ତୃତୀୟ ପର୍ଯ୍ୟାୟ ସାପ୍ତାହିକ ସଟ୍‌ଡାଉନ୍‌ର ଡେ-୧… ଜରୁରୀ ସେବାକୁ ଅନୁମତି

weekend shutdown third phase begins

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ସାପ୍ତାହିକ ଦୁଇ ଦିନିଆ ସଟ୍‌ଡାଉନ । ଆଜି ଜୁନ୍‌ ମାସର ତୃତୀୟ ଶନିବାର । ସରକାରଙ୍କ ନିୟମ ଅନୁସାରେ ଜାରି ରହିଛି ସଟ୍‌ଡାଉନ୍‌ କଟକଣା । ଏହି ସଟ୍‌ଡାଉନ୍‌ରେ ଅନେକ କୋହଳ ନିୟମ ରହିଛି । ଚାଲୁ ରହିଛି ବସ୍‌, ଟ୍ରକ୍‌, ଟ୍ରେନ୍‌, ପ୍ଲେନ୍‌ ଏପରିକି ଟ୍ୟାକ୍ସି ଓ ଅଟୋ । ଯାତ୍ରୀଙ୍କ ସୁବିଧା ପାଇଁ କରାଯାଇଛି ଆବଶ୍ୟକ ସମସ୍ତ ବନ୍ଦୋବସ୍ତ । ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ପାସ୍‌ ।

ସେପଟେ ଦୋକାନ ବଜାର ସବୁ କିଛି ବନ୍ଦ । ଜରୁରୀ ନଥିଲେ ସାଧାରଣ ଲୋକଙ୍କ ଘରୁ ବାହାରିବା ଉପରେ ଲାଗୁ ହୋଇଛି କଟକଣା । ଏଣୁ ରାସ୍ତାଘାଟ ଖାଁ ଖାଁ । ଉପକୂଳର ୧୦ ଓ ବଲାଙ୍ଗିରକୁ ମିଶାଇ ୧୧ ଜିଲ୍ଲାରେ ଜାରି ରହିଛି କଟକଣା । ଆଜି ଓ ଆସନ୍ତାକାଲି ସଟ୍‌ଡାଉନ ହୋଇଛି ଏହି ୧୧ ଟି ଜିଲ୍ଲା । ଅଧିକ କରୋନା ଆକ୍ରାନ୍ତ ୧୧ ଜିଲ୍ଲାକୁ ଆଜି ଓ କାଲି ସଟ୍‌ଡାଉନ୍‌ କରାଯାଇଛି । ଗଞ୍ଜାମ, ନୟାଗଡ, ପୁରୀ, କଟକ, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଜଗତସିଂପୁର, ଯାଜପୁର, ବଲାଙ୍ଗୀର ଓ ଖୋର୍ଦ୍ଧା ଶନିବାର ଓ ରବିବାର ସଟଡାଉନ୍‌ କରାଯାଇଛି ।

Leave a Reply