ମୂର୍ତ୍ତି ବିସର୍ଜନ ବେଳେ ଭାସିଗଲେ ୪୦

କୋଲକାତା: ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ନଦୀରେ ଭାସିଗଲେ ୪୦ ଜଣ ନିଖୋଜ । ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ରେସକ୍ୟୁ ଅପରେସନ୍ ଜାରି ରହିଛି । ପଶ୍ଚିମବଙ୍ଗର୍ ଜଲପାଇଗୁଡି ଜିଲ୍ଲା ମାଲ୍ ନଦୀରେ ଘଟିଛି ଅଘଟଣ । ରାତି ୯ ସମୟରେ ମା’ ଦୂର୍ଗାଙ୍କ ମୂର୍ତ୍ତି ବିସର୍ଜନ କରାଯାଉଥିବା ବେଳେ ନଦୀରେ ହଠାତ ପାଣି ଆସିଯିବାରୁ ଏହି ଅଘଟଣ ଘଟିଛି । ଏନଡିଆରଏଫ ଟିମ୍ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ୍ ଆରମ୍ଭ କରିଛି ।