ପଶ୍ଚିମବଙ୍ଗରେ ବିଜେପିକୁ ବଡ଼ ଝଟକା, ୨୪ ଘଣ୍ଟାରେ ଟିଏମସିରେ ଯୋଗଦେଲେ ୨ ବିଧାୟକ

1 min read
West Bengal BJP MLA Biswajit Das Join Trinamool Congress

କୋଲକାତା: ପଶ୍ଚିମବଙ୍ଗରେ ବଢ଼ୁଛି ବିଜେପିର ଟେନସନ୍ । ଦିନ ଗଡ଼ିବା ସହ ଦଳରୁ ନେତା ଗୋଡ଼ କାଢ଼ି ଚାଲି ଯାଉଛନ୍ତି । ମଙ୍ଗଳବାର ବିଜେପି ବିଧାୟକ ବିଶ୍ୱଜିତ୍ ଦାସ ଶାସକ ଦଳ ଟିଏମସିରେ ମିଶିଥିଲେ । ବିଶ୍ୱଜିତଙ୍କ ସହ ବିଜେପି କାଉନସିଲର ମନୋତୋଷ ନାଥ ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ବିଜେପିକୁ ଏହା ଦ୍ୱିତୀୟ ଝଟକା ।

ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ସୋମବାର ବିଷ୍ଣୁପୁରର ବିଜେପି ବିଧାୟକ ତନମୟ ଘୋଷ ଦଳ ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ । ୨ ବିଧାୟକ ଦଳ ଛାଡ଼ିବା ପରେ ପଶ୍ଚିମବଙ୍ଗରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୨କୁ ହ୍ରାସ୍ ପାଇଛି ।

ଟିଏମସିରେ ସାମିଲ୍ ହୋଇଥିବା ବାଗଦା ବିଧାୟକ ବିଶ୍ୱଜିତ୍ କହିଛନ୍ତି, ମୁଁ ଭୁଲ୍ ବୁଝି ଦଳ ବଦଳାଇଥିଲି । ଏବେ ଟିଏମସି ନେତୃତ୍ୱ ଉପରେ ବିଶ୍ୱାସ ଅଛି । ମମତା ବାନାର୍ଜୀ ବିକାଶମୂଳକ କାର୍ଯ୍ୟ କରୁଛନ୍ତି ଏବଂ ମୁଁ ତାଙ୍କ ସହ ରହିବାକୁ ଚାହୁଁଛି । ଏଥିସହ ବିଜେପି ନେତା କାମ କରିବାକୁ ଦେଉନଥିବା ସେ ଅଭିଯୋଗ କରିଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ନିର୍ବାଚନ ଜିତିବାର କିଛିଦିନ ପରେ ବରିଷ୍ଠ ନେତା ମୁକୁଲ ରୟ ତୃଣମୂଳ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମୁକୁଲ ରୟ ୨୦୧୭ରେ ମମତାଙ୍କ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ । ପଶ୍ଚିମବଙ୍ଗ ବିଧାନସଭା ଫଳାଫଳ ଆସିବାର ମାସକ ପରେ ଟିଏମସିକୁ ଫେରିଥିଲେ । ଏବେ ବି ସେ କୃଷ୍ଣାନଗର ଉତ୍ତର ଆସନରୁ ବିଜେପି ବିଧାୟକ ଅଛନ୍ତି ।

Leave a Reply