଆସିଯାଏ ।

Leave a Reply