ଦିଲ୍ଲୀରେ ମୋଦିଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

1 min read

କୋଲକାତା: ଦିଲ୍ଲୀରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେଠାରେ ମୁଖ୍ୟମନ୍ତ୍ରୀ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ହୋଇଛି ସୌଜନ୍ୟମୂଳକ ସାକ୍ଷାତକାର।

ସୂଚନା ଅନୁଯାୟୀ, ମୋଦିଙ୍କୁ ଭେଟିବା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ଆନନ୍ଦ ଶର୍ମାଙ୍କୁ ଭେଟିଥିଲେ ଦିଦି । ଅନେକ ପ୍ରସଙ୍ଗରେ ଉଭୟ ନେତାଙ୍କ ସହ ଆଲୋଚନା ହୋଇଥିବା ଜଣାପଡିଛି । ଖାସ କରି କିଭଳି ଜାତୀୟ ସ୍ତରରେ ଶାସକ ବିଜେପିର ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ଜୋର ଧରିଛି ।

ତେବେ ଆସନ୍ତାକାଲି ଦିନ ୧୦ଟା ବେଳେ ମମତା ବାନାର୍ଜୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ଦିଦି ଅନେକ ନେତାଙ୍କୁ ଭେଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅପରପକ୍ଷେ ପଶ୍ଚିମବଙ୍ଗ ବିଜୟ ପରେ ଏହା ମମତାଙ୍କ ପ୍ରଥମ ଦିଲ୍ଲୀ ଗସ୍ତ ବୋଲି ଜଣାପଡିଛି।

 

Leave a Reply