ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କଲା ଓ୍ୱେଷ୍ଟ ଇଣ୍ଡିଜ୍

1 min read

ନୂଆଦିଲ୍ଲୀ: ଭାରତ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିଛି ଓ୍ୱେଷ୍ଟ ଇଣ୍ଡିଜ୍ । ତିନିଟିକିଆ ଟି-୨୦ ମ୍ୟାଚ ପାଇଁ କିରଣ ପୋଲାର୍ଡଙ୍କ ନେତୃତ୍ୱରେ ୧୬ ଜଣିଆ ଦଳ ଘୋଷଣା କରିଛି ଓ୍ୱେଷ୍ଟ ଇଣ୍ଡିଜ୍ । ସାମାରା ବ୍ରୁକ୍ସ ଓ କିମାର ରୋଚଙ୍କ ପରି ଖେଳାଳିଙ୍କ ଟି-୨୦ ଦଳରେ ସୁଯୋଗ ମିଳିପାରି ନାହିଁ । ଓ୍ୱେଷ୍ଟ ଇଣ୍ଡିଜ୍ ଏବେ ଇଂଲଣ୍ଡ ବିପକ୍ଷରେ ଘରୋଇ ମାଟିରେ ଟି-୨୦ ସିରିଜ୍ ଖେଳୁଛି । ପୋଲାର୍ଡଙ୍କ ନେତୃତ୍ୱରେ ଓ୍ୱେଷ୍ଟ ଇଣ୍ଡିଜ୍ ୨୦୨୧ ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ କରିଥିଲା । ଯାହା ଫଳରେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଓ୍ୱେଷ୍ଟ ଇଣ୍ଡିଜକୁ କ୍ୟାଲିଫାୟର ମ୍ୟାଚ ଖେଳିବାକୁ ପଡ଼ିବ ।

ଓ୍ୱେଷ୍ଟଇଣ୍ଡିଜ୍ ଦଳ ଘୋଷଣା କରିବା ପୂର୍ବରୁ ଭାରତ ଉଭୟ ଦିନିକିଆ ଓ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିସାରିଛି । ଏହି ସିରିଜର ପ୍ରଥମ ଦିନିକିଆ ୬ ଫେବ୍ରୁଆରୀରେ, ଦ୍ୱିତୀୟ ଦିନିକିଆ ୯ ଫେବ୍ରୁଆରୀ ଓ ତୃତୀୟ ଦିନିକିଆ ୧୨ ଫେବ୍ରୁଆରୀରେ ଖେଳାଯିବ । ଦିନିକିଆ ସିରିଜର ସମସ୍ତ ମ୍ୟାଚ ଅହମଦାବାଦରେ ଖେଳାଯିବ । ସେହିପରି ଟି-୨୦ ସିରିଜର ପ୍ରଥମ ମ୍ୟାଚ ୧୫ ଫେବ୍ରୁଆରୀ, ଦ୍ୱିତୀୟ ମ୍ୟାଚ ୧୮ ଫେବ୍ରୁଆରୀ ଓ ତୃତୀୟ ମ୍ୟାଚ ୨୦ ଫେବ୍ରୁଆରୀରେ ଖେଳାଯିବ । ଟି-୨୦ ସିରିଜର ସମସ୍ତ ମ୍ୟାଚ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସିରିଜର ସମସ୍ତ ମ୍ୟାଚ ଦୁଇଟି ଭେନ୍ୟୁରେ ଖେଳାଯିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।

ଓ୍ୱେଷ୍ଟଇଣ୍ଡିଜ ଟି-୨୦ ଦଳ:

କିରଣ ପୋଲାର୍ଡ (ଅଧିନାୟକ), ନିକୋଲାସ ପୂରନ, ଫାବିଆନ ଆଲେନ, ଡାରେନ ବ୍ରାଭୋ, ରଷ୍ଟନ ଚେଜ, ସେଲଡନ କଟରେଲ, ଡୋମିନିକ ଡ୍ରେକ୍ସ, ଜାସନ ହୋଲ୍ଡର, ସାଇ ହୋପ, ଅକିଲ ହୋସେନ, ବ୍ରାଣ୍ଡନ କିଙ୍ଗ, ରୋଭମାନ ପାୱେଲ୍‌, ରୋମାରିଓ ସେପର୍ଡ, ଓଡେନ ସ୍ମିଥ୍‌, କାଏଲ ମେୟର୍ସ, ହେଡେନ ୱାଲ୍ସ ଜୁନିୟର

Leave a Reply