ଲଗାଣ ବର୍ଷାରେ ୧୦ ଫୁଟ୍ ଦବିଗଲା କୂଅ, ଦୋହଲିଲା ଘର

ମେଣ୍ଢାଶାଳ: କାଚୁଛି ଲଗାଣ ବର୍ଷା । ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଭୁବନେଶ୍ୱର ଉପକଣ୍ଠ ବଡ଼ରଘୁନାଥପୁର ଗାଁରେ କୂଅ ୧୦ ଫୁଟ୍ ତଳକୁ ଦବି ଯାଇଛି । କୂଅ ହଠାତ୍ ଦବି ଯିବାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି ।
ଅପରାହ୍ଣ ସମୟରେ ହଠାତ ଭୂଇଁ ତଳକୁ ଦବିବାକୁ ଲାଗିଥିଲା କୂଅଟି । ଲୋକେ ହୋହଲ୍ଲା କରି ଘରୁ ବାହାରକୁ ଡରରେ ଦୌଡ଼ି ଆସିଥିଲେ । କିଛି ଘର ଭୂମିକମ୍ପରେ ଦୋହଲିବା ଭଳି ଲାଗିଥିଲା । କୂଅକୁ ଲାଗି ରହିଥିବା ଘରର ଲୋକମାନେ ଏବେ ଭୟଭୀତ ହୋଇ ଅଛନ୍ତି । କିଛି ପରିବାର ଭୟରେ ଘର ଭିତରକୁ ନଯାଏ ବାହାରେ ବସି ରହିଛନ୍ତି ।