spot_img

Latest Posts

ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଭୂସ୍ଖଳନ, ୨୦ ମୃତ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟଣା। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦। ପ୍ରକୃତିର ତାଣ୍ଡବରେ ଧୂଳିସାତ ହୋଇଛନ୍ତି ଅନେକ ଘର। ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଶତାଧିକ ଲୋକ। ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ଯୁ ଘଟିଛି। ଏନଡିଆରଏଫ ସମେତ ବିଭିନ୍ନ ଟିମ ଉଦ୍ଧାର କାର୍ଯ୍ଯରେ ସାମିଲ ହୋଇଛନ୍ତି। ସେପଟେ ପ୍ରବଳ ବର୍ଷା ନେଇ ରେଡଆଲର୍ଟ ଜାରି କରାଯାଇଛି। ଗତକାଲି ଧସିଯାଇଥିଲା  ଲୁହା ନିର୍ମିତ ଡୁଡିଆ ବ୍ରିଜ। ଲଗାଣ ବର୍ଷାରୁ ପଶ୍ଚିମବଙ୍ଗର ଉତ୍ତର ପାର୍ଶ୍ଵରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରିୁ ଅଧିକ ହେବା ଆଶଂକା କରାଯାଉଛି। ବର୍ଷା ଓ  ଭୂସ୍ଖଳନ ଯୋଗୁଁ ପଶ୍ଚିମବଙ୍ଗ ଏବଂ ସିକିମ ମଧ୍ୟରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଦାର୍ଜିଲିଂ ଏବଂ ସିଲିଗୁଡ଼ି ମଧ୍ୟରେ ମୁଖ୍ୟ ରାସ୍ତା ଅବରୋଧ ହୋଇଛି।  ଉତ୍ତର ବଙ୍ଗ ପୋଲିସ ମହାନୀରିକ୍ଷକ ରାଜେଶ କୁମାର ଯାଦବ ମିରିକ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ରାସ୍ତା ସଫେଇ କାର୍ଯ୍ୟ ଜାରି ରହିଛି ଏବଂ ପର୍ଯ୍ୟଟନସ୍ଥଳୀକୁ ନଯାଇ ହୋଟେଲରେ ରହିବାକୁ ପର୍ଯ୍ଯଟକଙ୍କୁ ପରାମର୍ଶ ଦିଆଯାଇଛି। ମିରିକରେ ଏସଡିଆରଏଫ ଏବଂ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ଦାର୍ଜିଲିଂ ତଳିଆ ଅଞ୍ଚଳର ଲଜରେ ଥିବା  ପର୍ଯ୍ୟଟକଙ୍କୁ ଜେସିବି ଜରିଆରେ ଉଦ୍ଧାର କରାଯାଇଛି। ଗତକାଲି ପ୍ରକୃତି ତାଣ୍ଡବରେ ପ୍ରବଳ  ଜଳସ୍ରୋତ ଯୋଗୁଁ ତିସ୍ତା ଓ ହାଲଙ୍ଗ ନଦୀ ଉପରେ ଏକ କାଠ ପୋଲ ଭୁଶୁଡ଼ି ପଡ଼ିଥିଲା।  ବର୍ତ୍ତମାନ ହାଲଙ୍ଗ ନଦୀର ଜଳସ୍ତର ହ୍ରାସ ପାଇଛି।

Latest Posts

Don't Miss