ଶ୍ରୀମନ୍ଦିର ଉପରେ ଡ୍ରୋନ ଦ୍ୱାରା ଭିଡିଓ ଭାଇରାଲ ଘଟଣା, ଡିଲିଟ୍ ହେଲା ଭିଡିଓ

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ ଦ୍ବାରା ଭିଡିଓ ଭାଇରାଲ ଘଟଣା । ସଂପୃକ୍ତ ସଂସ୍ଥା ପକ୍ଷରୁ ଓ୍ୱେବସାଇଟରୁ ଡିଲିଟ କରାଗଲା ଭିଡିଓ । ଭିଡିଓ ଓ୍ୱେବସାଇଟରେ ଛାଡିଥିଲେ ୟୁନିଫାଏଡ ଅନିମେଶ । ପଶ୍ଚିମବଙ୍ଗର ଏକ ୟୁଟ୍ୟୁବ ଚ୍ଯାନେଲ ୟୁନିଫାଏଡ଼ ଅନିମେଶରେ ଅପଲୋଡ କରିଥିଲା ଭିଡିଓ । ୟା ଭିତରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ସଂପୃକ୍ତ ସଂସ୍ଥା ମନ୍ଦିରର ଭିଡିଓ ଓ ଫଟୋ ଉଠାଇ ମୋଟା ଅଙ୍କରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

ବିକ୍ରି ହେଉଛି ଶ୍ରୀମନ୍ଦିରର ଭିଡିଓ ! ଏକ ମିନିଟକୁ ଏକ ଲକ୍ଷ ! ଗୋଟିଏ ଫଟୋକୁ ୨୦ ହଜାର ଟଙ୍କା ! ସୋସିଆଲ ମିଡିଆରେ ରାକେଟ ଚଳାଇଛି ୟୁନିଫାଏଡ଼ ଅନିମେଷ ।
ଏପଟେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିରର ଡ୍ରୋନ୍ ସଟ୍ । ୟୁନିଫାଏଡ଼ ଅନିମେଷ ନାମକ ୟୁଟ୍ୟୁବରେ ଅପଲୋଡ ହୋଇଛି ଭିଡିଓ । ଏହି ସଂସ୍ଥା ପଶ୍ଚିମବଙ୍ଗରେ କାର୍ଯ୍ୟକରୁଥିବାବେଳେ ଦେଶର ପ୍ରମୁଖ ମନ୍ଦିରର ଭିଡିଓ ଉତ୍ତୋଳନ କରି ଓ୍ବେବସାଇଟ ଅପଲୋଡ କରେ । ପ୍ରଶ୍ନ ଉଠୁଛି, ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇବା ନିଷିଧ ହୋଇ ବି ଏହି ସଂସ୍ଥା କେମିତି କଲା ଭିଡିଓ ଉତ୍ତୋଳନ ? ଭିଡିଓ ପ୍ରାରମ୍ଭରୁ ପୁରୀ ପୋଲିସକୁ ଦିଆଯାଇଛି ଧନ୍ୟବାଦ ।

ଯାହାକି ସ୍ଥାନୀୟ ଲୋକଙ୍କ ସଂପୃକ୍ତି ସନ୍ଦେହକୁ ଘନୀଭୁତ କରିଛି । ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଭଏସ ଅଫ କମନ ମ୍ୟାନ । ସେପଟେ ଆଇଟି ଏକ୍ସପର୍ଟ ମଧ୍ୟ ମତ ରଖିଛନ୍ତି । ପୂର୍ବରୁ ମଧ୍ୟ ଏକାଧିକ ବିଦେଶୀ ସଂସ୍ଥା ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଭିଡିଓ ଉତ୍ତୋଳନ କରିଥିଲେ । ପରବର୍ତ୍ତି ସମୟରେ ଏହାକୁ ଅପସାରଣ କରାଯାଇଥିଲା । ଅନେକ ସମୟରେ ମନ୍ଦିର ଭିତର ଫଟୋ ଉଠାଇବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏନେଇ ଥାନାରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିଲେ ବି କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୋଇନି । ଆଗକୁ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଉପରେ ନଜର ।