ଶହ ଶହ ରେଡ଼ିଓକୁ ସାଇତି ସ୍ମୃତି ସାଉଁଟୁଛନ୍ତି ରେଡିଓ ମ୍ୟାନ ଅମିତ କର୍ମାକର

କୋଲକାତା: ସମୟ ବଦଳିବା ସହିତ ସବୁକିଛି ବଦଳିଯାଏ । ଧୀରେ ଧୀରେ ପୁରୁଣା ଜିନିଷର ଚାହିଦା କମିଯାଏ, ଆଉ ସେ ସବୁର ସ୍ଥାନ ନିଏ ନୂଆ ଯନ୍ତ୍ରପାତି । ସେହିଭଳି ଏକ ପୁରୁଣା ଜିନଷ ହେଉଛି ରେଡ଼ିଓ । ଟିଭି ଆସିବା ପରେ ରେଡ଼ିଓର ଚାହିଦା କମିଯାଇଛି । ଆଉ ଏବେ ଚାଲିଛି ସ୍ମାର୍ଟଫୋନର ବହୁଳ ବ୍ୟବହାର । କିନ୍ତୁ ଦେଶରେ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ରେଡ଼ିଓ ରଖିବାକୁ ଖୁବ ଭଲ ପାଆନ୍ତି । ଏଇ ଯେମିତି ଅମିତ ରଞ୍ଜନ କର୍ମାକର । ତାଙ୍କ ଦୋକାନରେ ଶହ ଶହ ରେଡ଼ିଓ ସେଟ୍ ଅଛି, କିନ୍ତୁ ସେ କେବେ ମଧ୍ୟ ଏହାକୁ ବିକ୍ରି କରି ନାହାଁନ୍ତି । ରେଡ଼ିଓ କିନ୍ତୁ ଭାରି ନିଆରା ବୋଲି କୁହନ୍ତି ଅମିତ । ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଦିଆଯାଇଥିବା ଆକାଶବାଣୀ ନାମ ଯେପରି ସବୁଦିନ ପାଇଁ ଅମର ହୋଇ ଯାଇଛି । ତେବେ ୬୨ ବର୍ଷ ବୟସରେ ମଧ୍ୟ ଖୁବ ବ୍ୟସ୍ତ ଅମିତ ରଞ୍ଜନ । ସମୟ ଦେଖି ରେଡ଼ିଓ ଗୁଡ଼ିକର ମରାମତି କରିବା ସହିତ ତାକୁ ଦୋକନରେ ସାଇତି ରଖନ୍ତି । କିନ୍ତୁ ପ୍ରତିବର୍ଷ ମହାଳାୟା ପୂର୍ବରୁ ପୁରୁଣା ରେଡ଼ିଓ ଗୁଡ଼ିକର ମରାମତି କରନ୍ତି କୋଲକାତାର ଏହି ରେଡ଼ିଓ ମ୍ୟାନ୍ । ଅମିତଙ୍କ କହିବା ଅନୁସାରେ ପ୍ରତ୍ୟେକ ବଙ୍ଗାଳୀ ଲୋକଙ୍କ ପାଇଁ ବର୍ଷକୁ ଥରେ ରେଡ଼ିଓ ତରଙ୍ଗ ଜୀବିତ ହୋଇଯାଏ ।

ପଶ୍ଚିମବଙ୍ଗରେ ଦୂର୍ଗାପୂଜାରେ ଅଖିଳ ଭାରତୀୟ ରେଡ଼ିଓ କାର୍ଯ୍ୟକ୍ରମ ‘ମହିଷାସୁରମର୍ଦ୍ଦିନୀ’ ମହାଳୟା ଦିନ ସକାଳେ ବୀରେନ୍ଦ୍ର କୃଷ୍ଣ ଭଦ୍ରଙ୍କ କଣ୍ଠସ୍ୱରରେ ଆରମ୍ଭ ହୁଏ । କିନ୍ତୁ ଅମିତ କେବେ ମଧ୍ୟ ସ୍ମାର୍ଟଫୋନକୁ ରେଡ଼ିଓ ସହିତ ତୁଳନା କରନ୍ତି ନାହିଁ । ପାଖରେ ଏକ ମୋବାଇଲ ଫୋନ ଥିଲେ ମଧ୍ୟ କମ ବ୍ୟବହାର ଜାଣନ୍ତି, ଆଉ ଆଜି ମଧ୍ୟ ପ୍ରତ୍ୟେକ ନମ୍ବରକୁ ଖାତାରେ ଲେଖି ରଖନ୍ତି । ସବୁଠାରୁ ଖାସ କଥା ହେଉଛି ଯେତେବେଳେ କୌଣସି ବ୍ୟକ୍ତି ତାଙ୍କ ଶହଶହ ରେଡ଼ିଓ ସେଟକୁ ମର୍ଫି,ବୁଶ ଏବଂ ଟେଲିଫୁଙ୍କେନ ଭଳି ଦେଖେ ତାଙ୍କ ମନ ଉଲ୍ଲାସରେ ଭରି ଉଠେ ଓ ଆଖିରେ ଚମକ ଆସିଯାଏ ।
ସୂଚନାଯୋଗ୍ୟ ୧୯୭୬ରେ ଅମିତ ରେଡ଼ିଓ ମେକାନିକ ଭାବରେ କାମ ଆରମ୍ଭ କରିଥିଲେ । ସହର ଏବଂ ସହର ବାହାରୁ ଲୋକ ରେଡ଼ିଓ ମରାମତି ପାଇଁ ତାଙ୍କ ନିକଟକୁ ଆସନ୍ତି ।

Leave a Reply