spot_img

Latest Posts

କୋଇଲା ଦୁର୍ନୀତି ମାମଲା: ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଜାମିନଯୁକ୍ତ ଗିରଫ ପରଓ୍ବାନା

କୋଲକାତା: କୋଲକାତା ଓ ଝାଡ଼ଖଣ୍ଡରେ ୫ ହଜାର ୫୦୦ କୋଟି କୋଇଲା ଦୁର୍ନୀତି ମାମଲାରେ ତ୍ରୁଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହୋଇଛି । ବାରମ୍ବାର ସମନ ସତ୍ତ୍ବେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ନ ହେବାରୁ ରୁଜିରା ବାନାର୍ଜୀଙ୍କ ବିରୋଧରେ ଦିଲ୍ଲୀର ଏକ କୋର୍ଟ ଜାରି କରିଛନ୍ତି ଜାମିନଯୁକ୍ତ ଗିରଫ ପରଓ୍ବାନା ।

ଏହି ମାମଲାରେ ଅଭିଷେକ ବାନାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୁଇ ଦୁଇ ଥର ଜେରା କରିସାରିଛି । କିନ୍ତୁ ପତ୍ନୀ ରୁଜିରା ହାଜର ହୋଇନାହାନ୍ତି । ପୂର୍ବରୁ ଅଭିଷେକ ଓ ରୁଜିରା ଇଡି ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ସେମାନଙ୍କ ଆବେଦନ ଖାରଜ କରିଦେଇଥିଲେ । ଇଡି ଅଭିଷେକଙ୍କୁ ଓ ତାଙ୍କ ପତ୍ନୀ ରୁଜିରାଙ୍କୁ ଦିଲ୍ଲୀ ପରିବର୍ତ୍ତେ କୋଲକାତାରେ ଜେରା କରିବା ପାଇଁ ଅଭିଷେକ ବାରମ୍ବାର ଅନୁରୋଧ କରିଛନ୍ତି । ଅଭିଷେକ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଆସାନସୋଲ୍ଅନ୍ତର୍ଗତ କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେଇଷ୍ଟର୍ଣ୍ଣ କୋଲଫିଲଡ୍ସ୍ଲିମିଟେଡ୍‌’ ଥିବା ଖଣିରୁ କୋଟି କୋଟି ଟଙ୍କାର କୋଇଲା ଚୋରା ଚାଲାଣ ହୋଇଥିବା ଅଭିଯୋଗ କରି ୨୦୨୦ ନଭେମ୍ବର ମାସରେସିବିଆଇଦାଏର କରିଥିବାଏଫ୍ଆଇଆର୍‌’କୁ ଭିତ୍ତି କରି ପ୍ରବର୍ତ୍ତନ ନିର୍ଦେଶାଳୟପ୍ରିଭେନସନ୍ଅଫ୍ମନି ଲଣ୍ଡରିଙ୍ଗ୍ଆକ୍ଟରେ ଥିବା ବ୍ୟବସ୍ଥା ଅନୁସାରେ ମାମଲା ରୁଜୁ କରିଥିଲା

ଏହି ମାମଲାରେ ସ୍ଥାନୀୟ କୋଇଲା ବ୍ୟବସାୟର ଅନୁପ ମାଝୀ ଓରଫ ଲାଲା ମୁଖ୍ୟ ଅଭିଯୁକ୍ତ ଅଟନ୍ତି । ଏହି ଅନୈତିକ ବ୍ୟବସାୟରୁ ମିଳୁଥିବା ଅର୍ଥରେ ଅଭିଷେକ ବାନାର୍ଜୀଙ୍କର ଭାଗ ଥିଲା ବୋଲି ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାବି କରିଥିଲା କିନ୍ତୁ ଅଭିଷେକ ଏହି ସମସ୍ତ ପ୍ରକାର ଅଭିଯୋଗକୁ ଅଗ୍ରାହ୍ୟ କରିଛନ୍ତି

 

Latest Posts

Don't Miss