ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଆରମ୍ଭ, ବିଭିନ୍ନ ସ୍ଥାନରେ ନାକା
1 min readଭୁବନେଶ୍ୱର: ସଂକ୍ରମଣକୁ ଚେକ୍ ଦେବାକୁ ସପ୍ତାହନ୍ତ ସଟଡାଉନ୍ । ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ୱିକେଣ୍ଡ ସଟଡାଉନ୍ ବା ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଛି । ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଥିବା ବେଳେ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ସହ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଛି ।
ସପ୍ତାହାନ୍ତ ସଟ୍ଡାଉନ୍ ସମ୍ବନ୍ଧୀୟ ନୂତନ ସୂଚନା:
ରାଜ୍ୟର ସହରାଞ୍ଚଳରେ ଜାରି ହୋଇଥିବା ସପ୍ତାହାନ୍ତ ସଟ୍ଡାଉନ୍ ସମୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଜାରି ରହିବ। ତେବେ ହିତାଧିକାରୀ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ କର୍ମଚାରୀ ଛଅ ଫୁଟ୍ ଦୂରତା ବଜାୟ ରଖିବା ସହ ଅନ୍ୟାନ୍ୟ କୋଭିଡ୍ ନିୟମାବଳୀ ପାଳନ କରିବେ। pic.twitter.com/8J32ILIppH
— I & PR Department, Odisha (@IPR_Odisha) April 23, 2021
ସପ୍ତାହନ୍ତ ସଟଡାଉନ୍ ପାଇଁ କଟକ-ଭୁବନେଶ୍ୱର ଟ୍ୱିନ୍ ସିଟିରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରଯାଇଛି । କଟକରେ ୨୫ ଓ ଭୁବନେଶ୍ୱରର ୪୩ଟି ସ୍ଥାନରେ ପୋଲିସ ନାକାବାନ୍ଦୀ କରିଛି । ଏହି ସମୟରେ କେବଳ ଜରୁରୀକାଳୀନ ସେବାରେ ନିୟୋଜତି ବ୍ୟକ୍ତି ଘରୁ ବାହାରି ପାରିବେ । ଯାଞ୍ଚ ସମୟରେ ଅନୁଷ୍ଠାନ ପ୍ରଦତ୍ତ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ । ପାସର କୌଣସି ବ୍ୟବସ୍ଥା ନାହିଁ ।
During the Weekend Shutdown the following activities are allowed: pic.twitter.com/BbGiHy4QC6
— I & PR Department, Odisha (@IPR_Odisha) April 19, 2021
କାହାକୁ ଅନୁମତି ?
ସପ୍ତାହନ୍ତ ସଟଡାଉନ୍ ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ଏହା ସହ ଜଡ଼ିତ ସମସ୍ତ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ।
ଜିଲ୍ଲା, ମହାନଗର ନିଗମ, ପୋଲିସ ଓ ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ବ୍ୟକ୍ତି ଯାତାୟତ କରିପାରିବେ ।
ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ।
ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ୍ପ, ଏଲପିଜି ବିତରଣ ଉପରେ କଟକଣା ରହିବ ନାହିଁ ।
ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ ।
ପାନୀୟ ଜଳ ଯୋଗାଣ, ସାନିଟାଇଜେସନ୍ ଓ ସ୍ୱେରେଜ୍ ୱାର୍କରଙ୍କୁ ଅନୁମତି ।
ବିଦ୍ୟୁତ୍ ବିତରଣ, ମାଲପରିବହନ ଉପରେ କଟକଣା ରହିବ ନାହିଁ ।
ଶିଳ୍ପ ଉଦ୍ୟୋଗ, ନିର୍ମାଣ କାର୍ଯ୍ୟ ଜାରି ରହିବ ।
କୃଷି, ପଶୁପାଳନ, ମଣ୍ଡିରେ ଫସଲ କ୍ରୟ ଜାରି ରହିବ ।
ରେଳ ଓ ବିମାନ ସେବା ଜାରି ରହିବ । ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସ ଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ନେବା ଆଣିବା କରି ହେବ ।
ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ କରାଯାଇ ପାରିବ ।
ଆରବିଆଇ ଓ ଅନ୍ୟ ଆର୍ଥିକ ସଂସ୍ଥା କାର୍ଯ୍ୟ ଜାରି ରହିବ ।
ଅନଲାଇନ୍ ଖାଦ୍ୟ ଯୋଗାଣ ଉପରେ କଟକଣା ରହିବ ନାହିଁ ।
ରାଜପଥ କଡ଼ରେ ଥିବା ହୋଟେଲ ଓ ଢାବା କେବଳ ପାର୍ସଲ ଦେଇପାରିବେ ।
କ୍ଷୀର ଦୋକାନ ଖୋଲା ରହିବ । ଫୁଡ୍ ଓ ଗ୍ରସରୀ ସାମଗ୍ରୀର ହୋମ୍ ଡେଲିଭରି ଦେଇ ହେବ ।
ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବଣ୍ଟନ ଲାଗି ଅନୁମତି ।
ମର୍ଣ୍ଣିଂ ୱାକ୍ ଏବଂ ସାଇକେଲ୍ ଚାଳନା ପାଇଁ ସକାଳ ୫ଟାରୁ ୬ଟା ଯାଏ ଅନୁମତି ।
ସାଧାରଣ ବଣ୍ଟନ ବ୍ୟବସ୍ଥା ଜାରି ରହିବ । ଛଅ ଫୁଟ୍ ଦୂରତା ରକ୍ଷା କରିବେ ।