ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏପ୍ରିଲ୍ ୧୪, ୨୦୨୬ ଦିନ ପ୍ରାୟ ୪୦ ମିନିଟ୍ ଧରି ଟେଲିଫୋନି ଯୋଗେ ଆଲୋଚନା କରିଛନ୍ତି । ଏହା ଦୁଇ ନେତାଙ୍କ ମଧ୍ୟରେ ଚଳିତ ବର୍ଷର ତୃତୀୟ ଫୋନ୍ କଲ୍ ଏବଂ ଇରାନ୍ ସହ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ କଲ୍ ବୋଲି ଜଣାପଡ଼ିଛି ।ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଉଭୟ ନେତାଙ୍କ ମଧ୍ୟରେ ୪୦ ମିନଟ ଧରି ହୋଇଥିବା ଫୋନ କଥାବାର୍ତ୍ତାରେ ଦ୍ବିପାକ୍ଷିକ ସମ୍ପର୍କରେ ଆଲୋଚନା ହୋଇଛି । ଖୁବ୍ ଶୀଘ୍ର ଦୁଇ ଦେଶ ମଧ୍ୟରେ ଶକ୍ତି ସମେତ କିଛି ବଡ଼ ଧରଣର ଡିଲ୍ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ବିଶ୍ବରେ ଦେଖାଦେଇଥିବା ଅନିଶ୍ଚିତତା, ପଶ୍ଚିମଏସଆ ଅସ୍ଥିରତା, ହର୍ମୁଜ ପ୍ରଣାଳୀ ଆଦି ପ୍ରସଙ୍ଗରେ ସେମାନେ ଆଲୋଚନା କରିଛନ୍ତି। ଭାରତ ଲାଗି ନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର କହିଛନ୍ତି-ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ ଦୃଢ଼ ହୋଇଛି। ଆସନ୍ତା ମାସରେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିବା ସମ୍ଭାବନା ରହିଛି। ଉଭୟ ନେତା ବିଶ୍ୱର ଶକ୍ତି ଯୋଗାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀକୁ ଖୋଲା ଏବଂ ସୁରକ୍ଷିତ ରଖିବାର ଆବଶ୍ୟକତା ଉପରେ ଜୋର୍ ଦେଇଛନ୍ତି। ଭାରତର ଅଧିକାଂଶ କ୍ରୁଡ୍ ତୈଳ ଆମଦାନି ଏହି ରାସ୍ତା ଦେଇ ହୁଏ। ଉଭୟ ପକ୍ଷ ସମ୍ପର୍କକୁ ଆହୁରି ମଜବୁତ୍ କରିବା ପାଇଁ ପ୍ରତିବଦ୍ଧ ଥିବା ଜଣାପଡ଼ିଛି। ଯୁକ୍ତରାଷ୍ଟ୍ରର ଭାରତରେ ରାଷ୍ଟ୍ରଦୂତ ଥିବା ସର୍ଜିଓ ଗୋର୍ କହିଛନ୍ତି ଯେ କଲ୍ ପ୍ରାୟ ୪୦ ମିନିଟ୍ ଧରି ଚାଲିଥିଲା। କଲ୍ ଶେଷରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି — “I just want you to know we all love you” ।ଏହି କଲ୍ ଇରାନ୍ ସହ ଯୁଦ୍ଧ ଏବଂ ହର୍ମୁଜ୍ ପ୍ରଣାଳୀରେ ଉତ୍ତେଜନା ମଧ୍ୟରେ ହୋଇଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ୱ ବହନ କରିଛି । ଭାରତ ହର୍ମୁଜ୍ ପ୍ରଣାଳୀର ସ୍ଥିରତାକୁ ଅତ୍ୟନ୍ତ ଗୁରୁତ୍ୱ ଦେଉଛି କାରଣ ଏହା ଦେଶର ଶକ୍ତି ସୁରକ୍ଷା ସହ ଜଡ଼ିତ । ଦୁଇ ନେତାଙ୍କ ମଧ୍ୟରେ ଏହି ଆଲୋଚନା ଭାରତ-ଯୁକ୍ତରାଷ୍ଟ୍ର ରଣନୈତିକ ସମ୍ପର୍କର ମଜବୁତ୍ ଆଧାରକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

