ରାଉରକେଲା ସହରରେ ଦୁଇ ଦିନିଆ ସଟଡାଉନ୍

ରାଉରକେଲା: ରାଉରକେଲା ସହରରେ ଆଜି ଓ ଆସନ୍ତା କାଲି ଦୁଇ ଦିନିଆ ସଟଡାଉନ୍ । ସହରରେ ସାପ୍ତାହିକ ସଟଡାଉନ୍ ଆରମ୍ଭ ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଟ ଡାଉନ ଘୋଷଣା କରାଯାଇଛି। ରାଉରକେଲା ମହାନଗର ନିଗମ ଅଞ୍ଚଳ, ରାଉରକେଲା ଷ୍ଟିଲ ଟାଉନସିପ ଓ କଲୁଙ୍ଗା ଶିଳ୍ପାଞ୍ଚଳ ସଟଡାଉନ୍ ।

ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ସଟଡାଉନ୍। ସଟଡାଉନ୍ ପାଇଁ ରାଉରକେଲା ସହରର ଵିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ । ଯାଞ୍ଚ ବ୍ୟବସ୍ଥା କଡାକଡି ହୋଇଛି। ଵିରମିତ୍ରପୁର ପୌରପରିଷଦ ଅଞ୍ଚଳ ତିନି ଦିନିଆ ସଟଡାଉନ୍ ହୋଇଛି । ପୂର୍ବରୁ ମଧ୍ୟ ରାଉରକେଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ତତ୍ପର ହୋଇଥିଲା । କୋଭିଡ୍ ସଂକ୍ରମିତ ବାହାରୁଥିବା ଅଞ୍ଚଳଗୁଡିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା ।

ଏବେ କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ସାପ୍ତାହିକ ସଟଡାଉନ୍ ର ନିଷ୍ପତ୍ତି ନେଇଛି । ସୁନ୍ଦରଗଡ଼ ପୌରପରିଷଦ ଅଞ୍ଚଳରେ ଆଜି ଠାରୁ ଦୁଇ ଦିନିଆ ସଟ ଡାଉନ ହୋଇଛି । ସଟଡାଉନ୍ ସମୟରେ ମେଡିକାଲ, ଔଷଧ ଦୋକାନ ଖୋଲା ରହିଛି । ସମସ୍ତ ଜରୁରୀକାଳୀନ ସେବା ଖୋଲା ରହିଛି । ରାସନ ଦୋକାନ ଓ ମିଲ୍କ ବୁଥ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଘୋଷଣା ହୋଇଛି ।

Leave a Reply