ପ୍ରେମକୁ ନେଇ କ’ଣ କହିଲେ ଅନନ୍ୟା

1 min read

ବଲିଉଡର ଜଣାଶୁଣା ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ , ‘ଷ୍ଟୁଡେଣ୍ଟ୍ ଅଫ୍ ଦ’ ଇୟର-୨’ ମାଧ୍ୟମରେ ବଲିଉଡ଼ ରେ ପାଦ ଥାପିଥିଲେ । ବର୍ତ୍ତମାନ ଡିସେମ୍ବର ୬ ରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ପତି ପତ୍ନୀ ଅର୍ ୱୋ’ ଅନନ୍ୟାଙ୍କୁ କାର୍ତ୍ତୀକ ଆରୟାନ୍ ଓ ଭୂମି ପେଡନେକରଙ୍କ ସହ ଦେଖିବାକୁ ମିଳିବ ।

ସେ ସର୍ବଦା ନିଜ ଷ୍ଟାଇଲ୍ ଆଇକନ୍ କୁ ନେଇ ସଚେତନ ଥାନ୍ତି । ତାଙ୍କର ଫ୍ୟାଶନ ସେନ୍ସ୍ ତାଙ୍କ ସମର୍ଥକ ମାନଙ୍କୁ ତାଙ୍କ ଆଡ଼କୁ ଆକୃଷ୍ଚ କରେ । ସେ ଏଥିପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ।

ନିକଟରେ ସେ ଏକ ସାକ୍ଷାତକାରରେ ଆସି ନିଜର ପ୍ରେମ ଉପରେ ଥିବା ଧାରଣା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପ୍ରଥମ ଦେଖାର ପ୍ରେମରେ ସେ ବିଶ୍ୱାସ ରଖନ୍ତି । ପ୍ରେମ କାହାକୁ ବି କେତେବେଳେ ହେଇଯାଇପାରେ । ସ୍କୁଲ ଟାଇମ୍ ରେ ସେ ଟିନ୍ ଏଜ୍ ଲଭ୍ ରେ ପଡିଛନ୍ତି । ସୁନ୍ଦର ଚେହେରା ଟିଏ ଦେଖିଲେ ଯେ କେହି ବି ବିମୋହିତ ହେବା ସ୍ୱାଭାବିକ । ସେମିତି ତାଙ୍କ ସହ ବହୁ ବାର ହୋଇଛି । କିନ୍ତୁ ବର୍ତ୍ତମାନ ସେ ପ୍ରେମ ସମ୍ପର୍କ ଚାହୁଁନାହାନ୍ତି । ବର୍ତ୍ତମାନ ସେ କ୍ୟାରିୟର ଉପରେ ଫୋକସ୍ କରିବେ । କିନ୍ତୁ ଯଦି ସେମିତି କେହି ବଲିଉଡକୁ ଭଲ ପାଉଥିବା, ବଲିଉଡ ଗିତ କୁ ଭଲ ପାଉଥିବା ଓ ତାଙ୍କୁ ଭଲ ପାଉଥିବା ମନ ପସନ୍ଦର ମଣିଷ ମିଳେ ତେବେ ସେ ନିଜକୁ ଆୟତ୍ତ କରିପାରିବେ ନାହିଁ । ସେ ବହୁତ ମଜାକିଆ ଓ ଖୁସ୍ ମିଜାଜ୍ ର ଝିଅ ହୋଇଥିଲେ ବି ପ୍ରେମ କୁ ସେ ଏକ ଗଭୀର ଅନୁଭବ ବୋଲି ମାନନ୍ତି । ')}

Leave a Reply