ଦୁନିଆର ସବୁଠୁ ବୟସ୍କ ବାଘ ‘ରାଜା’ର ମୃତ୍ୟୁ

କୋଲକାତା: ଦୁନିଆର ସବୁଠୁ ବୟସ୍କ ବାଘ ରାଜାର ମୃତ୍ୟୁ ଘଟିଛି । ରାଜାର ବୟସ ୨୫ ବର୍ଷ ୧୦ ମାସ ୮ ଦିନ ଥିଲା ।  ସେ ପଶ୍ଚିମବଙ୍ଗର ଜଳଦାପଡା ରେସ୍କ୍ୟୁ ସେଣ୍ଟରରେ ଦୀର୍ଘ ଦିନ ଧରି ରହିଆସୁଥିଲା । ଅଗଷ୍ଟ ୨୩ ତାରିଖରେ ରାଜାର ଜନ୍ମଦିନ ଥିବାବେଳେ ବନବିଭାଗ ପକ୍ଷରୁ ଅନେକ ଯୋଜନା କରାଯାଉଥିବା ସୂଚନା ମିଳିଛି ।

 ରିପୋର୍ଟ ଅନୁସାରେ, ସୋମବାର ଦିନ ଅପରାହ୍ନରେ ରାଜାର ମୃତ୍ୟୁ ଘଟିଥିଲା । ୨୦୦୬ ମସିହାରେ ରାଜାକୁ ଜଳଦାପଡା ନ୍ୟାସନାଲ୍ ପାର୍କ ସ୍ଥିତ ଦକ୍ଷିଣ ଖେରବାରୀ ଟାଇଗର ରେସ୍କ୍ୟୁ ସେଣ୍ଟରକୁ ଅଣାଯାଇଥିଲା । ସୁନ୍ଦରବନର ଏକ ନଦୀରେ ରାଜାକୁ କୁମ୍ଭୀର ଆକ୍ରମଣ କରିଥିଲା । ଆହତ ଅବସ୍ଥାରେ ତାଙ୍କୁ ଏଠାକୁ ଅଣାଯାଇଥିଲା ।

ରାଜାର ବାମ ଗୋଡରେ ଆଘାତ ଲାଗିଥିବା ବେଳେ ବନବିଭାଗ ପକ୍ଷରୁ ତାକୁ ଜଙ୍ଗଲରେ ଛଡାଯାଇନଥିଲା । ସେବେଠାରୁ ଏହି ସେଣ୍ଟରରେ ରହିଆସୁଛି ସେ । ତେବେ ଏହି ବୟସ୍କ ବାଘର ମୃତ୍ୟୁରେ ବନବିଭାଗର ଅଧିକାରୀ ମାନେ ଦୁଃଖ ପ୍ରକାଶ କରିଛନ୍ତି ।