spot_img

Latest Posts

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ଅଚଳ

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶା ବନ୍ଦ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ବନ୍ଦ ପାଳନ କରାଯାଉଛି । ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ, ବୀମା ତଥା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ବନ୍ଦ ରହିବ । ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମେତ ବଲାଙ୍ଗିର, ବରଗଡ଼ ଏବଂ କଳାହାଣ୍ଡି ଜିଲ୍ଲାର ଓକିଲ ସଂଘ ବନ୍ଦରେ ସାମିଲ ହୋଇଛନ୍ତି ।ହାଇକୋର୍ଟ ସ୍ଥାପନ ଦାବିରେ ଅନେକ ଦିନରୁ ଆନ୍ଦୋଳନ ଚାଲି ଆସୁଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ କେତେକ ଜିଲ୍ଲା ଏଥିରୁ ଅଲଗା ହୋଇଯାଇଥିଲେ । ବର୍ତ୍ତମାନ ସମଗ୍ର ପଶ୍ଚିମ ଓଡ଼ିଶାର ଓକିଲ ସଂଘ ଏଥିରେ ସାମିଲ ହୋଇଥିବାରୁ ବନ୍ଦ ପାଳନର ଗୁରୁତ୍ୱ ବଢିଯାଇଛି ।ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ କଟକଣା ସତ୍ତ୍ୱେ ପଶ୍ଚିମ ଓଡ଼ିଶାର ଓକିଲ ଏକଜୁଟ ହୋଇ ବନ୍ଦ ପାଳନ କରୁଛନ୍ତି । ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି ।

Latest Posts

Don't Miss