ମମତାଙ୍କୁ ଛାତିରେ ଯନ୍ତ୍ରଣା, ଶ୍ୱାସକ୍ରିୟାରେ ହେଉଛି ସମସ୍ୟା

1 min read
Mamata Banerjee Will Resume Campaign On WheelChair

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ନିର୍ବାଚନୀ ପ୍ରଚାର ସାରି ଫେରୁଥିବା ବେଳେ ତାଙ୍କୁ ଆକ୍ରମଣ କରାଯିବା ଘଟଣା ରାଜନୀତିକୁ ଆହୁରି ସରଗରମ କରିଛି । ଆକ୍ରମଣରେ ମମତା ଆହତ ହୋଇ SSKM ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଡାକ୍ତରଙ୍କ କହିବାନୁସାରେ, ମମତା ବାନାର୍ଜୀଙ୍କ ବାମ ଗୋଡ଼ରେ ଆଘାତ ଲାଗିଛି । ତେଣୁ ପ୍ଲାଷ୍ଟର କରାଯାଇଛି । ଏହା ବ୍ୟତୀତ ତାଙ୍କୁ ଛାତିରେ ଯନ୍ତ୍ରଣା ଏବଂ ଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଛି ।  ମିଳିଥିବା ସୂଚନା ଅନୁଯାୟୀ, ମମତା ବାନାର୍ଜୀଙ୍କ ବାମ ଜଙ୍ଘରେ ବି ଗଭୀର ଆଘାତ ଲାଗିଛି। ଏହା ସହିତ ପାଦରେ କ୍ଷତ ହୋଇଥିବା ଚିହ୍ନ ମଧ୍ୟ ଅଛି । ସେହିପରି ଡାହାଣ କାନ୍ଧରେ ମଧ୍ୟ ଆଘାତ ଲାଗିଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମମତାଙ୍କ ହାତଗୋଡ଼ ଏବଂ ବେକରେ ମଧ୍ୟ ଆଘାତ ଲାଗିଛି। ତେବେ ମମତାଙ୍କୁ ୪୮ ଘଣ୍ଟା ଡାକ୍ତରଙ୍କ ଅବଜରଭେଶନରେ ରଖାଯିବ ବୋଲି SSKM ହସ୍ପିଟାଲର ଡାକ୍ତର ଏମ୍ ବାନ୍ଧୋପାଧ୍ୟାୟ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କ ଏକ ଟିମ୍ ଗଠନ କରିଛନ୍ତି। ମମତାଙ୍କର କେବଳ ଏକ୍ସରେ ହୋଇଛି । ତେବେ ବର୍ତ୍ତମାନ ଡାକ୍ତରୀ ଟିମ୍ ତାଙ୍କର ଏମରାଇ ବି କରିବାକୁ ଚାହୁଁଛନ୍ତି। ରିପୋର୍ଟ ଜଣାପଡ଼ିବା ପରେ ହିଁ ତାଙ୍କ ଚିକିତ୍ସା ନେଇ ନିଷ୍ପତ୍ତି ନିଆଯିବ । ଡାକ୍ତରୀ ଟିମ୍ କହିଛି ଯେ ଡିସଚାର୍ଜ ହେବା ପୂର୍ବରୁ (ଡାକ୍ତରଖାନାରୁ) ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ନିହାତି ଆବଶ୍ୟକ।

Leave a Reply