ଏକା ସାଙ୍ଗେ ବେଦିରେ ୪ ଜଣଙ୍କୁ ବିବାହ କଲେ ଯୁବକ, ଦେଖନ୍ତୁ ଭିଡିଓ

1 min read

ନୂଆଦିଲ୍ଲୀ: ବିବାହ କେବଳ ଗୋଟିଏ ଶବ୍ଦ ନୁହେଁ । ଏଥିରେ ଭରି ରହିଛି ସ୍ନେହ ପ୍ରେମ ମମତା । ଜୀବନରେ ବିବାହ ମଣିଷ ଜୀବନରେ ଅନେକ ଗୁରୁତ୍ବ ବହନ କରିଥାଏ । ହୋମ ନିଆଁକୁ ସାକ୍ଷୀ ରଖି ବର କନ୍ୟାର ମଥାରେ ସିନ୍ଦୂର ଦେଇଥାଏ । କିନ୍ତୁ ଯେତେବେଳେ ସ୍ବାମୀ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖେ କିମ୍ବା ବିବାହ କରି ଘରକୁ ସଉତୁଣି ଆଣେ ସେତେବେଳେ ସ୍ତ୍ରୀର ଅବସ୍ଥା କିପରି ହୁଏ ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣା । ମାତ୍ର ଜଣେ ଯୁବକ ଏକାସାଙ୍ଗେ ୪ ଜଣ ଯୁବତୀଙ୍କୁ ବିବାହ କରୁଛନ୍ତି । ତାହା ପୁଣି ବୈଦିକ ରୀତିରେ । ବେଦିରେ ବିବାହ ହୋଇଥିବାବେଳେ ୪ଜଣ କନିଆଁ ବରର ପଛରେ ହୋମ ନିଆଁ ଚାରିପାଖେ ସାତଘେରା ଦେଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଜଣେ ୟୁଜର୍ସ ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ୟୁଜର୍ସମାନେ ବହୁମାତ୍ରାରେ କମେଣ୍ଟମାନ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି, ଭାଇ ଆମକୁ ଜଣେ ମିଳୁନି । କିନ୍ତୁ ଆପଣ ତ ଭାଗ୍ୟବାନ । ଏକାସାଙ୍ଗେ ୪ ଜଣଙ୍କୁ ବିବାହ କରୁଛନ୍ତି। ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି କି, ଭାଇ ଆପଣଙ୍କ ଭାଗ୍ୟକୁ ମାନିବାକୁ ପଡ଼ିବ। ଏକଥା ଦେଖିଲା ବେଳକୁ ଡର ଲାଗୁଛି । ଏଭଳି ଅନେକ ୟୁଜର୍ସମାନେ ନିଜ ନିଜର ମତାମତ ଦୋଇଛନ୍ତି ।