ନିଜ ବାପାଙ୍କୁ ତାଲା ପକାଇ ଯିଏ ଟିକେଟ ନିଅନ୍ତି, ତାଙ୍କଠାରୁ ଆଉ କଣ ଆଶା କରାଯିବ : ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଶାଣିତ ଆକ୍ରମଣ । ଧର୍ମେନ୍ଦ୍ରଙ୍କୁ ଶାଳୀନତା ଶିଖାଇଲେ ପ୍ରଣବ ପ୍ରକାଶ ।  ଓଡ଼ିଶାର ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟୀର । ରାଜନୈତିକ କ୍ଷେତ୍ର ହେଉ ଅବା ସାଧାରଣ କ୍ଷେତ୍ରରେ ସଭିଏ ଏହି ସଂସ୍କୃତି ଓ ଶିଷ୍ଠାଚାରକୁ ସମ୍ମାନ ଦିଅନ୍ତି । ଅତ୍ୟନ୍ତ ଶାଳୀନତା ସହ କଥା ହେବା, ପ୍ରତିପକ୍ଷକୁ ସମ୍ମାନ ଦେବା ହିଁ ଓଡ଼ିଆଙ୍କ ପରିଚୟ । ଏହାହିଁ ଦେଶ ବିଦେଶରେ ଓଡ଼ିଶାକୁ କରିଛି ସମ୍ମାନିତ ।  ହେଲେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ପ୍ରତି ଧର୍ମେନ୍ଦ୍ରଙ୍କ ଆଚଣର ଓ ଅପମାନସୂଚକ ଶବ୍ଦ ପ୍ରୟୋଗ ନିନ୍ଦନୀୟ ।  ରାଜନୈତିକ ସ୍ବାର୍ଥ ପାଇଁ ଯିଏ ନିଜ ବାପାଙ୍କୁ ତାଲା ପକାଇ ଟିକେଟ ନିଅନ୍ତି, ତାଙ୍କଠାରୁ ଆଉ କଣ ଆଶା କରାଯାଏ ବୋଲି ନିଜ ସୋସିଆଲ ସାଇଡରେ ଲେଖିଛନ୍ତି ପ୍ରଣବ ପ୍ରକାଶ । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ପ୍ରଣବ ପ୍ରକାଶ ଦାସ ।