କୃଷି ଆଇନ ପ୍ରତ୍ୟାହର ନିଷ୍ପତ୍ତିକୁ ନବୀନଙ୍କ ସମର୍ଥନ, କହିଲେ ଚାଷୀଙ୍କ ସ୍ୱାର୍ଥରେ ବିଜେଡ଼ି
1 min readଭୁବନେଶ୍ୱର: ବର୍ଷେ ବ୍ୟାପି କୃଷକ ଆନ୍ଦୋଳନରେ ପଡ଼ିଛି ପୂର୍ଣ୍ଣଛେଦ । ୩ କୃଷି ଆଇନ ପ୍ରତ୍ୟାହାର ପରେ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ତଥା ଚାଷୀର ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି । ଯାହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Welcome Hon'ble PM @narendramodi ji’s decision to repeal all 3 #FarmLaws, in the best interests of the country and its farmers. Your farms and families have been waiting for long and they will be happy to welcome you back. @bjd_odisha continues to stand with the farmers.
— Naveen Patnaik (@Naveen_Odisha) November 19, 2021
ସେହିପରି ଆନ୍ଦୋଳନରତ ଚାଷୀଙ୍କ ପାଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀଙ୍କ ପରିବାର ଓ ଚାଷ ଜମି ତାଙ୍କୁ ଅପେକ୍ଷା କରିଛି । ଘରକୁ ଫେରିଲେ ସେମାନେ ସ୍ୱାଗତ କରିବେ ବୋଲି ଟ୍ୱିଟର ଜରିଆରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଓଡ଼ିଶା ସରକାର ସର୍ବଦା ଚାଷୀଙ୍କ ସାଥିରେ । ଚାଷ ଓ ଚାଷୀର ଉନ୍ନତି ଆମ ସରକାରର ପ୍ରଧାନ ଉଦ୍ଦେଶ୍ୟ । ଚାଷୀଙ୍କ ସ୍ୱାର୍ଥକୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି ବୋଲି ମଧ୍ୟ ଟ୍ୱିଟ କରି କହିଛନ୍ତି ନବୀନ ।