ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର: ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ । ସେପ୍ଟେମ୍ବର ୧୧ ତାରିଖ ପଞ୍ଚମୀ ତିଥିରେ ସକାଳ ୧୦ଘଣ୍ଟା ୧୫ ମିନିଟ ରୁ ୧୦ ଘଣ୍ଟା ୨୫ମିନିଟ ଭିତରେ ତୁଳା ଲଗ୍ନରେ ନିର୍ଦ୍ଧାରଣ ହୋଇଛି | ଏହି ସମୟ ଭିତରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି କରାଯିବ | ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଗ୍ରହଣ କରିବେ | ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି | ପ୍ରଥମେ ବିଦ୍ୱାନ, ପଣ୍ଡିତ ପହଞ୍ଚିଲା ପରେ ବିଷ୍ଣୁ ସହସ୍ର ନାମ ପାଠ କରିଛନ୍ତି | ଏହା ପରେ ମାଁ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଛି | ବ୍ରହ୍ମ ପଣ୍ଡିତ ମହାସଭାରେ ପାଞ୍ଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ ହୋଇଛି | ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ଯାଇ ମାଁ ସମଲେଶ୍ୱରୀଙ୍କ ଠାରେ ଲଗ୍ନପତ୍ର ପ୍ରଦାନ କରିବେ | ଲଗ୍ନ ଅନୁସାରେ ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗିହେବା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ |

Leave a Reply