spot_img

Latest Posts

କୁସ୍ତି ମହାସଙ୍ଘ ସଭାପତି ବ୍ରିଜ ଭୂଷଣଙ୍କୁ ଧକ୍କା, ତଦନ୍ତ ସରିବା ଯାଏଁ ଦାୟିତ୍ୱରୁ ବିରତି

ନୂଆଦିଲ୍ଲୀ: କୁସ୍ତି ମହାସଙ୍ଘ ସଭାପତି ବ୍ରିଜ ଭୂଷଣଙ୍କୁ ଧକ୍କା। ୪ ସପ୍ତାହ ଲାଗି ଦାୟିତ୍ବରୁ ହେବେ ଅନ୍ତର। ଏହା ଛଡ଼ା ଯୌନ କେଳେଙ୍କାରୀ ଅଭିଯୋଗର ତଦନ୍ତ ଲାଗି ଗଠିତ କମିଟିକୁ ସହଯୋଗ କରିବା ଲାଗି ତାଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ସେପଟେ ସରକାରୀ ଆଶ୍ବାସନା ପରେ ଜନ୍ତରମନ୍ତରରୁ ହଟିଛି କୁସ୍ତିଯୋଦ୍ଧାଙ୍କ ଧାରଣା । ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଆନ୍ଦୋଳନକାରୀଙ୍କ ଆଲୋଚନା ପରେ ବାହାରିଛି ନିସ୍କର୍ସ ।

କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ହେବ ତଦନ୍ତ । ଏନେଇ ଏକ କମିଟି ଗଠନ କରିଛି ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏସନ । ଏହି କମିଟିର ଅଧ୍ୟକ୍ଷତା କରିବେ ମେରିକମ୍ । କମିଟିରେ ଅଲକନନ୍ଦା ଅଶୋକ, ଡୋଲା ବାନାର୍ଜୀ, ଯୋଗେଶ୍ବର ଦତ୍ତ ଅଛନ୍ତି । କମିଟି ୪ ସପ୍ତାହରେ ଯାଞ୍ଚ କରି ରିପୋର୍ଟ ଦେବେ । ଏହାରି ଭିତରେ ସଭାପତି ବ୍ରିଜଭୂଷଣ କମିଟିର ଯାଞ୍ଚରେ ସହଯୋଗ କରିବେ । ସଂଘର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିବେନି ବୋଲି ଗତକାଲି ଅନୁରାଗ ଠାକୁର ଘୋଷଣା କରିଥିଲେ।

ତେବେ ୪ ସପ୍ତାହ ପରେ କୁସ୍ତି ମହାସଂଘ ସଭାପତିଙ୍କ ଭବିଷ୍ୟତ କ’ଣ ହେବ ତାହା ସ୍ପଷ୍ଟ ହେବ। ବ୍ରିଜଭୂଷଣ ପଦରେ ରହିବେ ନା ବିଦା ହେବେ ତାହା କମିଟି ନିଶ୍ଚିତ କରିବ। ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ରେସଲର ମାନେ ଧାରଣାରେ ବସିଥିଲେ।

Latest Posts

Don't Miss