ପିଲା ଚୋରି ସନ୍ଦେହରେ ପଶ୍ଚିମବଙ୍ଗ ବିଏଲଓ ଅଟକ ଘଟଣା, ୧୦୦ରୁ ଅଧିକଙ୍କୁ ଉଠାଇ ନେଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ: ପିଲା ଚୋର ସନ୍ଦେହରେ ପଶ୍ଚିମବଙ୍ଗ ବିଏଲଓଙ୍କୁ ଅଟକ ରଖିବା ଘଟଣା । ୧୦୦ରୁ ଅଧିକ ଲୋକଙ୍କୁ ଉଠାଇ ନେଲା ଜଳେଶ୍ଵର ପୋଲିସ । ଏସଆଇଆର ସର୍ଭେ ପାଇଁ ଓଡିଶା ଭିତରକୁ ପଶି ଆସିଥିଲେ ଦୁଇ ପଶ୍ଚିମବଙ୍ଗ ଅଧିକାରୀ । ଗତକାଲି ଦୁଇ ଅଧିକାରୀଙ୍କୁ ପିଲା ଚୋର ସନ୍ଦେହରେ ଅଟକ ରଖି ମାଡ ମାରିଥିଲେ ଗ୍ରାମବାସୀ । ଉଦ୍ଧାର କରିବାକୁ ଯାଇ ଥିବା ପୋଲିସକୁ ମଧ୍ଯ ଅଟକ ରଖିଥିଲେ ଲୋକେ । ରାଇବଣିଆ ଥାନା ରାଜନଗର ଗ୍ରାମରେ ଘଟିଥିଲା ଅଭାକନୀୟ ଘଟଣା ।
ପଶ୍ଚିମବଙ୍ଗ ସରକାରଙ୍କ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ପାଇଁ ପଶ୍ଚିମବଙ୍ଗର ଦୁଇ ଜଣ ବିଏଲଓ ଖଡିକା ଅଞ୍ଚଳକୁ ଯାଇଥିଲେ । କାମ ସାରି ଫେରୁଥିବା ବେଳେ ବାଟ ଭୁଲି ରାଇବଣିଆ ଥାନା ରାଜନଗର ଗ୍ରାମକୁ ପଶି ଯାଇଥିଲେ । ରାସ୍ତାରେ ଯାଉଥିବା ଜଣେ ବାଳକକୁ ରାସ୍ତା ପଚାରିବା ସମୟରେ ପିଲା ଚୋର ଭାବି ଗ୍ରାମବାସୀ ଦୁଇ ଜଣକୁ ଅଟକ ରଖି ମାଡ଼ ମାରିଥିଲେ । ଖବର ପାଇ ରାଇବଣିଆ ପୋଲିସ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଲୋକେ ପୋଲିସକୁ ମଧ୍ୟ ଅଟକ ରଖିଥିଲେ। ଜଳେଶ୍ଵର ପୋଲିସ ଏବଂ ଜଳେଶ୍ଵର ତହସିଲଦାର ସତ୍ୟଜିତ ମହାନ୍ତି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଏହି ମାଡ଼ ଘଟଣାରେ ଜଳେଶ୍ଵର ପୋଲିସ ଗ୍ରାମର ପାଖାପାଖି ୧୦୦ ଜଣକୁ ଅଟକ ରଖିଛି ।

